ଟିଟିଲାଗଡ, (ଗୌରବ ଦର୍ଜୀ)-ପୃଥିବୀ ରେ ଶତକଡା ୫ ପ୍ରତିଶତ ଆଦିବାସୀ ବସବାସ କରୁଛନ୍ତି। ସାରା ବିଶ୍ବରେ ୫୦ କୋଟି ରୁ ଉର୍ଦ୍ଧ ଆଦିବାସୀ ଙ୍କ ଜନସଂଖ୍ୟା ପ୍ରାୟ ୭ ହଜାର ରୁ ଉର୍ଦ୍ଧ ଆଦିବାସୀ ଭାଷା ପ୍ରଚଳିତ ଥିବା ବେଳେ ୫ ହଜାର ରୁ ଉର୍ଦ୍ଧ ସଂସ୍କୃତି ରହିଛି । ୯ ଅଗଷ୍ଟ ୧୯୮୨ ମସିହା ଜେନେଭା ଠାରେ ମିଳିତ ଜାତିସଂଘ ର ସାଧାରଣ ପରିଷଦ ଆଦିବାସୀ ମାନଂକ ବିଲୁପ୍ତ ପ୍ରାୟ ଭାଷା ଓ ସଂସ୍କୃତି ର ସୁରକ୍ଷା ସଂରକ୍ଷଣ ଏବଂ ପୁନଃ ଉଦ୍ଧାର ପାଇଁ ପ୍ରସ୍ତାବ ଗୃହୀତ କରିଥିଲେ। ୧୯୯୪ ରେ ବିଶ୍ଵ ଆଦିବାସୀ ଦିବସ ବା ଆନ୍ତର୍ଜାତୀୟ ଆଦିବାସୀ ଦିବସ ପାଳନ କରିବା ପାଇଁ ସଂକଳ୍ପ ପାରିତ ହୋଇ ଆସୁଛି। ପୃଥିବୀ ର ୯୦ ଟି ଦେଶ ୧୯୯୪ ମସିହା ରୁ ଏହି ଦିବସ ପାଳନ କରି ଆସୁଛନ୍ତି। ୧୯୯୫ ରୁ ୨୦୦୪ ପ୍ରଥମ ବିଶ୍ବ ଆଦିବାସୀ ଦଶନ୍ଧି ଘୋଷଣା କରିଥିଲେ ୟୁନାଇଟେଡ ନେସନ୍ ର ସ୍ଥାୟୀ ଆଦିବାସୀ ପରିଷଦ। ଉକ୍ତ ଦଶନ୍ଧି ରେ ଆଦିବାସୀଙ୍କ ଶିକ୍ଷା , ସଂସ୍କୃତି, ଅର୍ଥନୈତିକ ବିକାଶ, ପାଇଁ ସହଯୋଗ ଓ ପ୍ରୋତ୍ସାହନ ର ବିଷୟ ବସ୍ତୁ ଥିବା ବେଳେ ୨୦୦୫ ରୁ ୨୦୧୫ କୁ ୨ୟ ଦଶନ୍ଧି ରେ ଆଦିବାସୀ ଜୀବନ ଶୈଳୀ, ପ୍ରଥା , ପରମ୍ପରା, କିମ୍ବଦନ୍ତୀ, ଇତିହାସ ଉପରେ ଫିଲ୍ମ ନିର୍ମାଣ , ଆଦିବାସୀ ମାନଂକ ପାଇଁ ମାନବିକ ଅଧିକାର , ମର୍ଯ୍ୟାଦା , ଅସ୍ମିତା ର ସହିତ ବିକାଶ , ଆଦିବାସୀ ଙ୍କ ପାଇଁ ଗଣମାଧ୍ୟମ ସଶକ୍ତିକରଣ ପାଇଁ ବିଭିନ୍ନ ରାଷ୍ଟ୍ର କାର୍ଯ୍ୟ କରିଥିଲେ। ପରିବେଶ ସୁରକ୍ଷା ରେ ଆଦିବାସୀଙ୍କ ଅବଦାନ କୁ ମିଳିତ ଜାତିସଂଘ ପ୍ରଶଂସା କରିଥିଲେ। ଆଦିବାସୀ ଜମି , ଜଳ, ଜଙ୍ଗଲ , ଜୀବନ ଜୀବିକା ର ସୁରକ୍ଷା , ଅବକ୍ଷୟ ମୁଖି ଆଦିବାସୀ ଭାଷା , ସଂସ୍କୃତି , ଧର୍ମ, କଳା, ଭାସ୍କର୍ଯ୍ୟ, ନୈପୁଣତା ର ପୁନରୁଦ୍ଧାର ପାଇଁ ମିଳିତ ଜାତିସଂଘ ର ସଦସ୍ୟ ଗଣ ସହଯୋଗ କରିବାକୁ ପରିଷଦ ରେ ପ୍ରସ୍ତାବ ପାରିତ ହୋଇଛି। ଆଦିବାସୀ ମାନଂକ ପାଇଁ ଶିକ୍ଷା , ସ୍ବାସ୍ଥ୍ୟ , ଚିକିତ୍ସା, ସୁବ୍ୟବସ୍ଥା, ସୁନିଶ୍ଚିତ କରିବା ଉପରେ ରାଷ୍ଟ୍ର ମାନଙ୍କୁ ଦାୟିତ୍ଵ ନିହିତ କରିଛନ୍ତି। ବିଶ୍ଵ ଆଦିବାସୀ ଦିବସ ପାଳନ ଅବସରରେ ସର୍ବପ୍ରାଚୀନ ଏବଂ ସମୃଦ୍ଧିଶାଲୀ ପ୍ରଥା ପରମ୍ପରା , ସଂସ୍କୃତି, ବିଲୁପ୍ତ ପ୍ରାୟ ଭାଷା, ଜମି ଜଳ, ଜଙ୍ଗଲ, ପରିବେଶ ର ସୁରକ୍ଷା କରି ବାୟୁ ମଣ୍ଡଳ ର ଏବଂ ଜୈବ ବିବିଧତା ସୁରକ୍ଷା କରିବା ମୂଳ ଉଦ୍ଦେଶ୍ୟ। ଆଜି ଟିଟିଲାଗଡ ବ୍ଲକ ଆଦିବାସୀ ଭବନ ଠାରେ ବିଶ୍ଵ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ବ୍ଲକ ସଭାପତି ପଦ୍ମନ୍ ପ୍ରାଧାନୀ ଙ୍କ ଅଧ୍ୟକ୍ଷତା ରେ ଏହି ଉତ୍ସବ ପାଳିତ ହୋଇଯାଇଛି। ଟିଟିଲାଗଡ ର ଘଣ୍ଟାସୁନି ମନ୍ଦିର ରୁ ବାଜା ବାଦ୍ୟ ବଜାଇ ଆଦିବାସୀ ପରମ୍ପରା ର ଝଲକ ସହିତ ନୃତ୍ୟ ପରିବେଷଣ କରି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପହଞ୍ଚିଥିଲେ। ଆଦିବାସୀଙ୍କ ସମସ୍ୟା ସମ୍ବର୍ଦ୍ଧିତ ୭ ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଟିଟିଲାଗଡ ଉପ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଙ୍କୁ ପ୍ରଦାନ କରିଥିଲେ। ଏହି ଅବସର ରେ ମୁଖ୍ୟ ଅତିଥି ଭାବେ ଉତ୍କଳ କନ୍ଧ ସମାଜ ର କେନ୍ଦ୍ର କମିଟି ସଭାପତି ଚିନ୍ତାମଣି ଭୋଇ, ମାଝୀ ପ୍ରଗଣା ର ସମ୍ପାଦକ ବିରଞ୍ଚି ଭୋଇ, ସିଟି ସ୍କୁଲ୍ ର ପ୍ରିନ୍ସିପଲ୍, ଯୁବରାଜ ମାଝୀ, ସମ୍ମାନିତ ଅତିଥି ଭାବେ ଲିଲି ମାଝୀ, ଗୋଲାପି ମାଝୀ, ରିନା ମାଝୀ, ହରି ମାଝୀ, ଗୋଲକ ସିଂହ ଭୋଇ, ପ୍ରମୁଖ ଉଦବୋଧନ ଦେଇଥିଲେ।
ରାଜ୍ୟ
ଆଦିବାସୀଙ୍କ ଜମି, ଜଳ, ଜଙ୍ଗଲ, ଜୀବନ ଜୀବିକା, ଭାଷା, ସଂସ୍କୃତି, କଳା, ସ୍ଥାପତ୍ୟ ର ସୁରକ୍ଷା ଓ ସଂରକ୍ଷଣ ଓ ପୁନଃରୁଦ୍ଧାର ପାଇଁ ସଂକଳ୍ପ ସଭା।
- Hits: 587








