ହେଡଲାଇନସ୍:

ବହୁଜନ ସମାଜ ପାର୍ଟି ର ମିଶ୍ରଣ ପର୍ବ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

କଲ୍ୟାଣସିଂହପୁର-ପ୍ରଦିପ ଦଲାଇ/ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକସ୍ଥିତ ମଥୁରା ନଗର ଠାରେ ବହୁଜନ ସମାଜ ପାର୍ଟି ରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି ।ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ନିଜ ନିଜ ଅଞ୍ଚଳକୁ ସଜାଇ ଭୋଟ ହାତେଇ କିପରି ଜିତିବେ ସେବିଷୟରେ ଆଲୋଚନା କରାଯାଇଥିଲା ।ଉକ୍ତ ବୈଠକରେ ବିଷମ କଟକ ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥ ଜିତୁ ଜାକେସିକା ସଭାପତି କରିଥିବା ବେଳେ ରବୀନ୍ଦ୍ର ଗରଡ଼ିଆ, ଜିଲା ସାଧାରଣ ସମ୍ପାଦକ ସମେଶ୍ୱର କୌଶଲ୍ୟା, ବିଷମ କଟକ ନିର୍ବାଚନ ମଣ୍ଡଳୀର ଉପସଭାପତି ଜାଗାମ ବେନିଆ,ବ୍ଲକ ପ୍ରହରୀ ଭକ୍ତ ମହାନନ୍ଦିଆ, ବରିଷ୍ଠ ନେତା କୃଷ୍ଟ ମହାନନ୍ଦିଆ, ବ୍ଲକ ଆବାହକ ପଦ୍ମନ ଭତ୍ରା ପ୍ରମୁଖ ମଞ୍ଚାସିନ ରହିଥିଲେ । ସେହିସମୟରେ ବିନିଶ ପୁର, ମଥୁରା ନଗର ର ପ୍ରାୟ ୫୦ଜଣ ଭୋଟର ବିଜେଡି ଦଳ ପରିତ୍ୟାଗ କରି ବହୁଜନ ସମାଜ ପାର୍ଟି ରେ ସାମିଲ ହୋଇଛନ୍ତି । ଏହି ମାନଙ୍କୁ ଦଳୀୟ ଚିହ୍ନର ଗାମୁଛା ପକାଇ ସ୍ୱାଗତ କରିଥିଲେ । ଏଥିରେ ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ ।

0
0
0
s2sdefault