-
ରାଜ୍ୟ ସରକାର ଖର୍ଚ୍ଚ କରିବେ ଏକ ଶହ ଏକାଵନ କୋଟି ଟଙ୍କା
-
ପୁରୀ ଭଳି ପଦ୍ମପୁର ବାସୀ ମଧ୍ୟ ପାଇବେ ବିଶୁଦ୍ଧ ପାନୀୟ ଜଳ
-
ବେରେଜ ଆଖପାଖ ପଂଚାୟତ ର ଚାଷୀ ପାଇବେ ଜଳସେଚନ ସୁବିଧା
ବରଗଡ :- ପଦ୍ମପୁରବାସୀଙ୍କ ପାଇଁ ଖୁସିର ଖବର | ପଦ୍ମପୁର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଓ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଙ୍କର ଉଦ୍ୟମ କ୍ରମେ ପ୍ରସ୍ତାବିତ ପୁଝାରିପାଲି ଡ୍ୟାମର ତଳ ମୁଣ୍ଡରେ ଆଗାମୀ ଦିନରେ ନିର୍ମାଣ ହେବାକୁ ଯାଉଛି ଏକ ଉଚ୍ଚ କ୍ଷମତା ସଂପନ୍ନ ବେରେଜ । ଅନୁମୋଦନ ଚୂଡାନ୍ତ ପର୍ଯୟରେ ରହିଥିବା ଏହି ବେରେଜ ନିର୍ମାଣ ପାଇଁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ପ୍ରାୟ ଏକ ଶହ ଏକାଵନ କୋଟି ଟଙ୍କା ବ୍ୟୟ କରିବେ । ପ୍ରସ୍ତାବିତ ଏହି ବେରେଜ ର କାମ ସମ୍ପୂର୍ଣ୍ଣ ହେବା ପରେ ପଦ୍ମପୁରକୁ , ପୁରୀ ଭଳିଆ ଛବିଶ ଘଣ୍ଟା ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହେବା ସହିତ ବେରେଜ ର ଆଖପାଖରେ ଥିବା ଅନେକ ଗୁଡିଏ ପଂଚାୟତ ର ଚାଷୀ ଭାଇ ମାନଙ୍କୁ ଜଳ ଯୋଗଣର ସୁବିଧା ହୋଇ ପାରିବ । ଏହି ବେରେଜ ନିର୍ମାଣ ଦ୍ୱାରା ପ୍ରସ୍ତାବିତ ପୁଝାରିପାଲି ଡେମ ଉପରେ କୋଣସି ନକାରାତ୍ମକ ପ୍ରଭାବ ପଡିବ ନାହିଁ। ଆବଶ୍ୟକୀୟ ଅନୁମୋଦନ ସରିବା ପରେ ( ଯାହାକି ବର୍ତମାନ ଚୂଡାନ୍ତ ପର୍ଯ୍ୟାୟରେ ରହିଛି ) ଖୁବ ଶୀଘ୍ର ବ୍ୟାରେଜ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ସୂଚନା ପ୍ରଦାନ କରିଛନ୍ତି ।









