ଝାରବନ୍ଧ-ମନୋହର ଦାଶ: ବରଗଡ ଜିଲା ବିଜେପୁର ପୋଲିସର ବଡ ସଫଳତା । ଆଜି ବିଜେପୁର ଥାନାଧିକାରୀ ସନୟ ନାୟକଙ୍କ ତତ୍ୱାବଧାନରେ ଚୋରା ଚାଲାଣ ହେଉଥିବା ୯୦ କିଲୋଗ୍ରାମ ଗଂଜେଇ ଜବତ କରାଯାଇଛି । ବିଜେପୁର ଥାନା ଅନ୍ତର୍ଗତ ମାନପୁର ନିକଟରେ ମହିନ୍ଦ୍ରା ମିନିଟ୍ରକ ଯାହାର ନଂ ସିଜି ୧୦ ଏଭି ୪୮୯୧ ରେ ଗଂଜେଇ ହୋଇ ଯାଉଥିବା ଟ୍ରକ ଟି ଭାରସାମ୍ୟ ହରୋଇ ଦୁର୍ଘଟଣା ହୋଇଥିଲା । ବିଜେପୁର ପୋଲିସ ଘଟଣା ସ୍ଥଳରେ ପହଂଚି ୯୦ କିଲୋଗ୍ରାମ ଗଂଜେଇ ଜବତ କରିଥିଲା । ହେଲେ ଗାଡିର ଗ୍ରାଇଭର ଏବଂ ଗାଡି ମାଲିକ ଫେରାର ହୋଇଯାଇଥିଲେ । ଏନେଇ ବିଜେପୁର ଥାନା ପକ୍ଷରୁ ୧୩୮/୨୧ରେ ଏକ ମାମଲା ରୁଜୁ କରାଯାଇଛି । ଅନ୍ୟପଟେ ବିଜେପୁର ଥାନା ଅନ୍ତର୍ଗ ସାଧୁପାଲିରେ ନକଲି ମଦ କାରବାର ହେଉଥିବା ଜାଣି ସାଧୁପାଲି ଗ୍ରାମରେ ଚଢାଉ କରାଯାଇଥିଲା । ଚଢାଉ ସମୟରେ ଡାକ୍ତର ଓରଫ ବିଶ୍ୱାମିତ୍ର ସାହୁ(୩୫)ର ଘରୁ ବିଦେଶୀ ମଦ ତିଆରି କରୁଥିବା ଜଣା ପଡିଥିଲା । ୧୨୦ ବୋତଲ ନକଲି ବିଦେଶୀ ମଦ,୭୫ ଲିଟର ସ୍ୱିରିଟ,ଏଲପିଜି ଗ୍ୟାସ ସିଲିଣ୍ଡର,ମଦସୁଗନ୍ଦି ୨ ବୋତଲ ସହିତ ଅନ୍ୟ୍ୟ ନକଲି ମଦ ତିଆରୀ ସାମଗ୍ରି ଜବଦ କରାଯାଇଥିଲା । ଏନଏଇ ବିଜେପୁର ପୋଲିସ ପକ୍ଷରୁ କେଶ ନଂ ୧୩୯ /୨୧ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ କୁ କୋର୍ଟ ହାଜତ କୁ ପଠାଯାଇଛି । ଏହି ଚଢାଉ ସମୟରେ ଥାନାଧିକାରୀ ସନୟ ନାୟକ,ଏସ ଆଇ ଏସ, ମଲ୍ଲିକ,ବି.ପଧାନ,କନଷ୍ଟେବଲ ଡାକ୍ତର ଷାଣ୍ଢ ପ୍ରମୂଖ କର୍ମଚାରୀ ସାମିଲ ହୋଇଥିଲେ । ବିଜେପୁର ଅଂଚଳରେ ଚାଲୁଥିବା ନକଲି ମଦ ଓ ଗଂଜେଇ ଚୋରାଚାଲାଣ କୁ ପୋଲିସ ସଫଳତାର ସହିତ କାବୁ କରୁଥିବାରୁ ଜନସାଧାରଣରେ ପ୍ରଶଂସା କରାଯାଇଛି ।
ରାଜ୍ୟ
ବିଜେପୁର ପୋଲିସର ସଫଳତା: ୯୦ କିଲୋଗ୍ରାମ ଗଂଜେଇ ଜବତ ସହ ବିଦେଶୀ ମଦ କାରଖାନା ଠାବ
- Hits: 525








