ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୧୯୪୨ ଅଗଷ୍ଟ ୯ ତାରିଖ ଦିନ ବିଦେଶୀ ଶାସକ ମାନଙ୍କ ବିରୋଧରେ ଭାରତ ଛାଡ ଦିବସ ପାଳନ କରାଯାଇଥିଲା। ସେହି ସ୍ମୃରଣୀୟ ଦିବସରେ ସଂଘ ପକ୍ଷରୁ ବିଦେଶୀ ଓ ଦେଶୀ ପୁଞ୍ଜିପତି ଓ ଶିଳ୍ପପତିମାନଙ୍କ ସ୍ଵାର୍ଥ ପାଇଁ ନେଇ ଚାଲିଥିବା ନୀତି ପରିତ୍ୟାଗ କରି ଓ ଜାତୀୟ ସଂପଦର ବିକ୍ରୀ ବନ୍ଦକରି ଦେଶକୁ ଏବଂ ଦେଶର ଜନସାଧାରଣଙ୍କ ଅଧିକାର ରକ୍ଷା କରିବା ନିହାତୀ ଜରୁରୀ ଅଟେ ।
ଏହି ପରିପେକ୍ଷୀରେ ସଂଘ ୧୨ ଗୋଟି ଦାବୀ ଯଥା - ଶ୍ରମିକ ବିରୋଧି ୪ଟି ଶ୍ରମକୋର୍ଡ଼ , କୃଷକ ବିରୋଧି ୩ଟି କୃଷି ଆଇନ ଓ ବିଦ୍ୟୁତ ଘରୋଇକରଣ ବିଲ ବାତିଲ , ଏମ୍.ଏସ୍ ସ୍ୱାମୀନାଥନ କମିଶନ୍ ସୁପାରିଶ ଅନୁଯାୟୀ ସମସ୍ତ କୃଷିଜାତ ଦ୍ରବ୍ୟ ଗୁଡିକର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ପାଇଁ ଆଇନ ପ୍ରଣୟନ , ସମସ୍ତ ଲୋକଙ୍କୁ ମାଗଣାରେ କୋଭିଡ ଟୀକା ଡିସେମ୍ବର ୨୦୨୧ ସୁଦ୍ଧା ଦେବାର ବ୍ୟବସ୍ଥା କରିବା , ଆୟକର ଦେଉନଥିବା ପ୍ରତ୍ୟେକ ପରିବାରକୁ ମାସକୁ ୭ ହଜାର ୫ ଶହ ଟଙ୍କା ଓ ମୁଣ୍ଡପିଛା ୧୦ କିଲୋ ଚାଉଳ ୬ମାସ ପାଇଁ ଦିଆଯିବା , ସରକାରୀ ଉଦ୍ୟୋଗର ଘରୋଇକରଣ ବନ୍ଦ କରିବା , କୋଭିଡ୍ ସମୟରେ କାମ କରୁଥିବା ସବୁ କ୍ଷେତ୍ରରେ (ସରକାରୀ ଓ ବେସରକାରୀ) ନିୟୁକ୍ତି ଶ୍ରମିକମାନଙ୍କୁ କୋଭିଡ୍ ଯୋଦ୍ଧା ଭାବେ ଘୋଷଣା କରିବା ଓ ସେମାନଙ୍କୁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବା , ଭାଗଚାଷୀ ମାନଙ୍କୁ ଚାଷୀର ମାନ୍ୟତା ଓ ଭାଗଚାଷୀ ମାନଙ୍କୁ ଚାଷୀର ଅଧିକାର ପ୍ରଦାନ କରିବା , ମନରେଗାରେ ବର୍ଷକୁ ୨୦୦ ଦିନର କାମ ଓ ଦୈନିକ ମଜୁରୀ ୬ ଶହ ଟଙ୍କା କରିବା ଓ ମଜୁରୀ ପ୍ରଦାନ କ୍ଷେତ୍ରରେ ଆଦିବାସୀ ଓ ଦଳିତ ମାନଙ୍କୁ ଭିନ୍ନ ପର୍ଯ୍ୟାୟଭୁକ୍ତ କରାନଯାଉ , ଓଡ଼ିଶାର ଛାତ୍ର/ଛାତ୍ରୀମାନଙ୍କ ପାଠପଢ଼ା ପାଇଁ ଓଡ଼ିଶା ଦୂରଦର୍ଶନ ଚ୍ୟାନେଲ ଜରିଆରେ ସୁନିଶ୍ଚିତ ବ୍ୟବସ୍ଥା କରିବା , କୋଭିଡ୍ ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସଠିକ ପଞ୍ଜିକରଣ କରି ସଂପୃକ୍ତ ପୀଡିତ ପରିବାରଙ୍କୁ ପ୍ରମାଣପତ୍ର ପ୍ରଦାନ କରିବା ଓ ପରିବାରର ସଦସ୍ୟଙ୍କୁ ୪ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବା , ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଜନିତ କ୍ଷୟକ୍ଷତିର ଉପଯୁକ୍ତ କ୍ଷତିପୂରଣ ଆର୍ଥିକ ସହାୟତା ପ୍ରଦାନ ପାଇଁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି (ଏନ୍ଡ଼ିଆରଏଫ୍)ର ନିୟମାବଳୀକୁ ଓ (ଏସ୍ଡ଼ିଆରଏଫ୍)ର ନିୟମାବଳୀକୁ ସଂଶୋଧନ କରାଯିବା ଉପରେ ବିଭିନ୍ନ ଦାବୀ ସମ୍ଵଳିତ ସ୍ମାରକପତ୍ର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ସ୍ଥାନୀୟ ତହସିଲଦାର ସାରଦା ପ୍ରସନ୍ନ ପଣ୍ଡାଙ୍କ ଜରୀଆରେ ପଠାଇବା ପାଇଁ ଅନୁରୋଧ କରିଥିଲେ।
ରାଜ୍ୟ
ଶ୍ରମିକ-କୃଷକ ଏବଂ କ୍ଷେତମଜଦୁର ମାନଙ୍କ ସମସ୍ୟା ସଂପର୍କରେ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକପତ୍ର
- Hits: 395








