ବିଏଲଡିସି ମୋଟରଯୁକ୍ତସିଲିଂ ଫ୍ୟାନ୍-ପ୍ରଭାବଶାଳୀ ପ୍ରଦର୍ଶନ କ୍ଷମତାଯୁକ୍ତ
ନୂଆଦିଲ୍ଲୀ :ଭାରତର ଅଗ୍ରଣୀ କଂଜୟୁମର ଡ୍ୟୁରେବଲ ଉଷା ଇଂଟରନ୍ୟାସନାଲ୍ ପକ୍ଷରୁ ଏହାର ନୂତନ ସେଲିଂ ଫ୍ୟାନ ବର୍ଗରେ ଏବିଏସ୍ ବ୍ଲେଡ ଯୁକ୍ତ ତଥା ବିଏଲଡିସି ମୋଟର ଯୁକ୍ତ ହେଲେଅସ୍ ଫ୍ୟାନ ଏବେ ଡିଜିଟାଲ ପ୍ଲାଟଫର୍ମରେ ଉପଲବ୍ଧ କରାଯିବା ସମ୍ପର୍କରେ ଘୋଷଣା କରାଯାଇଛି ।ଏହାଦ୍ୱାରା କମ୍ପାନୀର ସେଲିଂ ଫ୍ୟାନ୍ ପୋର୍ଟଫୋଲିଓ ବେଶ ସୁଦୃଢ଼ ହୋଇପାରିବ ।ଏହି ନୂତନ ଏବିଏସ୍ ବ୍ଲେଡ ସିଲିଂ ଫ୍ୟାନରେ ପାୱାର ସେଭିଂ ବୈଶିଷ୍ଟ୍ୟ, ନବୀନତମ ଜ୍ଞାନକୌଶଳ, ପ୍ରିମିୟମ୍ ଏବଂ ଚିନ୍ତାମୁକ୍ତ ଆଧୁନିକ ଆକର୍ଷଣୀୟ ସୁନ୍ଦର ଡିଜାଇନିଂକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହା ହୋମ୍ ଡେକୋର କ୍ଷେତ୍ରରେ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ ।
ଏହା ୧୨୨୦ ଏମ୍ଏମରେ ସୁଇପି କରିବାକୁ ସକ୍ଷମ । ହେଲେଅସ୍ ଫ୍ୟାନରେ ଥ୍ରୀ-ଡିଏବିଏସ ମୋଲଡେଡ଼ ଏରୋଡାଇନାମିକ-ରଷ୍ଟ ଫ୍ରିବ୍ଲେଡ୍ ରହିଛି ।ଏହାମିନିଟ୍ ପିଛା ୨୬୦ ଘନ ମିଟର ସ୍ମୁଥର ଏୟାରଫ୍ଲୋ କରିବାକୁ ସକ୍ଷମ ।ଏହାର ଆରପିଏମ୍ ସ୍ପିଡ୍ ୩୧୦ ରହିଛି । ଏଥିରେ ହ୍ୱିସପର-କ୍ୱାଇଟ୍ ଅପରେଶନ୍ ବୈଶିଷ୍ଟ୍ୟ ରହିଛି । ଏଥିରେ ବାଇ-ଡିରେକ୍ସନାଲ ରୋଟେଶନ ସୁବିଧା ରହିଛି । ଫଳରେ ଏହା ଗ୍ରୀଷ୍ମଋତୁରେ ଆଂଟି-କ୍ଲକ୍ ୱାଇଜ କରି ଥଣ୍ଡା ପବନ ସୃଷ୍ଟିକରିଥାଏ । ସେହିପରି ଶୀତଦିନେ ଉଷୁମ ପବନ ସୃଷ୍ଟିକରି ପାରିଥାଏ । ଫଳରେଏହାକୁବର୍ଷ ସାରା ବ୍ୟବହାର କରିହୋଇଥାଏ । ହେଲେଅସ୍ ଫ୍ୟାନରେ ଆରଏଫ ରିମୋଟ ବୈଶିଷ୍ଟ୍ୟ ରହିଛି ।ଏହାକୁ ବ୍ୟବହାର କରିବା ଅତ୍ୟନ୍ତ ସହଜ । ଏଥିରେ ଥିବା ହାଇଟର୍କବିଏଲ୍ଡିସି ମୋଟୋର ଯୋଗୁ କମ ତାପମାତ୍ରା ବୃଦ୍ଧି ହେବା ସହିତ ଉଚ୍ଚ ଦକ୍ଷତାଏବଂମାତ୍ର ୪୩ ୱାଟ୍ କାମ ବିଦ୍ୟୁତ ବ୍ୟବହୃତହୋଇଥାଏ । ଏଥିରେ ବିକଶିତ ସ୍ପିଡ୍ କଣ୍ଟ୍ରୋଲ ଥିବାବେଳେ ଦୀର୍ଘସ୍ଥାୟୀ । ଏହାର ପାୱାର କଞ୍ଜମ୍ପଶନ୍ ୫୦ ପ୍ରତିଶତ କମ୍ କରିଥାଏ ।
ଏହି ଅବସରରେ ଉଷା ଇଂଟରନ୍ୟାଶନାଲର ଇଲେକ୍ଟ୍ରିକ୍ ଫ୍ୟାନ୍, ୱାଟର ହିଟରଏବଂ ପମ୍ପର ପ୍ରେସିଡେଣ୍ଟ ରୋହିତ ମାଥୁର କହିଛନ୍ତି " ହେଲେଅସ ଫ୍ୟାନର ବଜାର ପ୍ରବେଶ ଉଷା ପାଇଁ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ । ସମ୍ପ୍ରତି ପରିବର୍ତିତ ଘରୋଇଜୀବନଶୈଳୀରେବାସଗୃହର ଆଭ୍ୟନ୍ତରୀଣ ସୌନ୍ଦର୍ଯ୍ୟବୃଦ୍ଧିକରିବାଲାଗି ପ୍ରିମିୟମ୍ ତଥା ନବୀନତମ ଜ୍ଞାନ କୌଶଳରେ ନିର୍ମିତ ଫ୍ୟାନ୍ରଚାହିଦା ମାର୍କେଟରେ ବଢ଼ିବାରେ ଲାଗିଛି । ଏପରି ସ୍ଥଳେ ଉଷାର ହେଲେଅସ୍ ଫ୍ୟାନ୍ ଡିଜିଟାଲ ପ୍ଲାଟଫର୍ମରେ ଗ୍ରାହକମାନଙ୍କର ପ୍ରଥମ ପସନ୍ଦ ପାଲଟି ପାରିବ ବୋଲି ଆଶା ରହିଛି ।"
ଡିଜିଟାଲ ହେଲେଅସ୍ ଫ୍ୟାନ୍ଡିଜିଟାଲ ପ୍ଲାଟଫର୍ମରେ ୮,୯୯୦ ଟଙ୍କାରେ ଉପଲବ୍ଧ ହେଉଛି । ସ୍ପାର୍କଲବ୍ଲାକ୍, ସ୍ପାର୍କଲହ୍ୱାଇଟ୍ , ଇମ୍ପାରିୟାଲ ବ୍ଲୁ , ଗୋଲଡେନ ୟେଲୋ, ହୋରିଜୋନ ବ୍ଲୁ ଆଦି ୫ଟି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ ହେଉଛି । ଏହାର ମୋଟୋର ଉପରେ ୪ ବର୍ଷର ୱାରେଂଟି ଉପଲବ୍ଧ ହେଉଛି ।








