ବରଗଡ :- ବରଗଡ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମଥର ପାଇଁ ପାଇକମାଳ ଗସ୍ତରେ ଆସିଥିଲେ ଜିଲ୍ଲାପାଳ ମନୀଷା ବାନାର୍ଜୀ । ପ୍ରଥମେ ବ୍ଲକ ଅଫିସରେ ପହଂଚିଥିବା ପରେ ସେଠାରୁ ପାଇକମାଲରେ ନୂତନ ଭାବରେ ବିଡ଼ିଓ ଦାଇତ୍ୱ ଗ୍ରହଣ କରିଥିବା ଉପାଞ୍ଜଳି ମାଝୀ ଓ ଅତିରିକ୍ତ ବିଡ଼ିଓ ଶ୍ରୀ ଭୀଷ୍ମ ଦେବ ମାଝୀଙ୍କର ସହିତ ସ୍ଥାନୀୟ ପାଇକମାଳ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ବିଦ୍ୟାଳୟ ରେ ହେବାକୁ ଥିବା କାମ ବାବଦରେ ଆଲୋଚନା କରିବା ପରେ ଜିଲ୍ଲାପାଳ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କଙ୍କର ମନ୍ଦିର ଯାଇଥିଲେ ।
ମନ୍ଦିର ପରିସରରେ ମନ୍ଦିର କାର୍ଯନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ , ବରିଷ୍ଠ ସେବାୟତ ଶ୍ରୀ ସୁବୋଧ ପଣ୍ଡା ଓ ଅନ୍ୟାନ୍ୟ ସେବାୟତ ମାନେ ଜିଲ୍ଲାପାଳ ଭାବରେ ବରଗଡ଼ରେ ଯୋଗଦାନ କରିବା ପରେ ପ୍ରଥମ ଥର ନୃସିଂହନାଥ ମନ୍ଦିରକୁ ଆସିଥିବା ଜିଲ୍ଲାପାଳ ଙ୍କୁ ସ୍ୱାଗତ କରିଥିଲେ । ଏହାପରେ ଜିଲ୍ଲାପାଳ ମହାପ୍ରଭୁଙ୍କ ମନ୍ଦିର ବୁଲି ଦେଖିବା ସହିତ କାର୍ଯନିର୍ବାହୀ ଅଧିକାରୀଙ୍କୁ ମନ୍ଦିର ବାବଦରେ ଅନେକ କଥା ପଚାରି ବୁଝିଥିଲେ । ଧର୍ମଶାଳାରେ ହେଉଥିବା କାମ ଦେଖିବା ପରେ ଯନ୍ତ୍ରୀ ମାନଙ୍କୁ କିଛି ଆବଶ୍ୟକ ପରାମର୍ଶ ଦେଇଥିଲେ ।








