ହେଡଲାଇନସ୍:

ଦୀର୍ଘବର୍ଷ ଅପେକ୍ଷାର ଅନ୍ତ : ଅଞ୍ଚଳରେ ଖୁସିର ଲହରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଳକ୍ ଅନ୍ତର୍ଗତ କରଚ଼ବାଡି ପଞ୍ଚାୟତର ଜନସାଧାରଣଙ୍କ ମୁହଁରେ ହସର ଲହରୀ । ଦୀର୍ଘ ବର୍ଷ ଧରି ପଞ୍ଚାୟତର ସରପଞ୍ଚ , ସମିତି ସଭ୍ୟ , ୱାର୍ଡମେମ୍ବର ଓ ଜନସାଧାରଣ ଲିଖିତ ଓ ମୌଖିକ ଭାବେ ଜିଲ୍ଲାପାଳ , ଉପଜିଲ୍ଲାପାଳ , ସାଂସଦ , ବିଧାୟକ , ମନ୍ତ୍ରୀ ଓ ବିଏସଏନଏଲ ଅଧିକାରୀଙ୍କୁ ପଞ୍ଚାୟତର ମୁଖ୍ୟ କରଚବାଡି ଗ୍ରାମରେ ଟାୱ।ର ବସାଇବା ପାଇଁ ଅନୁରୋଧ କରିଥିଲେ। ତଥାପି କୌଣସି ଅଧିକାରୀ ଓ ରାଜନୈତିକ ପ୍ରତିନିଧିଙ୍କ ଇଚ୍ଛାଶକ୍ତି ଅଭାବରୁ ଟାୱାର ( ନେଟୱାର୍କ ) ସଂଯୋଗ ହୋଇପାରି ନଥିଲା।
ଲୋକେ ନେଟୱାର୍କ ଅଭାବରୁ ସ୍ୱାସ୍ଥ୍ୟକେନ୍ଦ୍ର , ଥାନା , ବ୍ଳକ , ତହସିଲ , ଶିକ୍ଷା ଅଧିକାରୀଙ୍କ ସହିତ ଜରୁରୀକାଳୀନ ସେବାରୁ ବଞ୍ଚିତ ହେଉଥିଲେ। ଅନ୍ ଲାଇନ ପାଠପଢ଼ା ହୋଇପାରୁ ନ ଥିଲା । ଛାତ୍ର/ଛାତ୍ରୀମାନେ କରୋନାକାଳରେ ଏକ ପ୍ରକାର ପୋଥିରେ ଡୋରି ବାନ୍ଧିଦେଇଥିଲେ। ଦୂର ସଂପର୍କୀୟଙ୍କ ସହିତ ଯୋଗାଯୋଗ ବିଚ୍ଛିନ୍ନ ରହୁଥିଲା। ଗତ ସୋମବାର ଦିନ ଗ୍ରାମରେ ଜିଓ ମୋବାଇଲ ଟାୱାର( ନେଟୱାର୍କ) ସେବା ଯୋଗାଇ ଥିବାରୁ ପଞ୍ଚାୟତବାସୀଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଛି। ଲୋକେ ବର୍ତ୍ତମାନ ନୂଆଁ ମୋବାଇଲ ଓ ଜିଓ ସିମ୍ କିଣିବାରେ ଲାଗିପଡିଥିବା ଦେଖିବାକୁ ମିଳୁଛି।

0
0
0
s2sdefault