ହେଡଲାଇନସ୍:

ରାଜ୍ୟ ସମନ୍ୱିତ ପର୍ଯ୍ୟବେକ୍ଷକ ଦଳଙ୍କ ପାଇକମାଳ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଇକମାଳ :- ରାଜ୍ୟ ସମନ୍ୱିତ ପର୍ଯ୍ୟବେକ୍ଷକ ଦଳ ଆଜି ରାଜ୍ୟ କାର୍ଯ୍ୟକ୍ରମ ପରିଚାଳକ ଅଦୈତକୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ବୁଧବାର ପରିଦର୍ଶନ କରିଛନ୍ତି । ଏହି ପର୍ଯ୍ୟବେକ୍ଷଣକାରୀ ଦଳରେ ଡା: ବି.କେ ସ୍ୱାଇଁ ଗୁଣବତ୍ତା ପରାମର୍ଶଦାତା, ପ୍ରଣୟ କୁମାର ମହାପାତ୍ର ପରାମର୍ଶଦାତା (ପି.ଏଚ.ପି), ସନ୍ତୋଷ କୁମାର ନାୟକ ପରାମର୍ଶ ଦାତା (ପି.ପି.ପି) ସାମିଲ ଥିଲେ । ଉକ୍ତ ଟିମ୍ ପାଇକମାଳ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ କରାଯାଉଥିବା ବିଭିନ୍ନ ଯୋଜନା ର ସଫଳ ରୂପାୟନ ବାସ୍ତବରେ କିପରି ହେଉଛି ସେ ବିଷୟରେ ତର୍ଜମା ତଥା ପର୍ଯ୍ୟବେକ୍ଷଣ କରିଥିଲେ । ଏ ଅବସର ରେ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ସୈାମ୍ୟରଞ୍ଜନ ଦାଶ, ପାଇକମାଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା. ଶ୍ରୀଧର ପ୍ରଧାନ,ଡି.ଏ.ଏମ ରାଜକୁମାର ଗୁପ୍ତା, ଡି.ପି.ଏମ ଅମୁଲ୍ୟ ଖମାରୀ,ଏପିଡୋମିୟଲୋଜିଷ୍ଟ ସତୀଶ ନାୟକ,ପି .ଏଚ.ଇ.ଓ ବୁକୁରାମୁଣ୍ଡା ସି.ଏଚ.ସି ର ତୁଷ କୁମାର ଚନ୍ଦ୍ରକାର, ବି.ପି.ଏମ ରେବତୀ ମୋହନ ଜେନା, ବି.ଏ.ଏମ ସୁବ୍ରତ କୁମାର ବିଶ୍ବାଳ, ବି.ଡି.ଏମ. ସଞ୍ଜିବ ମେହେର, ଭି.ବି.ଟି.ଡି.ଏମ ସାନୁଜ କୁମାର ଦାସ, ସ୍ୱାସ୍ଥ୍ୟ ପରିଦର୍ଶିକା ପାଇକମାଳ ଜାହ୍ନବୀ କିଶାନ ଙ୍କ ସମେତ ସ୍ୱାସ୍ଥ୍ୟକେନ୍ଦ୍ର ରେ କାର୍ଯ୍ୟରତ ସମସ୍ତ କର୍ମଚାରୀଗଣ ଉପସ୍ଥିତ ଥିଲେ । ପରିଦର୍ଶନ ପରେ ନିକଟସ୍ଥ ଝାରବନ୍ଧ ବ୍ଲକ ର ଡଭା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଭିମୁଖେ ଯାତ୍ରା କରିଥିଲେ ।

0
0
0
s2sdefault