ହେଡଲାଇନସ୍:

ଇଣ୍ଟର ନ୍ୟାସନାଲ୍ ହ୍ୟୁମାନ୍ ରାଇଟ୍ସ କାଉନସିଲ ସଙ୍ଗଠନର ଶାଖା କାର୍ଯ୍ୟାଳୟ ଉଦ୍‌ଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗଜପତି ଜିଲ୍ଲାରେ ଇଣ୍ଟର ନ୍ୟାସନାଲ୍ ହ୍ୟୁମାନ୍ ରାଇଟ୍ସ କାଉନସିଲ ସଙ୍ଗଠନର ଶାଖା କାର୍ଯ୍ୟାଳୟ ଉଦ୍‌ଘାଟିତ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଦେଓ ସାହି ଠାରେ ଅନ୍ତର୍ଜାତୀୟ ମାନବ ଅଧିକାର କାଉନସିଲର ଜିଲ୍ଲା କାର୍ଯ୍ୟାଳୟ ଉଦଘାଟନ ହୋଇଯାଇଛି।
ଏହି ନୂତନ କାର୍ଯ୍ୟାଳୟର ଶୁଭ ଉଦଘାଟନ କରିଥିଲେ ଜିଲ୍ଲାସହକାରୀ ଆରକ୍ଷୀ ଅଧିକ୍ଷକ ଶ୍ରୀ ବାମଦେବ ସିଂ ।

ପରେ ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାସହକାରୀ ଆରକ୍ଷୀ ଅଧିକ୍ଷକ ଶ୍ରୀ ବାମଦେବ ସିଂ ଯୋଗଦେଇ ଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଶ୍ରୀ ଆଲୋକ କୁମାର ବୋଷ୍ , ରାଜ୍ୟ ସଭାପତି, ଅନ୍ତର୍ଜାତୀୟ ମାନବ ଅଧିକାର କାଉନସିଲ , ଓଡ଼ିଶା , ଶିଶୁ କଲ୍ୟାଣ ସମିତି ଅଧକ୍ଷ ଶ୍ରୀ ପ୍ରମୋଦ କୁମାର ରାଉଳ , ଜିଲ୍ଲା ଚାଇଲଡଲାଇନ୍ ସଂଯୋଜକ ଶ୍ରୀ ନାଗେଶ୍ଵର ଚୋୖଧୁରୀ ଓ ଜିଲ୍ଲା ବିଜେଡି ସଭାପତି ଶ୍ରୀ ପ୍ରଦୀପ କୁମାର ନାୟକ। , ଗଜପତି ଜିଲ୍ଲାର ଅନ୍ତର୍ଜାତୀୟ ମାନବ ଅଧିକାର କାଉନସିଲର ସମ୍ପାଦକ ଶ୍ରୀ ପ୍ରଣଜ ପଟ୍ଟନାୟକ , ଏଡଭୋକେଟ ଶ୍ରୀ ଶଶାଙ୍କ ଶେଖର ସାବତ ପ୍ରମୁଖ ମଞ୍ଚାସୀନ ଥିଲେ।
ଏହି କାର୍ଯ୍ୟାଳୟ ଅସହାୟ ଲୋକଙ୍କ କାର୍ଯ୍ୟରେ ଆସିବ ବୋଲି ମୁଖ୍ୟ ଅତିଥି ଶ୍ରୀ ସିଂ କହିଥିଲେ। ସେହିପରି ଅନ୍ତର୍ଜାତୀୟ ମାନବ ଅଧିକାର କାଉନସିଲ , ରାଜ୍ୟ ସଭାପତି ଶ୍ରୀ ଆଲୋକ କୁମାର ବୋଷ୍ କହିଛନ୍ତି ଆପଣଙ୍କ ଅଧିକାର ଆପଣଙ୍କ ସାଥିରେ , ଆମ୍ଭେ ଆପଣଙ୍କ ସାଥିରେ। ଲୋକଙ୍କୁ ସଚେତନତା କରି ଲୋକଙ୍କ ମନରେ ବିଶ୍ୱାସର କିରଣ ଉଦୟ ହେବାରେ ସହଯୋଗ କରିବୁ।
ଏହି କାର୍ଯ୍ୟାଳୟ କାର୍ଯ୍ୟକାରୀ କରିବାର ଉଦ୍ଦେଶ୍ୟ ହେଉଛି ଜିଲ୍ଲାରେ ନିଜର ମାନବିକ ଅଧିକାରରୁ ବଞ୍ଚିତ ହେଉଥିବା ନୀରିହ , ଅସହାୟ ଓ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ସହଯୋଗର ହାତ ବଢାଇବା ଅଟେ । ଜିଲ୍ଲାର ସମସ୍ତ ବ୍ଲକ ଓ ଗ୍ରାମକୁ ଯାଇ ଯେଉଁ ମାନେ ମାନବିକ ଅଧିକାର ପାଇବାରୁ ବଞ୍ଚିତ ହୋଇ ଶୋଷଣର ଶିକାର ହୋଇଛନ୍ତି ସେମାନଙ୍କୁ ଆବଶ୍ୟକ ସହଯୋଗ ଯୋଗାଇବା ସହ ମିଳିତ ଭାବେ ସଂଗ୍ରାମ କରିବ ବୋଲି ସେ କହିଛନ୍ତି । କାର୍ଯ୍ୟାଳୟ ଉଦ୍‌ଘାଟନ ବେଳେ ଜିଲ୍ଲାର ସମସ୍ତ ବ୍ଲକର କାର୍ଯ୍ୟକର୍ତ୍ତା ଓ ସଭ୍ୟ/ସଭ୍ୟା ମଧ୍ୟ ଉପସ୍ଥିତ ଥିଲେ।

0
0
0
s2sdefault