ହେଡଲାଇନସ୍:

ତେଲିଆ ମୁଣ୍ଡରେ ତେଲ, ଏଠି ଗରିବଙ୍କ ମୁଣ୍ଡ ନୁଖୁରା

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

କନସିଂହା ପଂଚାୟତରେ ଆବାସ ଯୋଜନା ଦୁର୍ନିତିର ନଗ୍ନଚିତ୍ର

  • ଆବାସ ହାତେଇ ଥିଲାବାଲା ତିଆରି କରୁଛନ୍ତି କୋଠା, ଚିରା ପଲିଥିନ ତଲେ ଦିନ କାଟୁଛନ୍ତି ବାସହରା ।

  • ଗୋଟିଏ ପରିବାରର ତିନି ଜଣଙ୍କ ନାମରେ ତିନୋଟି ପ୍ରଧାନମନ୍ତ୍ରୀ ଆବାସ ହାତେଇ ଚାଲିଛି କୋଠା ଘର ତିଆରି

ପଦ୍ମପୁର(ଶାସକପ୍ରଶାସକ)- ଗରିବ ଅସହାୟ ଲୋକ ମାନେ ପକ୍ଲା ଘରେ ସୁବିଧାରେ ରହିବେ ସେଥିପାଇଁ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ପକ୍କା ଘର ଯୋଗାଇ ଦେଉଛନ୍ତି । ହେଲେ କିଛି ଅସାଧୁ କର୍ମଚାରୀ ଟଙ୍କା ଲୋଭରେ ପଡି ପ୍ରକୃତ ହିତାଧିକାରୀଙ୍କ ବଦଳରେ ପୁଂଜିପତିଙ୍କୁ ଘର ଦେଉଛନ୍ତି । ହେଲେ ପ୍ରକୃତ ହିତାଧିକାରୀ ଯୋଜନାରୁ ବଂଚିତ ହୋଇ ଚାଲ ଛପର ଘରେ ପାଲ ଛିଣ୍ଡା ପୋଲିଥିନା ଢାଙ୍କି ଜୀବନ କାଟୁଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଲିଛି ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ କନସଂହା ପଂଚାୟତରେ ।
ଗୋଟିଏ ପରିବାରର ତିନି ଜଣଙ୍କ ନାମରେ ତିନୋଟି ପ୍ରଧାନମନ୍ତ୍ରୀ ଆବାସ ହାତେଇ ଚାଲିଛି କୋଠା ଘର ତିଆରି । ଅସହାୟ ଗରିବ ଲୋକ ମାନେ କିପରି ଭାବରେ ଚାଳ ଛପର ଘର କରି ଛିଣ୍ଡା ପୋଲିଥିନ କୁ ସଜାଡି ଜୀବନ କାଟୁଛନ୍ତି । ଏହି ଦୁଇଗୋଟି ଚିତ୍ର ପଦ୍ମପୁର ବ୍ଲକ କନସିଂହା ପଂଚାୟତର । କନସିଂହା ପଂଚାୟର ଚଣ୍ଡିପାଲି ଗ୍ରାମର ଗୋଟିଏ ପରିବାରର ଦୁଃଶାସନ ରଣା , ସବିତା ରଣା ଓ ହେମନ୍ତ ରଣାଙ୍କ ନାମରେ ପଂଚାୟତ ଅଧିକାରୀଙ୍କ ସହ ଚଂଚକତା କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତିନି ଗୋଟି ଆବାସ ହାତେଇ ସରକାରଙ୍କ ନିୟମ ବିରୁଦ୍ଧରେ ତିଆରି ଚାଲିଛି ଏକ ବଡ କୋଠାଘର । ହେଲେ ଅନ୍ୟ ପଟେ ସେହି କନସିଂହା ପଂଚାୟତର ଜଣେ ଗରିବ ଖଟିଖିଆ ତଥା ଦିନ ମଜୁରିଆ ନାରାୟଣ ଡୁଡୁକା ତାଙ୍କର ପକ୍କା ଘର ନଥିବା କାରଣରୁ ଝାଟି ମାଟିରେ ତିଆରି କରିଛନ୍ତି ଏକ କୁଡିଆ । ଯେଉଁଥିରେ ଡାଳ ନଡା,ଛିଣ୍ଡା ପୋଲିଥିନ କିମ୍ବା ପାଳ ଦେଇ ଖରା ବର୍ଷା ଶୀତ କାଳତିପାତ କରୁଛନ୍ତି । ଏ ବିଷୟରେ ସ୍ଥାନିୟ ଜନପ୍ରତିନିଧି ତଥା ପଂଚାୟତ ଅଧିକାରୀଙ୍କୁ ଗୁହାରୀ କରିଥିଲେ ମଧ୍ୟ ତାଙ୍କୁ ଘର ଖଣ୍ଡେ ମିଲିପାରୁ ନାହିଁ । ହେଲେ ଯାହା ଫାଖରେ ଆଗରୁ କୋଠାବାଡି ରହିଛି ସେମାନଙ୍କ ପରିବାରର ଏକାଧିକ ଲୋକଙ୍କ ନାମରେ ଆବାସ ମିଲୁଥିବା ଅଭିଯୋଗ କରିଛନ୍ତି ଆବାସ ଯୋଜନାରୁ ବଂଚିତ ଥିବା ହିତାଧିକାରୀ । ଆଉ ଜଣେ ଗରିବ ଅସହାୟ ବିଧବା ମହିଲା ହେଉଛନ୍ତି ସାବିତ୍ରୀ ପାଣ୍ଡେ । ସ୍ୱାମୀଙ୍କ ଦେହାନ୍ତ ପରେ ତାଙ୍କ ପୁଅ ସହ ମୁଲ ଲାଗି ପେଟ ପୋଷୁଛନ୍ତି । ରହିବା ପାଇଁ ଘର କହିଲେ ବହୁ ଦିନର ଏକ ମାଟି ଘର ଥିଲା । ହେଲେ ବର୍ଷା କାରଣରୁ ପୁରୁଣା ମାଟିଘରଟି ଭାଙ୍ଗିଗଲା । ଘର ଯେପରି ବର୍ଷାରେ ଭାଙ୍ଗିଗଲା ସାବିତ୍ରୀଙ୍କ ସ୍ୱପ୍ନମଧ୍ୟ ସେହି ଭଙ୍ଗା କାନ୍ଥରେ ଚାପି ହୋଇଗଲା । ଏବେ ସେ ବାସହରା ହୋଇ ଅନ୍ୟରେ ପିଣ୍ଡାରେ ଜାଗା ଟିକିଏ ମାଗି ଜିବନ ବିତାଉଛନ୍ତି । ଘର ଭାଙ୍ଗିବାର ଦୀର୍ଘ ଦିନ ହୋଇଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନା କୌଣସି ଜନପ୍ରତିନିଧି ନା କୌଣସି ସରକାରୀ ବାବୁ ଆସି ତାଙ୍କ କଥା ବୁଝିଛନ୍ତି । ସେ ତାଙ୍କ ଏହି ଦୁର୍ଦଶା ବିଷୟରେ ଜଣାଇଥିଲେ ମଧ୍ୟ କେବଳ ଭୁଆଁ ବୁଲାଇଛନ୍ତି । ସାବିତ୍ରୀଙ୍କ ଅଭିଯୋଗ ମୁତାବକ ଯେଉଁ ମାନେ ସରକାରୀ ବାବୁଙ୍କ ଲାଂଚ ଦେଇ ପାରିବେ ସେହି ଲୋକ ମାନେ ଶିଘ୍ର ଆବାସ ପାଇପାରିବେ ଓ ସେ ଜଣେ ଦିନ ମଜୁରିଆ ତେଣୁ ସେ ଲାଂଚ ଦେବା ପାଇଁ ସମର୍ଥ ନଥିବା କାରଣରୁ ତାଙ୍କୁ ପକ୍କା ଘର ଖଣ୍ଡିଏ ମିଲି ପାରୁନାହିଁ । ସାବିତ୍ରୀ ଓ ନାରୟଣଙ୍କ ଭଲି ଆହୁରୀ ଅନେକ ଯୋଗ୍ୟ ହିତାଧିକାରୀ ରହିଛନ୍ତି ଯେଉଁମାନେ ପକ୍କା ଘର ପାଇବାରୁ ବଂଚିତ ଅଛନ୍ତି । ଏ ବିଷୟରେ ପଦ୍ମପୁର ବିଡିଓ ଶଙ୍କର୍ଷଣ ବେହେରାଙ୍କୁ ପଚରାଯୀବାରୁ ଆମେ ଯୋଗ୍ୟ ହିତାଧିକାରୀଙ୍କୁ ଘର ଦେଉଛୁ ଏବଂ କିଏ ଯଦି ବଡ କୋଠା ତିଆରି କରିବ ତେବେ ସ୍ଥାନୀୟ ପଂଚାୟତ ଅଧିକାରୀ ତାହା ତଦନ୍ତ କରିବା ଦରକାର ବୋଲି ସେ କହିଛନ୍ତି । କିଛି ଟଙ୍କା ଲୋଭରେ ଅସାଧୁ କର୍ମଚାରୀ ମାନେ ପ୍ରକୃତ ହିତାଧିକାରୀ ବଦଳରେ ପୁଂଜିପତି ମାନେ ଆବାସ ହାତଉଛନ୍ତି । ହେଲେ ପ୍ରକୃତ ହିତାଧିକାରୀ ଚାଲ ଛପର ଘରେ ଦିନ କାଟୁଛନ୍ତି । ଏଥିପ୍ରତି ପ୍ରଶାସନ ଧ୍ୟାନ ଦେଇ ପ୍ରକୃତ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇ ଦେଲେ ଉପକୃତ ହେବେ ।

0
0
0
s2sdefault