କୁଚିଣ୍ଡା - ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଲାଡ଼ ସ୍କୁଲ ଛକ ଠାରୁ ଗାଁପଡ଼ାକୁ ଯିବା ରାସ୍ତା କିସାନ ପଡ଼ା ଠାରେ ୧୦୦ କେଭି ଟ୍ରାନ୍ସଫର୍ମର ଗଛଲତାରେ ପରିପୂର୍ଣ୍ଣ ହୋଇ ପଡ଼ିଛି l ଟ୍ରାନ୍ସଫର୍ମର ଆଖପାଖ ସ୍ଥାନରେ ଗାଈ,ଗୋରୁ ଅନ୍ୟାନ୍ୟ ପଶୁ ଯେମିତି ନ ଯିବେ ତାହା ଟ୍ରାନ୍ସଫର୍ମର ଚାରିପଟେ ପାଚେରୀ ଓ ସଫା ରହିବା କଥା | କିନ୍ତୁ ଏହାର ବିପରୀତ ଦେଖିବାକୁ ମିଳୁଛି l ୧୦୦ କେଭି ଟ୍ରାନ୍ସଫର୍ମରଟି ଗ୍ରାମ୍ୟ ରାସ୍ତା କଡ଼ରେ ଥିବାରୁ ପ୍ରତ୍ୟେକ ଦିନ ଗାଈ, ଗୋରୁ, ଲୋକେ, ଗାଡ଼ିମଟର, ଯିବା ଆସିବା କରିଥାନ୍ତି l ମାତ୍ର ଟ୍ରାନ୍ସଫର୍ମରଟିର ଫିଉଜ୍ ତାରଟି ରାସ୍ତାକୁ ଲାଗି ଓ ଅତି ପାଖରେ ଥିବାରୁ ଗାଈ,ଗୋରୁଙ୍କ ପାଇଁ ବିପଦ ରହିଥିବା ଅଞ୍ଚଳବାସୀ କରିଛନ୍ତି l ଏ ଦିଗରେ ବିଦ୍ୟୁତ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଟ୍ରାନ୍ସଫର୍ମର ଚାରିପଟେ ପାଚେରୀ ନିର୍ମାଣ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି l
ରାଜ୍ୟ
ବିଦ୍ୟୁତ ବିଭାଗ ପକ୍ଷରୁ ଅଭିନବ ବ୍ୟବସ୍ଥା : ଗଛଲତାରେ ପରିପୂର୍ଣ୍ଣ ଖୋଲାମେଲା୧୦୦ କେଭି ବିଦ୍ୟୁତ ଟ୍ରାନ୍ସଫର୍ମର
- Hits: 654








