ହେଡଲାଇନସ୍:

ଇନଡୋର ଷ୍ଟାଡିଅମ ମଂଜୁର କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ପ୍ରସ୍ତାବିତ ଇନଡୋର ଷ୍ଟାଡିଅମ ନିର୍ମାଣ ନିମନ୍ତେ ଅନୁଦାନ ମଂଜୁର କରିଥିବାରୁ ନଗର ବିଜୁ ଜନତା ଦଳ ତରଫରୁ କୃତଜ୍ଞତା ସହ ଧନ୍ୟବାଦ ଜଣେଇଛନ୍ତି ଘୁ.ଉଦୟଗିରି ବାସୀ I ଯୁବବର୍ଗଙ୍କ ବ୍ୟକ୍ତିତ୍ୱର ବିକାଶ, ଅନ୍ତର୍ନିହିତ ଶକ୍ତିର ଉପଯୋଗ ତଥା ଆତ୍ମବିଶ୍ୱାସ ବୃଦ୍ଧି କରିବାରେ କ୍ରୀଡା ମହତ୍ୱପୂର୍ଣ ଭୂମିକା ଗ୍ରହଣ କରିଥାଏ I କ୍ରୀଡ଼ାରେ ପୁଞ୍ଜି ବିନିଯୋଗ ଯୁବଶକ୍ତି ପାଇଁ ବିନିଯୋଗ ଅଟେ ଏବଂ ଯୁବଶକ୍ତି ପାଇଁ ବିନିଯୋଗ ଆମ ଦେଶର ଭବିଷ୍ୟତ ପାଇଁ ବିନିଯୋଗ ଅଟେ I ବିଜୁ ବାବୁଙ୍କ ଆନ୍ତରିକ ଇଛା ଥିଲା ଯେ, ପ୍ରତ୍ୟେକ ଓଡ଼ିଆ ନିଜ ପ୍ରତିଭା ବିକାଶ ନିମନ୍ତେ ଉପଯୁକ୍ତ ସୁଯୋଗ ପାଆନ୍ତୁ, ପ୍ରତ୍ୟେକ କ୍ଷେତ୍ରରେ ଉତ୍କର୍ଷ ହାସଲ କରି ସଫଳତାର ଶିଖର ସ୍ପର୍ଶ କରନ୍ତୁ I ସେହି ଦୃଷ୍ଟି ଭଙ୍ଗୀ ଆଧାରରେ ଜି. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଏକ ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ ଛଅ କୋଟି ଟଙ୍କାର ଅନୁଦାନ ଅନୁମୋଦନ କରି ଥିବାରୁ ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ, ଟିକାବାଲି ବ୍ଲକ ସଭାପତି ରୋଦନ ମଲିକ, ରାଇକିଆ ବ୍ଲକ ସଭାପତି ରାଜମୋହନ ଦିଗାଳ, ଘୁ.ଉଦୟଗିରି ନଗର ସଭାପତି ଗୋପାଳ କୃଷ୍ଣ ମହାପାତ୍ର, ମହିଳା ସଭାନେତ୍ରୀ ଭାନୁପ୍ରଭା ମିଶ୍ର, ବିଧାୟକ ପ୍ରତିନିଧି ରାଜା ପାତ୍ର, ଲେକଚରର ବୁଲିଆନ, ଏମ.ଡି. ଆଲମାସ, ଯୁବ ସଭାପତି ବ୍ରମ୍ହାନନ୍ଦ ସାହୁ, ଛୋଟନ ନାୟକ, ଅମିତ ପ୍ରଧାନ ବ୍ଲକ ସଭାପତି ଲିଙ୍ଗରାଜ କହଁର, ସୁରେନ୍ଦ୍ର ପ୍ରଧାନ, ସଚ୍ଚିଦାନନ୍ଦ ପ୍ରଧାନ ଏବଂ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ I ଏହାକୁ ନେଇ ଘୁ.ଉଦୟଗିରି ବଣିକ ସଂଘ ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଆନ୍ତରିକ କୃତଜ୍ଞ ତଥା ଧନ୍ୟବାଦ ଅର୍ପଣ କରି ସ୍ଥାନୀୟ ବିଧାୟକ I ସର୍ବଶେଷରେ ମୁଖ୍ୟମନ୍ତ୍ରୀ ପଠେଇଥିବା ଜର୍ସି ପିନ୍ଧି ଦଳିୟ ବ୍ୟାନର ଧରି ବିଜୁ ଜନତା ଦଳ ଜିନ୍ଦାବାଦ ନବୀନ ବାବୁ ଜିନ୍ଦାବାଦ ନାରା ଦେଇ ସହର ପରିକ୍ରମା କରିଥିଲେ ଉପସ୍ଥିତ ଯୁବକ ଏବଂ ଯୁବତୀ କ୍ରୀଡ଼ାବିତ I

0
0
0
s2sdefault