ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସରପଞ୍ଚ ସଂଘର ଦାବିପତ୍ର।
ଟିଟିଲାଗଡ,( ଗୌରବ ଦର୍ଜୀ):ଚଳିତ ବର୍ଷ ବଲାଙ୍ଗୀର ଜିଲ୍ଲା ରେ ବର୍ଷା ମାତ୍ର ବହୁତ୍ କମ ରହିଛି। ବଲାଙ୍ଗିର ଜିଲ୍ଲା ର ଟିଟିଲାଗଡ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ରେ ମରୁଡି ପରିସ୍ଥିତି ଦେଖା ଦେଇଛି। ଚାଷ ଜମି ଗୁଡ଼ିକ ଫାଟି ଆଁ କଲାଣି। ଆଜି ଟିଟିଲାଗଡ ବ୍ଲକ ର ସରପଞ୍ଚ ସଂଘ ଆଗାମୀ ମରୁଡି ପ୍ରତି ସାବଧାନ ହୋଇ ବିଭିନ୍ନ ଜଳସମ୍ପଦ ପ୍ରକଳ୍ପ ର ମରାମତି , ପୁନରୁଦ୍ଧାର ଓ କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଟିଟିଲାଗଡ ଉପ ଜିଲ୍ଲାପାଳ ଦାବିପତ୍ର ଦେଇଛନ୍ତି। ଟିଟିଲାଗଡ ଉପ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଙ୍କୁ ଦେଇଥିବା ଦାବି ପତ୍ର ରେ ଉଲ୍ଲେଖ କରିଛନ୍ତି ଯେ, ବଲାଙ୍ଗିର ଜିଲ୍ଲା ଅଧିନସ୍ଥ ଟିଟିଲାଗଡ ବ୍ଲକ ର ସମସ୍ତ ଗ୍ରାମ ଫଚାୟତ ଦୀର୍ଘ ବର୍ଷହେଲା ମରୁଡିଗ୍ରସ୍ତ ହୋଇ ରହୁଛି । ଚଳିତ ବର୍ଷରେ ବର୍ଷା ମାତ୍ର ୪ ମିଲିମିଟର ହୋଇଥିବାରୁ ସମଗ୍ର ଅଂଚଳର କୂଅଁ , ପୋଖରୀରେ ଟୋପାଏ ପାଣି ନାହିଁ । ଚାଷ ଜମି ଗୁଡିକ ଆଁ ଆଁ କଲାଣି । ଧାନକ୍ଷେତରେ ପଲ୍ହା ଗୁଡିକ ମରିଗଲାଣି ଫଳରେ ଟିଟିଲାଗତ ପଞ୍ଚାୟତ ସମିତି ଏକ ବଡ ଧରଣର ମରୁଡିର ସମ୍ମୁଖିନ ହେବାକୁ ଯାଉଥିବା ଅନୁମାନ କରିଛନ୍ତି ସରପଞ୍ଚ ସଂଘ । ପ୍ରତ୍ୟେକ ବର୍ଷ ମରୁଡି ହେବା ସତ୍ବେ କେନ୍ଦ୍ର ସରକାରଙ୍କ ଭୂଲ ନୀତି ନିୟମ ପାଇଁ ଚାଷୀ ଅନ୍ୟ ଉପାୟ ନ ପାଇ ବାଧ୍ୟ ହୋଇ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯିବାକୁ ପଡୁଥିବା ଅଭିଯୋଗ କରିଛନ୍ତି । ବର୍ତ୍ତମାନ ବୋଝ ଉପରେ ନଳିତାବିଡା ପରି କରୋନା ମହାମାରି ସମୟରେ ମନରେଗା ର ପାଉଣା ପାଇବା ପାଇଁ ଅହେତୁକ ବିଳମ୍ବ ଯୋଗୁଁ ଲୋକେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳ କାଟୁଥିବା ଅଭିଯୋଗ କରିଛନ୍ତି । କୁଶକେଲା , କୁରସୁଡ , ଘନ୍ବାହାଲି , ବାଞ୍ଜିପଦର , ଦିଗସିପା , ନାରେ , ଖୋଲାନ୍ , ପରାସରା , ସିଲୁଆଁ , ମାର୍ଲଡ ଓ ଘୋଡାର ଇତ୍ୟାଦି ଫଚାୟତରେ ସରକାରୀ ଯୋଜନାର ଅନେକ ଟଙ୍କା ଖର୍ଚ୍ଚ କରି ଏଲ୍ ଆଇ ପଏଣ୍ଟ ଗୁଡିକ କରା ଯାଇଥିଲା । କିନ୍ତୁ ବିଭାଗିୟ ଅଧିକାରୀ ମାନଙ୍କ ଖାମଖିଆଲି ମନୋଭାବ ଯୋଗୁଁ ବିଲକୁଲ ଧ୍ୟାନ ନଦେବା ଫଳରେ ପ୍ରାୟ ୯୦ ଶତକତା ଏଲ୍ ଆଇ ପଏଣ୍ଟ ଅକାମି ହୋଇ ପଡ଼ି ରହିଥିବା ଜଣାପଡ଼ିଛି । ଏହା ସହିତ ବିଭିନ୍ନ ଡ୍ୟାମ ରେ କେନାଲ ଗୁଡିକ ଭାଙ୍ଗି ଯାଇଥିବାରୁ ସହିନି , ଜଗୁଆ , ମନିଗାଁ , ମହୁଲପଡା ଇତ୍ୟାଦି ଅନେକ ଫଚାୟତରେ ଚାଷି ପାଣି ପାଇ ପାରୁନାହାନ୍ତି । ଏହି ପରିପ୍ରେକ୍ଷୀରେ ଜଳସେଚନ ପାଇଁ ଆବଶ୍ୟକ ଚାରି ଦଫା ଦାବି ପତ୍ର ଆଜି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଙ୍କୁ ଦେଇଛନ୍ତି। ଦାବି ଗୁଡ଼ିକ ହେଲା ଯେଉଁ ସବୁ ଗ୍ରାମ ଫଚାୟତରେ ଏଲ୍ ଆଇ ପଏଣ୍ଟ ଅଛି ସେ ସବୁ ପଏଣ୍ଟ କୁ କାର୍ଯ୍ୟକ୍ଷମ କରିବା ସହ ଗୋଟିଏ ଦୁଇଟି ନୂତନ ପଏଣ୍ଟ ର ବ୍ୟବସ୍ଥାକରି ଅତିଶୀଘ୍ର କାର୍ଯ୍ୟକ୍ଷମ କରାଯାଉ । ଚାଷୀ ମାନଙ୍କ ଯୋଗ୍ୟତା ଭିତିରେ ଗଭୀର ନଳକୂପ ର ବ୍ୟବସ୍ଥା କରାଯାଉ । ବାଙ୍କେଲ୍ ଡ୍ୟାମ୍ , ମାଥନପଲା ଓ ଯମୁନା ଜୋର ବ୍ୟାରେଜରେ ନିର୍ମିତ ହୋଇଥିବା କେନାଲ ଗୁଡିକୁ ଯଥାଶୀଘ୍ର ସଂପୂର୍ଣ୍ଣ ମରାମତି କରାଯାଉ । ତତ୍କାଳୀନ ଉପଜିଲ୍ଲାପାଳଙ୍କ ଆଦେଶ କ୍ରମେ ଜଳସମ୍ପଦ ବିଭଗ ତରଫରୁ କୁଶକେଲା ଓ କୁରସୁଡ ଗ୍ରାମ ଫଚାୟତଠାରେ ପ୍ରବାହିତ ଉନ୍ଦେର ନଦୀ ଉପରେ ଜଳସେଚନ ପାଇଁ ବ୍ୟାରେଜ ର ସର୍ଭେକାର୍ଯ୍ୟ ସରିଯାଇଛି , କିନ୍ତୁ ବିଭାଗୀୟ କତୃପକ୍ଷଙ୍କ ଉଦାସୀନତା ପାଇଁ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ ହୋଇପାରୁନାହିଁ । ଏହି ପ୍ରକଳ୍ପ କୁ କାର୍ଯ୍ୟକ୍ଷମ କରାଗଲେ ପ୍ରାୟ ୨୦ ଗୋଟି ଫଚାୟତରେ ଜଳ ସେଚନର ବ୍ୟବସ୍ଥା କରାଯାଇପାରିବ । ଏହି ପ୍ରକଳ୍ପ ଗୁଡିକୁ କେବଳ କାଗଜ କଲମରେ କ୍ରିୟଶୀଳ ଦର୍ଶାଇ ସରକାରଙ୍କୁ ବଦନାମ କରିବା ପାଇଁ ଚକ୍ରାନ୍ତ କରାଯାଉଥିବା ଅଭିଯୋଗ କରିଛନ୍ତି ସରପଞ୍ଚ ସଂଘ । ଜଳସଂପଦ ବିଭାଗର ଏକ ଉଚ୍ଚସ୍ତରିୟ କମିଟୀ ଆସି ପୁଙ୍ଖାନୁ ପୁଙ୍ଖ ଭାବେ ତଦନ୍ତ କରି ଯଦି ଉପର ଲିଖିତ ଚାରୋଟି ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରାଇ ଦିଆଯିବ ତାହେଲେ ଟିଟିଲାଗଡ ଫଚାୟତ ସମିତି ସହ ମୁରିବାହାଲ ଫଚାୟତ ସମିତିର ଅନେକ ଫଚାୟତର ଚାଷୀ ଭୋକଉପାସରୁ ମୁକ୍ତି ପାଇବା ସହ ଦାଦନ ଖଠିବାପାଇଁ ଯିବାକୁ ପଡନ୍ତା ନାହିଁ ବୋଲି ସରପଞ୍ଚ ସଂଘ ର ସଭାପତି ବୀରବର ସାହୁ କହିଛନ୍ତି। ଗ୍ରାମିଣ ସ୍ତରରେ ଚାଷୀ ଭୋଗୁଥିବା କଷ୍ଟ ସରକାରଙ୍କ ପ୍ରଚେଷ୍ଟା ଓ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାନୁଷ୍ଠାନ ମଧ୍ୟମ ରେ ହିଁ ଦୂର ହୋଇପାରିବ ବୋଲି ଆଶା ଓ ବିଶ୍ୱାସ ରଖିଥିବା କହିଛନ୍ତି ସରପଞ୍ଚ ସଂଘ ର ସମ୍ପାଦକ ହରି ନାରାୟଣ ମିଶ୍ର। ଆଜି ର ଏହି କାର୍ଯ୍ୟକ୍ରମ ରେ ସଂଘ ର ସଭାପତି ସୀହିନି ସରପଞ୍ଚ ବୀରବର ସାହୁ, ସମ୍ପାଦକ କୁଶକେଲା ସରପଂଚ ହରି ନାରାୟଣ ମିଶ୍ର, ଉପଦେଷ୍ଟା ନରେନ ସରପଞ୍ଚ ଦୟରାମ ଅଗ୍ରୱାଲ , ଉପ ସଭାପତି ମହୁଲ ପଡ଼ା ସରପଞ୍ଚ ଇନ୍ଦ୍ରାଣୀ ପୁଞ୍ଜି , ରଘୁନାଥ କୁମ୍ଭାର, କ୍ରିଷ୍ଣା ବାଗ ସହ ବ୍ଲକ ର ସମସ୍ତ ସରପଞ୍ଚ ଉପସ୍ଥିତ ଥିଲେ ।








