ହେଡଲାଇନସ୍:

ମାନସିଂହ ସାହିତ୍ୟ ସଂସଦର ସପ୍ତମ ମାସିକ କବିତା ଆସର ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର/ ଶାସକ ପ୍ରଶାସକ: ମାନସିଂହ ସାହିତ୍ୟ ସଂସଦ, ନନ୍ଦଳା, ପୁରୀର ସପ୍ତମ ମାସିକ କବିତା ଆସର ୧୦ ତାରିଖ ସନ୍ଧ୍ୟା ୭ଟାରେ ଅନୁଷ୍ଠିତ ହୋଇ ସାରିଛି । ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ବିଷ୍ଣୁପ୍ରସାଦ ଦଳାଇ ଆସର ସମ୍ପର୍କରେ ସମ୍ୟକ ସୂଚନା ଦେବା ସହ ଉପଦେଷ୍ଟା ବନବିହାରି ପଟ୍ଟନାୟକ ଆସରକୁ ଆନୁଷ୍ଠାନିକ ଭାବେ ଆରମ୍ଭ କରିଥିଲେ । ସୁସାହିତ୍ୟିକା ତଥା ସମାଜସେବୀ ଡ. ସୁସ୍ମିତା ଦାଶ ମୁଖ୍ୟଅତିଥି ରୂପେ ଯୋଗ ଦେଇ କବିତାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ଉପଦେଷ୍ଟା ଶ୍ରୀଯୁକ୍ତ ପ୍ରେମାନନ୍ଦ ବେହେରା (ବରଗଡ଼) ଆସରର ଆଭିମୁଖ୍ୟ ସ୍ପଷ୍ଟ କରିବା ସହ ସମସ୍ତ ଅଂଶଗ୍ରହଣକାରୀ ମାନଙ୍କୁ ସ୍ୱାଗତ ଜଣାଇଥିଲେ । ସମ୍ପାଦକ ଶ୍ରୀଯୁକ୍ତ ଲଳିତ କୁମାର ସ୍ୱାଇଁ ସମସ୍ତଙ୍କୁ ସାଧୁବାଦ ଜଣାଇବା ସହ ସାହିତ୍ୟର ମହତ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଚୁମୁକି ଦାଶ (ବଲାଙ୍ଗୀର) ଓ ସରୋଜ ସାହୁ (ଝାରସୁଗୁଡା)ଙ୍କ ବଳିଷ୍ଠ ସଂଯୋଜନାରେ ୪୦ରୁ ଉର୍ଦ୍ଧ୍ବ କବି ଓ କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ । ରଞ୍ଜନ କୁମାର ମହାନ୍ତି, ବିଳାସିନୀ ପଟ୍ଟନାୟକ, ନିଧି ସାହୁ, କବିତା ବିଶ୍ୱାଳ, କ୍ରୀଷ୍ଣା ମିଶ୍ର, ସାରଳା ଦାଶ, ବନବିହାରି ପଟ୍ଟନାୟକ, ଦ୍ଵାରିକା ନାଥ ମହାରଣା, ସନ୍ତୋଶିନୀ ଦାଶ, ସନ୍ତୋଷ କୁମାର ଅବଦାର, ରେଖିରାମ ଦେହୁରୀ, ଭାରତୀ ହୋତା, ବଟକୃଷ୍ଣ ତ୍ରିପାଠୀ, କବିତାଞ୍ଜଳୀ ପଣ୍ଡା, ପ୍ରେମାନନ୍ଦ ବେହେରା, ଶୋଭନା ପ୍ରିୟଦର୍ଶିନୀ, ଭାରତୀ ଦାଶ, ବିଦ୍ୟାଧର ଦଲବେହେରା, ଶ୍ଵେତପଦ୍ମl ପ୍ରଧାନ, ଲଳିତ କୁମାର ସ୍ବାଇଁ, ସୁଶୀଲ କୁମାର ରାଉତ, ଡ଼ଃ ଜୟନ୍ତୀ ବାଳା ଜେନା, ସରୋଜ କୁମାର ଓଝା, ପ୍ରତିମା ବାରିକ, ସବିତା ବସ୍ତିଆ, ସବିତା ଶୁକ୍ଳା, ପୂର୍ଣ୍ଣ ଚନ୍ଦ୍ର ଜେନା, ଜନରଞ୍ଜନ ପ୍ରଧାନ, ମନୀଷା ବିଶ୍ୱାଳ, ଡ଼ଃ ରମାକାନ୍ତ ନାୟକ, ପରମାନନ୍ଦ ତ୍ରିପାଠୀ, ସୁପ୍ରଭା ଦାଶ, ନିରଞ୍ଜନ ସାହୁ ଓ ସ୍ୱପ୍ନା ମହାନ୍ତି କବିତା ଆବୃତ୍ତି କରିଥିଲେ।
ଶ୍ରୀଯୁକ୍ତ ପ୍ରେମାନନ୍ଦ ବେହେରା କବିତା ଗୁଡିକୁ ସମୀକ୍ଷା କରିବା ସହ ସଂଯୋଜକ ବିଦ୍ୟାଧର ଦଳବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଲକଡାଉନ ସମୟରେ ଏହି ଆସର ସମସ୍ତଙ୍କ ମୁଁହରେ ହସ ଫୁଟାଇ ପାରିଥିଲା । ଅଗାମୀ ଦିନରେ ଏହି କବିତା ଆସର ଆହୁରି ଉନ୍ନତି କରିବ ବୋଲି ସମ୍ପାଦକ ଲଳିତ କୁମାର ସ୍ୱାଇଁ ଆଶା ପୋଷଣ କରିଛନ୍ତି ।

0
0
0
s2sdefault