ହେଡଲାଇନସ୍:

ଡାଲିମ୍ବପୁର ଗ୍ରାମରେ ବିଶ୍ୱ ସ୍ତନ୍ୟପାନ ଦିବସ ପାଳନ ସମେତ ଡେଙ୍ଗୁ ଓ ମ୍ୟାଲେରିଆ , ସ୍ୱଚ୍ଛତା ଓ କରୋନା ଉପରେ ସଚେତନତା କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଳକ କେରାଣ୍ଡି ପଞ୍ଚାୟତର ସ୍ୱାସ୍ଥ୍ୟ ଉପକେନ୍ଦ୍ର ଓ ଆଇସିଡ଼ିଏସ୍ : ସହଯୋଗରେ ଡାଲିମ୍ବପୁର ଗ୍ରାମ ସ୍ଥିତ ଅଙ୍ଗନବାଡି କେନ୍ଦ୍ର ପରିସରରେ ବିଶ୍ୱ ସ୍ତନ୍ୟପାନ ଦିବସ ପାଳିନ ସମେତ ଡେଙ୍ଗୁ ଓ ମ୍ୟାଲେରିଆ , ସ୍ୱଚ୍ଛତା-ସଫେଇ ଏବଂ କରୋନା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଅଙ୍ଗନବାଡି କେନ୍ଦ୍ର ଠାରେ ପ୍ରଥମେ ବିଶ୍ୱ ସ୍ତନ୍ୟପାନ ଦିବସ ପାଳନ ଉପରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କେରାଣ୍ଡି ଉପସ୍ବାସ୍ଥ୍ୟ କେନ୍ଦ୍ରର ଏଏନଏମ୍ ତଥା ମହିଳା ସ୍ବାସ୍ଥ୍ୟକର୍ମୀ ଶ୍ରୀମତୀ ବି. ଜଗଦମ୍ବା , ଆଇସିଡିଏସ୍ ସୁପରଭାଇଜର ଶ୍ରୀମତୀ ଶଶୀ ଗମାଙ୍ଗ , ବରିଷ୍ଠ ଅଙ୍ଗନବାଡି କର୍ମୀ ଶ୍ରୀମତୀ ପୁଷ୍ପାଞ୍ଜଳି ପଣ୍ଡା ପ୍ରମୁଖ ଯୋଗଦେଇ ଦିବସ ପାଳନ ଉଦ୍ଦେଶ୍ୟର ବିଭିନ୍ନ ଦିଗ ସମ୍ପର୍କରେ ବୁଝାଇଥିଲେ । ମୁଖ୍ୟତଃ ଗର୍ଭବତୀ ଓ ପ୍ରସୂତି ମହିଳା ମାନେ ନିଜ ସ୍ୱାସ୍ଥ୍ୟ ଉପରେ କିଭଳି ଯତ୍ନ ନେବେ , ପୁଷ୍ଟିକର ଖାଦ୍ୟ ଖାଇବା ଶିଶୁର ଯତ୍ନ ଓ ନିୟମିତ ସ୍ତନ୍ୟପାନ ପ୍ରଭୃତି ଉପଦେଉ ତଥ୍ୟ ଉପରେ ସୂଚନା ଦେଇ ବୁଝାଇଥିଲେ ।
ବର୍ତ୍ତମାନ ବର୍ଷାଋତୁରେ ଡେଙ୍ଗୁ ଓ ମ୍ୟାଲେରିଆ ଓ କରୋନା ରୋଗଠାରୁ ରକ୍ଷା ପାଇବା ପାଇଁ କଣ ସବୁ ସତର୍କତା ମୂଳକ ପଦକ୍ଷେପ ସବୁ ଗ୍ରହଣ କରିବାକୁ ହେବ , ସେ ସବୁ ସମ୍ପର୍କରେ ପ୍ରାଞ୍ଜଳ ଭାବେ ବୁଝାଇ ଉପସ୍ଥିତ ସମସ୍ତଙ୍କୁ ସଚେତନ କରାଇଥିଲେ ।
ଏହି ସଚେତନତା କାର୍ଯ୍ୟକ୍ରମରେ ଗର୍ଭବତୀ ମହିଳା , ପ୍ରସୂତି ମହିଳା , କିଶୋରୀ ବାଳିକା ଓ ସ୍ୱୟଂ ସହାୟକ ମହିଳା ମାଆ ମାନେ , ଯାଞ୍ଚ କମିଟି , ମାତୃ କମିଟି ପ୍ରମୁଖ ଉପସ୍ଥିତ ଥିଲେ ।
ପରେ ଡେଙ୍ଗୁ , ମ୍ୟାଲେରିଆ , ଡାଇରିଆ , ସ୍ୱଚ୍ଛତା ଓ କରୋନା ଉପରେ ଏକ ସଚେତନତା ରାଲି ଗ୍ରାମରେ କରାଯାଇ ଗ୍ରାମବାସୀଙ୍କୁ ଡ଼ାକବାଜି ଯନ୍ତ୍ର ଯୋଗେ ସଚେତନ କରାଯାଇଥିଲା ।
ଶେଷରେ ସମସ୍ତ ଅଙ୍ଗନବାଡି କର୍ମୀ , ଆଶା ମାତୃ ଓ ଯାଞ୍ଚ କମିଟି ମାନଙ୍କୁ ନେଇ ଏକ ଗ୍ରାମ ସଫେଇ କାର୍ଯ୍ୟକ୍ରମ କରା ଯାଇଥିଲା । ଗ୍ରାମରେ ପାଣି ଜମି ରହିଥିବା ସ୍ଥାନ ମାନଙ୍କରେ ବ୍ଳିଚିଙ୍ଗ ପାଉଡର ପକାଯିବା ସହ ଅନାବାବା ଗଛଲତା ଓ ଝାଡୁମାରି ସଫା କରାଯାଇଥିଲା । ଆସିଥିବା ସମସ୍ତଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ କର୍ମୀ ବି.ଜଗଦମ୍ବା , ଶିଶୁ ବିକାଶ ପ୍ରକଳ୍ପ ସୁପରଭାଇଜର ଶଶୀ ରେଖା , ଅଙ୍ଗନବାଡି କର୍ମୀ ପୁଷ୍ପାଞ୍ଜଳି ପଣ୍ଡା , ଟି: ଈଶ୍ୱରୀ , ୱାର୍ଡସଭ୍ୟ ଆର୍: ଆପାଲା ନରସିମ୍ମା , ଯାଞ୍ଚ କମିଟି ସଭ୍ୟା ଏ. ଲାଛନା ରାଓ ଏବଂ ମାତୃକମିଟି ସଭ୍ୟା ଏ. ପଦମାବତୀ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault