ଭୁବନେଶ୍ୱର: ଏଚଡ଼ିଏଫସି ମ୍ୟୁଚୁଆଲ୍ ଫଣ୍ଡ୍ ପକ୍ଷରୁ ନୂଆ ଫଣ୍ଡ୍ ଅଫର୍ ଏଚଡ଼ିଏଫସି ନିଫ୍ଟି ୫୦ ଇକ୍ୱାଲ୍ ୱେଟ୍ ଇଣ୍ଡେକ୍ସ ଫଣ୍ଡ୍ ବିଷୟରେ ଘୋଷଣା କରାଯାଇଛି । ଶ୍ରେଷ୍ଠ ୫୦ଟି କଂପାନିରେ ନିବେଶ କରିବାକୁ ଚାହୁଁଥିବା ନିବେଶକମାନଙ୍କ ଲାଗି ଏହା ଏକ ସହଜ ଓ ସ୍ମାର୍ଟ ନିବେଶ ଫଣ୍ଡ୍ । ଇଣ୍ଡେକ୍ସ ଫଣ୍ଡ୍ ପରିଚାଳନା କରିବାରେ ଏଚଡ଼ିଏଫସି ଆସେଟ୍ ମ୍ୟାନେଜମେଣ୍ଟ୍ କଂପାନିର ୧୯ରୁ ଅଧିକ ବର୍ଷର ଅଭିଜ୍ଞତା ରହିଛି ।
ଏଚଡ଼ିଏଫସି ନିଫ୍ଟି ଇକ୍ୱାଲ୍ ୱେଟ୍ ଇଣ୍ଡେକ୍ସ ଫଣ୍ଡରେ ଶୃଙ୍ଖଳିତ ଢଙ୍ଗରେ ଅର୍ଥନୈତିକ ଅଭିବୃଦ୍ଧିର ସୁଯୋଗ ହାସଲ କରିବା ଲାଗି ଲକ୍ଷ୍ୟ ରଖାଯାଇଛି । ଅଭିବୃଦ୍ଧି କାହାଣୀର ଅଂଶ ଥିବା ଷ୍ଟକ୍ରେ ଏହି ପାଣ୍ଠିର ରାଶିକୁ ନିବେଶ କରାଯିବ । ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଂଜ୍ (ଏନ୍ଏସ୍ଇ)ରେ ତାଲିକାଭୁକ୍ତ ହୋଇଥିବା ଶ୍ରେଷ୍ଠ ୫୦ଟି କଂପାନିରେ ନିବେଶ କରିବା ଲାଗି ଏହି ପାଣ୍ଠି ସୁଯୋଗ ପ୍ରଦାନ କରିବ । ଏଥିରେ ସବୁ ଷ୍ଟକକୁ ସମାନ ପ୍ରକାରର ଗୁରୁତ୍ୱ ପ୍ରଦାନ କରାଯିବ ।
ନିଫ୍ଟି୫୦ ଇକ୍ୱାଲ୍ ୱେଟ୍ ଇଣ୍ଡେକ୍ସ ଫଣ୍ଡରେ ପ୍ରତି ତ୍ରୟମାସରେ ସ୍ୱୟଂକ୍ରିୟ ଭାବେ ପାଣ୍ଠି ସନ୍ତୁଳିତ ହେବ ଏବଂ ଅର୍ଧ ବାର୍ଷିକରେ ପୁନର୍ଗଠିତ ହେବ । ସ୍ୱୟଂକ୍ରିୟ ତ୍ରୟମାସ ପୁନଃ ସନ୍ତୁଳନ ଅନୁସାରେ ସ୍ମାର୍ଟ ଓ ଚତୁରତାର ସହ ଏହା ସୂଚୀକୁ ପ୍ରଦର୍ଶିତ କରିବ ଏବଂ ଫଳରେ ସ୍ୱୟଂକ୍ରିୟ ଲାଭ ବୁକିଂ ହୋଇପାରିବ । ନୂଆ ଫଣ୍ଡ୍ ଅଫର୍ ଅଗଷ୍ଟ ୪ରୁ ଖୋଲିବ ଏବଂ ଅଗଷ୍ଟ ୧୩ରେ ବନ୍ଦ ହେବ । ଏନ୍ଏଫ୍ଓ ଅଧୀନରେ ପାଣ୍ଠି ଆବଣ୍ଟନ ହେବାର ପାଞ୍ଚ ଦିନ ଭିତରେ ଏହି ପାଣ୍ଠି ନିରନ୍ତର ବିକ୍ରି ଓ ପୁନଃ ଖରିଦ ଲାଗି ଉପଲବ୍ଧ ହେବ । ଏହି ପାଣ୍ଠି ସମ୍ପର୍କରେ କ୍ରିଷ୍ଣ କୁମାର ଦାଗା, ସିନିୟର ଫଣ୍ଡ୍ ମ୍ୟାନେଜର, ଏଚ୍ଡିଏଫ୍ସି ଏଏମ୍ସି କହିଛନ୍ତି ଯେ, “ବିଗତ କିଛି ବର୍ଷ ଭିତରେ କର୍ପୋରେଟ୍ ଲାଭରେ ଅଭିବୃଦ୍ଧି ମନ୍ଥର ରହିଥିଲା ମାତ୍ର କର୍ପୋରେଟ୍ ଲାଭରେ ନିକଟରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି ଏବଂ ଆଗାମୀ ଦିନର ସମ୍ଭାବନା ମଧ୍ୟ ବେଶ ଉଜ୍ୱଳ ରହିଛି । ବିଗତ ୨-୩ ବର୍ଷରେ ବିକ୍ଷିପ୍ତ ବୃଦ୍ଧି କାରଣରୁ ଅଭିବୃଦ୍ଧି ସଙ୍କୁଚିତ ରହିଥିଲା । ମାତ୍ର କର୍ପୋରେଟ୍ ଲାଭରେ ବୃଦ୍ଧି ହେବା ପରେ ବଜାର ପୁଣି ବ୍ୟାପକ ଭିତ୍ତିକ ହୋଇଛି । ବର୍ତମାନର ବଜାର ସ୍ଥିତି ଅନୁସାରେ ଆମର ବିଶ୍ୱାସ ରହିଛି ଯେ ଏଚଡିଏଫସି ନିଫ୍ଟି ୫୦ ଇକ୍ୱାଲ ୱେଟ୍ ଫଣ୍ଡର ଲାଭକୁ ବିଚାରକୁ ନିଆଯାଇପାରିବ ।’’
ରାଜ୍ୟ
ଏଚଡ଼ିଏଫସି ମ୍ୟୁଚୁଆଲ୍ ଫଣ୍ଡ୍ର ନୂଆ ନିଫ୍ଟି ୫୦ ଇକ୍ୱାଲ୍ ୱେଟ୍ ଇଣ୍ଡେକ୍ସ ଫଣ୍ଡ୍
- Hits: 464








