ବାରିପଦା(ଦିଲ୍ଲୀପ ମହାନ୍ତି) - ସ୍ଥାନୀୟ ମହାରାଜପୁରସ୍ଥିତ ମୟୂରଭଞ୍ଜ କଲେଜ ଅଫ୍ ଏକାଉନଟେନସି ଏଣ୍ଡ ମ୍ୟାନେଜମେଣ୍ଟର ଉଦ୍ଭିଦ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନେ ଶିମିଳିପାଳର ଲୁଲୁଙ୍ଗ ଓ ବାଲଡିହା ବନ୍ଧ ଅଞ୍ଚଳରେ ବିଭିନ୍ନ ପ୍ରଜାତିର ଔଷଧୀୟ ଏବଂ ଅନ୍ୟାନ୍ୟ ଉଦ୍ଭିଦକୁ ନେଇ ଏକ ଦିବସୀୟ ଫିଲ୍ଡ ଷ୍ଟଡିରେ ଯାଇଥିଲେ । ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରଜାତିର ଉଦ୍ଭିଦ ଚାରା ଓ ମଞ୍ଜି ସଂଗ୍ରହ କରିବା ସହିତ ଏକ ପ୍ରାକୃତିକ ପରିବେଶ ମଧ୍ୟରେ ଶିକ୍ଷାଲାଭ କରିବାର ସୁଯୋଗ ପାଇଥିଲେ । ଛାତ୍ରଛାତ୍ରୀମାନେ ସଂଗ୍ରହ କରିଥିବା ବିଭିନ୍ନ ପ୍ରଜାତିର ମଞ୍ଜି ଓ ପତ୍ରକୁ ଶୁଖାଇ ନିଜ ନିଜର ପ୍ରଜେକ୍ଟ ତିଆରି କରିବେ । ଏହା ଫଳରେ ଛାତ୍ରଛାତ୍ରୀମାନେ ଏକ ପ୍ରାକୃତିକ ପରିବେଶ ମଧ୍ୟରେ ବିଭିନ୍ନ ପ୍ରଜାତିର ଚାରା ବିଷୟରେ ଅଧ୍ୟୟନ କରିବା ପାଇଁ ସୁଯୋଗ ପାଇଲେ ବୋଲି ବର୍ଣ୍ଣନା କରିଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସୋନାଲି ସାମଲ, ଅସୀମା ଆକାଂକ୍ଷା ସିଂହ, କିର୍ତ୍ତି କୌଶିକ ନାୟକ, ସ୍ୱପ୍ନା ନାଏକ, ଅନାମିକା ପରିଡା, ଦେବବ୍ରତ ସ, ଚିନ୍ମୟ ହେମ୍ବ୍ରମ, ସୁଭମ ପ୍ରତିକ ମହାନ୍ତ ଏହି ଫିଲ୍ଡ ଷ୍ଟଡିର ନେତୃତ୍ୱ ନେଇଥିଲେ । ବିଭାଗୀୟ ଅଧ୍ୟାପକ ଶିବ ପ୍ରସାଦ ମଲ୍ଲିକ ଓ ଦେବୀଦତ୍ତ ରାଉତ ଛାତ୍ରଛାତ୍ରୀମାନଙ୍କୁ ଏହି ଫିଲ୍ଡ ଷ୍ଟଡିର ନେତୃତ୍ୱ ନିମନ୍ତେ ଉତ୍ସାହିତ କରିଥିଲେ । ମୟୂରଭଞ୍ଜ କଲେଜ ଅଫ୍ ଏକାଉନଟେନସି ଏଣ୍ଡ ମେନେଜମେଣ୍ଟର ଅଧ୍ୟକ୍ଷ ପ୍ରଦୀପ ନାୟକ ଛାତ୍ରଛାତ୍ରୀମାନଙ୍କୁ ପ୍ରାକୃତିକ ପରିବେଶ ମଧ୍ୟରେ ଶିକ୍ଷା ଲାଭର ସୁଯୋଗ ଦେଇଥିବାରୁ ଉଦ୍ଭିଦ ବିଜ୍ଞାନ ଛାତ୍ରଛାତ୍ରୀମାନଙ୍କ ସହିତ ବିଭାଗୀୟ ଅଧ୍ୟାପକମାନେ କୃତଜ୍ଞତା ଜଣାଇଥିଲେ ।
ରାଜ୍ୟ
ମୟୂରଭଞ୍ଜ କଲେଜ ଅଫ୍ ଏକାଉନଟେନସି ଏଣ୍ଡ ମ୍ୟାନେଜମେଣ୍ଟର ଉଦ୍ଭିଦ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ଦ୍ୱାରା ଶିମିଳିପାଳରେ ଫିଲ୍ଡ ଷ୍ଟଡି ।
- Hits: 395








