କୃଷି ସଂପ୍ରସାରଣ ପରିଚାଳନା ପ୍ରତିଷ୍ଠାନ (ଇମେଜ୍)ର ସାଧାରଣ ପରିଷଦ ବୈଠକ
ଭୁବନେଶ୍ୱର,(ଶାସକ ପ୍ରଶାସକ) : କୃଷି ଓ କୃଷକର ଉନ୍ନତି ଦିଗରେ କୃଷି ସଂପ୍ରସାରଣ କାର୍ଯ୍ୟକ୍ରମ ଏବଂ ଦକ୍ଷତା ବିକାଶର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛିା କୃଷି କ୍ଷେତ୍ରରେ ପ୍ରତିଦିନ ନୂତନ ଜ୍ଞାନକୌଶଳର ପ୍ରୟୋଗ ହେଉଥିବାବେଳେ ଏହାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ସହିତ କୃଷି ଅଧିକାରୀମାନଙ୍କୁ ଅଧୁନାତମ ଜ୍ଞାନକୌଶଳ ସଂପର୍କରେ ପ୍ରଶିକ୍ଷଣ ଦେବା ଦିଗରେ କୃଷି ସଂପ୍ରସାରଣ ପରିଚାଳନା ପ୍ରତିଷ୍ଠାନ, ଭୁବନେଶ୍ୱରର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ବୋଲି ପରିଷଦର ସଭାପତି ତଥା କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତିା
ଆଜି କୃଷି ଭବନଠାରେ ଆୟୋଜିତ କୃଷି ସଂପ୍ରସାରଣ ପରିଚାଳନା ପ୍ରତିଷ୍ଠାନ (ଇମେଜ୍)ର ସାଧାରଣ ପରିଷଦ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଡ. ସାହୁ କହିଲେ ରାଜ୍ୟ ସରକାର କୃଷକଙ୍କ ଆୟକୁ ଦ୍ୱିଗୁଣିତ/ବହୁଗୁଣିତ କରିବା ନିମନ୍ତେ କୃଷି ଓ ଆନୁଷଙ୍ଗିକ କୃଷି କ୍ଷେତ୍ରର ଉନ୍ନତି ନିମନ୍ତେ ଅନେକଗୁଡ଼ିଏ ସମୟ ଉପଯୋଗୀ ଯୋଜନା ପ୍ରଣୟନ କରିଛନ୍ତିା ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଫସଲର ବିବିଧିକରଣ ଓ ସମନ୍ୱିତ କୃଷି ଉପରେ ବିଭାଗ ଗୁରୁତ୍ୱ ପ୍ରଦାନ କରୁଛିା କୃଷି ଅଧିକାରୀ ଓ କୃଷକମାନଙ୍କୁ ଏ ସଂପର୍କରେ ପ୍ରତିଷ୍ଠାନ ପରିସରରେ ଏବଂ କ୍ଷେତ୍ର ସ୍ତରରେ ଉପଯୁକ୍ତ ପ୍ରଶିକ୍ଷଣ ପ୍ରଦାନ କରି ଯୋଜନାର ସଫଳ ରୂପାୟନ କରିବାକୁ ପଡ଼ିବ ବୋଲିି ମନ୍ତ୍ରୀ ଡ. ସାହୁ କହିଥିଲୋ ଏଥିସହିତ ବ୍ଲକ୍ ସ୍ତରରୁ ରାଜ୍ୟସ୍ତରରେ "ଆତ୍ମା' ଯୋଜନାର କାର୍ଯ୍ୟାନ୍ୱୟନ ଦିଗରେ ଉପୁଜୁ ଥିବା ସମସ୍ୟାଗୁଡ଼ିକ ଦିଗରେ ଅବଗତ ହୋଇ ପ୍ରତିଷ୍ଠାନ ପକ୍ଷରୁ ଏହାର ସମାଧାନ ଦିଗରେ ପନ୍ଥା ନିରୁପଣ କରିବା ପାଇଁ ସେ ପରାମର୍ଶ ଦେଇଥିଲୋ ପ୍ରତିଷ୍ଠାନର କାର୍ଯ୍ୟାନ୍ୱୟନରେ ଉନ୍ନତି ଆଣିବା ଦିଗରେ ସଦସ୍ୟମାନେ ଦେଇଥିବା ମତାମତ ଉପରେ ପର୍ଯ୍ୟାଲୋଚନା କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲୋ ସାଧାରଣ ପରିଷଦର ବୈଠକ ବର୍ଷକୁ ଦୁଇଥର କରିବା ନିମନ୍ତେ ସଭାପତିଙ୍କ ପ୍ରସ୍ତାବ ସର୍ବସମ୍ମତିରେ ଗୃହୀତ ହୋଇଥିଲାା
ବୈଠକରେ ଯୋଗଦେଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କହିଲେ ସମନ୍ୱିତ କୃଷି ଯୋଜନାର ସଫଳ ରୂପାୟନ ନିମନ୍ତେ ସଂପ୍ରସାରଣ ପ୍ରତିଷ୍ଠାନ ସମେତ ଆତ୍ମାକୁ ଅଧିକ ଚଳଚଂଚଳ କରିବାକୁ ପଡ଼ିବା ବୈଠକରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡ. ପବନ କୁମାର ଅଗ୍ରଓ୍ୱାଲ କୃଷି ସଂପ୍ରସାରଣ ପରିଚାଳନା ପ୍ରତିଷ୍ଠାନର ଉନ୍ନତିକରଣ କରାଯାଇ ଏହାକୁ ଗବେଷଣା ପ୍ରତିଷ୍ଠାନ ସହ ଅଧିକ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲୋ
ସାଧାରଣ ପରିଷଦ ବୈଠକ ପ୍ରାରମ୍ଭରେ ପ୍ରତିଷ୍ଠାନର ମୁଖ୍ୟ ନିର୍ଦ୍ଦେଶକ ଶ୍ରୀ ମଧୁସୂଦନ ମିଶ୍ର ପ୍ରତିଷ୍ଠାନ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲୋ ଭୁବନେଶ୍ୱରଠାରେ କୃଷି ସଂପ୍ରସାରଣ ପରିଚାଳନା ପ୍ରତିଷ୍ଠାନ ପ୍ରତିଷ୍ଠା ହେବା ଦିନଠାରୁ କୃଷି ଅଧିକାରୀ ଓ କୃଷକମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ନିରନ୍ତର ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରିଆସୁଅଛିା ଏଥି ସହିତ ବିଭିନ୍ନ ସମୟରେ ସେମିନାର୍, କର୍ମଶାଳା ଓ କୃଷକ ମେଳାର ସଫଳ ଆୟୋଜନ କରି କୃଷି ସଂପ୍ରସାରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇଛି ବୋଲି ଶ୍ରୀ ମିଶ୍ର କହିଥିଲୋ
ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍. ମୁଥୁକୁମାର, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା, ମୃତ୍ତିକା ସଂରକ୍ଷଣ ଏବଂ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡାଙ୍କ ସମେତ ପରିଷଦର ସଦସ୍ୟ , କୃଷକ ସଦସ୍ୟ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲୋ








