ବରଗଡ :- ଯୁବ ସମାଜ ସୁଦୃଢ ହେଲେ ରାଜ୍ୟ ସୁଦୃଢ ହେବ ଏବଂ ରାଜ୍ୟ ସୁଦୃଢ ହେଲେ ଦେଶ ସୁଦୃଢ ହେବ । ତେଣୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବଗୋଷ୍ଠୀ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ କିପରି ସୁଦୃଢ ହେବେ ସେ ନେଇ ଯୋଜନା ମାନ କରୁଛନ୍ତି । ମୁଖ୍ୟମନ୍ତ୍ରୀ ଯୁବକ ମାନେ କ୍ରିଡା କ୍ଷେତ୍ରରେ କିପରି ଆଗକୁ ଯାଇ ରାଜ୍ୟ ତଥା ଦେଶର ନାମ ଗର୍ବିତ କରିବେ ସେଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ "ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ" ତିଆରି ପାଇଁ ଅନୁମୋଦନ କରିଛନ୍ତି । ଏହି କ୍ରମରେ ପଦ୍ମପୁର ସହର ତଥା ଆଖପାଖ ଅଞ୍ଚଳର ଯୁବକ ମାନେ କ୍ରିଡା କ୍ଷେତ୍ରରେ ଅଗ୍ରଗତି ପାଇଁ ପଦ୍ମପୁର ସହରରେ ଏକ ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ ୬ କୋଟି ୧୪ ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି । ଆଜି ପଦ୍ମପୁର ଅଞ୍ଚଳର ଯୁବକ ମାନେ ତଥା କ୍ରିଡାପ୍ରେମୀ ମାନେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୄତଜ୍ଞତା ସଭା ବରିଷ୍ଠ ପୂର୍ବତନ ଏନଏସି ଅଧ୍ୟକ୍ଷ ପ୍ରିତମ ମେହେରଙ୍କ ନେତୄତ୍ବରେ ଅନୁଷ୍ଠିତ ହୋଇଯାଇଛି । ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶୁଶାନ୍ତ ସିଂ ମୁଖ୍ୟ ଅତିଥି ଭାବରେ ଯୋଗଦେଇ "ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ" ତିଆରି ହେଲେ ଯୁବ ପିଢି କିପରି କ୍ରିଡା କ୍ଷେତ୍ରରେ ଅଗ୍ରଗତି ହେବେ ସେ ବିଷୟରେ କ୍ରିଡାବିତ ମାନଙ୍କୁ ଅବଗତ କରାଇଥିଲେ । ଏହି କୄତଜ୍ଞତା ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ବିଜେଡି ଯୁବନେତା ଭୋଜରାଜ ସିଂ ବରିହା , ପ୍ରଶାନ୍ତ ମହାନ୍ତି,ହୄଦାନନ୍ଦ ବାରିକ,ପରମାନନ୍ଦ ଶାହା,ଉମେଶ ସାହୁ ତଥା ଅନ୍ୟାନ୍ୟ କ୍ରିଡାବିତ ଓ କ୍ରିଡାପ୍ରେମୀ ମାନେ ଉପସ୍ଥିତ ଥିଲେ ।
ରାଜ୍ୟ
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲେ ପଦ୍ମପୁର ବାସୀ
- Hits: 1523









