ଭୁବନେଶ୍ବର:(ଶାସକ ପ୍ରଶାସକ) : ଆଜାଦୀ କା ଅମୃତ ମହୋତ୍ସବ ଭାବେ ପାଳନ କରାଯାଉଥିବା ୭୫ତମ ସ୍ବାଧୀନତା ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି କେନ୍ଦ୍ର ଖଣି, କୋଇଲାଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀ ନାଲକୋ କର୍ମଚାରୀ ଏବଂ ଉଚ୍ଚ ପଦାଧିକାରୀଙ୍କୁ ଉଦବୋଧନ ଦେଇଥିଲେ । ୨୦୨୦-୨୧ ଆର୍ଥିକ ବର୍ଷରେ ଉନ୍ନତ ପ୍ରଦର୍ଶନ ଓ୨୦୨୧-୨୨ ବର୍ଷର ପ୍ରଥମ ତ୍ରୈମାସରେ ସଫଳତା ପାଇଁ ପ୍ରତ୍ୟେକ କର୍ମଚାରୀଙ୍କୁ ଶ୍ରେୟ ଦେଇଥିଲେ । ଏହିପରି ନିରନ୍ତର ଉଦ୍ୟମ ଜାରୀ ରହିଲେ ନାଲକୋ ଖୁବ୍ ଶୀଘ୍ର ଉନ୍ନତିର ଶିଖରରେ ପହଞ୍ଚି ପାରିବ ଏବଂ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ ।
ସାରା ବିଶ୍ବରେ ଜାରି ରହିଥିବା କୋଭିଡ୍ ମହାମାରୀ ଏବଂ ଏହାଦ୍ବାରା ବ୍ୟବସାୟ ପରିବେଶରେ ସୃଷ୍ଟି ହୋଇଥିବା ଆହ୍ବାନକୁ ମୁକାବିଲା କରି ନାଲକୋ ୨୦୨୦-୨୧ଆର୍ଥିକବର୍ଷରେ ଦୃଢ଼ଶକ୍ତି, ସ୍ଥିରତାଓସଂକଳ୍ପସହସଫଳ ପ୍ରତ୍ୟାବର୍ତ୍ତନ କରି ଥିବାରୁ ମନ୍ତ୍ରୀ ଭୂୟସୀ ପ୍ରଶଂସା କରିଅଛନ୍ତି ।୨୦୨୦-୨୧ ଆର୍ଥିକ ବର୍ଷରେ କମ୍ପାନୀର ଲାଭରେ ୯ଗୁଣା ବୃଦ୍ଧି ସହ୧୩୦୦ କୋଟିଟଙ୍କାର ନିଟ ଲାଭ ହାସଲ କରିଛି। ପୁନଶ୍ଚ ୨୦୨୦-୨୧ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସର ୧୭ କୋଟି ଟଙ୍କାର ନିଟ ଲାଭ ତୁଳନାରେ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ କମ୍ପାନୀ ୩୪୮କୋଟି ଟଙ୍କାର ନିଟ ଲାଭ ହାସଲ କରିଛି। କଂପାନିର ସ୍ଲୋଗନ୍ ‘ସାଧାରଣବ୍ୟକ୍ତି -ଅସାଧାରଣ ମନୋଭାବ’ଆଜି ଉପଲବ୍ଧି ହେଉଛି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ହସ୍ତତନ୍ତକୁ ଉତ୍ସାହିତ କରିବା ପାଇଁ ଆହ୍ବାନ ସ୍ବରୂପ ୭୫ତମ ସ୍ବାଧୀନତା ଦିବସ ପାଳନ ପରିପ୍ରେକ୍ଷୀରେ ପ୍ରତି କର୍ମଚାରୀଙ୍କୁ ୭୫୦୦ଟଙ୍କା ମୂଲ୍ୟର ହସ୍ତତନ୍ତ ପୋଷାକ ପ୍ରଦାନ କରି ହସ୍ତତନ୍ତର ପ୍ରସାର ଲାଗି ରହିଥିବା ମିସନରେ ଯୋଗ ଦେବାଲାଗି ସେ ନାଲକୋକୁ ପରାମର୍ଶ ଦେଇଛନ୍ତି।
‘‘ଏହା ମୋର ବିଶ୍ବାସ ଯେ, ସମସ୍ତ ନାଲକୋ କର୍ମଚାରୀ ନିରନ୍ତର ପ୍ରଚେଷ୍ଟା କଲେ ପ୍ରଧାନମନ୍ତ୍ରୀଙ୍କ ‘ଆତ୍ମନିର୍ଭର ଭାରତ’ ସ୍ବପ୍ନ ସାକାର ହୋଇ ପାରିବ ।ଏକ ଦାୟିତ୍ବବାନ କର୍ପୋରେଟ ନାଗରିକ ଭାବେ ନାଲକୋ ପକ୍ଷରୁ କୋଭିଡ୍ ବିରୋଧ ଲଢ଼େଇରେ ସହାୟତାର ହାତ ଦେଶ ପ୍ରତିଥିବା କମ୍ପାନୀର ପ୍ରତିବଦ୍ଧତା ପ୍ରଦର୍ଶନ କରିଅଛି’’,ଶ୍ରୀଯୋଶୀ କହିଛନ୍ତି।
ଏହି ଆଭାସୀ ସମ୍ମେଳନରେ ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶ୍ରୀଧରପାତ୍ର, କମ୍ପାନୀର ନିର୍ଦ୍ଦେଶକ ଗଣ, ୟୁନିୟନର ପ୍ରତିନିଧି ଓ ବିରଷ୍ଠ ଅଧିକାରୀ ଗଣ ଅଂଶ ଗ୍ରହଣ କରିଥିଲେ।
ଉଲ୍ଲେଖଯାଗ୍ୟ ଯେ, ନାଲକୋ ହେଉଛି ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନରେ ଏକ ନବରତ୍ନ କମ୍ପାନୀ ଏବଂ ଭାରତର ଅଗ୍ରଣୀ ଆଲୁମିନା ଓ ଆଲୁମିନିୟମ ଉତ୍ପାଦନକାରୀ ଓ ରପ୍ତାନିକାରୀ ଉଦ୍ୟୋଗ । ଖଣି, ଧାତବ ଓ ଶକ୍ତି କ୍ଷେତ୍ରରେ କଂପାନିର ସମନ୍ବିତ ଓ ବିବିଧ ପରିଚାଳନା ରହିଛି।
ରାଜ୍ୟ
୭୫ତମ ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ନାଲକୋ କର୍ମଚାରୀମାନଙ୍କୁ କେନ୍ଦ୍ରଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଉଦବୋଧନ
- Hits: 491








