ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ବର୍ତ୍ତମାନ୍ ବିଭିନ୍ନ ସ୍ଥାନରେ ଡେଙ୍ଗୁ ଜ୍ଵର ବ୍ୟାପିବାର ଦେଖିବାକୁ ମିଳିଛି । ତେଣୁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌର ପରିଷଦର ୫ ନମ୍ବର ୱାର୍ଡରେ ଡେଙ୍ଗୁ ଏବଂ ମ୍ୟାଲେରିଆକୁ ନେଇ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି ।
ଏହି ରାଲିରେ ସ୍ୱାସ୍ଥ୍ୟ ବିଭାଗ ଏବଂ ପାରଳାଖେମୁଣ୍ଡି ପୌରପାଳିକା ପକ୍ଷରୁ ଆୟୋଜିତ ହୋଇଥିବା ବେଳେ ଏଥିରେ ଏଏନ୍ଏମ୍ , ଅଙ୍ଗନବାଡି କର୍ମୀ , ଆଶାକର୍ମୀ ଏବଂ ସ୍ୱେଚ୍ଛାସେବୀମାନେ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନ ପୂର୍ବକ ରାଲି କରିଥିଲେ ।
ବିଶେଷ ରୁପେ ବର୍ତ୍ତମାନ ବିଭିନ୍ନ ଜିଲ୍ଲାରେ ଡେଙ୍ଗୁ ଏବଂ ମ୍ୟାଲେରିଆର ପ୍ରାଦୁର୍ଭବ ବଢୁଥିବା ଦେଖିବାକୁ ମିଳୁଥିବା ବେଳେ ଗଜପତି ଜିଲ୍ଲାରେ ଏହାର ମୁକାବିଲା ପାଇଁ ଲୋକଙ୍କୁ ସଚେତନତା କରାଯାଇଛି।
ଘର ନିକଟରେ ପାଣି ନ ଜମାଇବା ସହ ନିକଟ ପରିବେଶ ସ୍ୱଚ୍ଛ ରଖିବା ଓ ଶୁଦ୍ଧ ପାନୀୟ ଜଳ ବ୍ୟବହାର କରିବାକୁ ୱାର୍ଡ ବାସିନ୍ଦାଙ୍କୁ ସଚେତନତା କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଉଡାନ ସ୍ଵଂୟ ସହାୟକ ଗୋଷ୍ଠୀ ସଦସ୍ୟ , ମିଶନ ଶକ୍ତିର ସ୍ୱାସ୍ତିକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସମ୍ପାଦିକା ଗାୟତ୍ରୀ ରାଜ , ଆଶାକର୍ମୀ ରଞ୍ଜିତା ପ୍ରଧାନ , ଅଙ୍ଗନବାଡ଼ି କର୍ମୀ ବି. ସାରଦା , ସ୍ଵାସ୍ଥ୍ୟ କର୍ମୀ ଆରତୀ ଓ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ରହି ୱାର୍ଡର ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କୁ ସଚେତନତା କରିଥିଲେ।
ରାଜ୍ୟ
ପାରଳା ପୌର ପରିଷଦର ୫ ନମ୍ବର ୱାର୍ଡରେ ଡେଙ୍ଗୁ ଏବଂ ମ୍ୟାଲେରିଆକୁ ନେଇ ଏକ ସଚେତନତା ରାଲି
- Hits: 582








