ବାରିପଦା(ଦିଲ୍ଲୀପ ମହାନ୍ତି ) - ବାରିପଦା ଟାଉନ ପୋଲିସକୁ ବଡ଼ ସଫଳତା। ତିନୋଟି ଭିନ୍ନ ଭିନ୍ନ ମାମଲାରେ ତଦନ୍ତ କରି ଚାରି ଜଣ ଦୁର୍ବୁତ୍ତଙ୍କୁ ଗିରଫ କରାଯାଇଛି। ବାରିପଦାରୁ ଛିନତାଇ କରି ଦୁର୍ବୁତ୍ତ ଅନ୍ୟ ଜିଲ୍ଲାକୁ ଖସି ଯାଇଥିବା ବେଳେ ପଡୋଶୀ ଜିଲ୍ଲା ବାଲେଶ୍ୱର ଓ ବସ୍ତା ଅଞ୍ଚଳରୁ ଗିରଫ କରିବାରେ ସକ୍ଷମ ହୋଇଛି ବାରିପଦା ପୋଲିସ। ଚାରି ଦୁର୍ବୁତ୍ତ ହେଲେ ହଳଦୀପଦା ଥାନା ଗୋବିନ୍ଦା ଗ୍ରାମର ସମୁନାଥ ପରିଡାଙ୍କ ପୁଅ ରଞ୍ଜନ ପରିଡା(୨୫), କାଠପଡା ଥାନା କୁଣ୍ଢେଇ ଗ୍ରାମର ଯୁଧିଷ୍ଠିର ଜେନାଙ୍କ ପୁଅ ଦୀପକ ଜେନା(୨୧), ଶାଙ୍ଖୁଦେଇ ଗ୍ରାମର ଧୀରେନ ଦାସଙ୍କ ପୁଅ ରାକେଶ ଦାସ(୨୦) ଓ ଅନ୍ୟ ଜଣେ ବସ୍ତା ଥାନା କୁଣ୍ଡେଇ ଗ୍ରାମର ବୁବୁରାମ ଜେନାଙ୍କ ପୁଅ ତରୁଣ କୁମାର ଜେନା(୨୨)ଙ୍କୁ ଗିରଫ କରାଯାଇ ମଙ୍ଗଳବାର କୋର୍ଟ ଚାଲାଣ କରାଯିବା ନେଇ ପ୍ରେସ ବିଜ୍ଞପ୍ତିରେ ବାରିପଦା ଉପଖଣ୍ଡ ପୋଲିସ ଅଧିକାରୀ କେ କେ ହରିପ୍ରସାଦ ସୂଚନା ଦେଇଛନ୍ତି। ଦୁର୍ବୁତ୍ତଙ୍କ ସହିତ ଗୋଟିଏ କେଟିଏମ ବାଇକ, ଗୋଟିଏ ପଲସର ଟିଟ୍ୱେଣ୍ଟି, ତିନୋଟି ମୋବାଇଲ ଫୋନ, ଦୁଇଟି ସୁନା ଚେନ ଓ ଗୋଟିଏ ହୀରା ଲୋକେଟ ଓ ଚେନ ଜବତ ହୋଇଥିବା ଜଣାପଡିଛି। ଛିନତାଇ ମାମଲାରେ ପୂର୍ବରୁ ଗିରଫ ହୋଇଥିବା ତିନି ଦୁର୍ବୁତ୍ତଙ୍କ ନିକଟରୁ ସୂଚନା ପାଇ ବାରିପଦା ଟାଉନ ପୋଲିସ ଅଧିକାରୀ ବିରେନ୍ଦ୍ର କୁମାର ସେନାପତିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ବିଭିନ୍ନ ଅଞ୍ଚଳକୁ ଯାଇ ତଦନ୍ତ କରୁଥିଲା। ତେବେ ବହୁ ଖୋଜା ଖୋଜି ପରେ ବସ୍ତା ଅଞ୍ଚଳରୁ ଚାରି ଦୁର୍ବୁତ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ତେବେ ଏହି ଦୁର୍ବୁତ୍ତ ମାନଙ୍କ ନାମରେ ବିଭିନ୍ନ ଥାନାରେ ଅନେକ ମାମଲାରେ ସମ୍ପୃକ୍ତି ରହିଥିବା ପୋଲିସ ପକ୍ଷରୁ ଜଣାଯାଇଛି।
ରାଜ୍ୟ
ଛିନତାଇ ମାମଲାରେ ଚାରି ଦୁର୍ବୁତ୍ତ କୋର୍ଟ ଚାଲାଣ: ବାରିପଦା ପୋଲିସର ସଫଳତା
- Hits: 372








