ହେଡଲାଇନସ୍:

ଭାରତ ସ୍କାଉଟ୍ସ ଓ ଗାଇଡ଼ସ୍ ର ରାଜ୍ୟ ଶାଖା ସଭାପତି ଭାବେ ଦାୟିତ୍ବ ଗ୍ରହଣ କଲେ ଅତନୁ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ) : ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ବିଧାୟକ ଅତନୁ ସବ୍ୟସାଚୀ ନାୟକ ଆଜି ଭାରତ ସ୍କାଉଟ୍ସ ଓ ଗାଇଡ଼ସ୍ ର ରାଜ୍ୟ ଶାଖା ସଭାପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି | ଆଜି ଅନୁଷ୍ଠିତ ଭାରତ ସ୍କାଉଟ୍ସ ଓ ଗାଇଡ଼ସ୍ ର ୯୧ ତମ ରାଜ୍ୟ ପରିଷଦ ବୈଠକ ଅବସରରେ ଶ୍ରୀ ନାୟକ ଏହି ନୂତନ ଦାୟିତ୍ୱ ଗ୍ରହଣ କରିଥିଲେ |
ସୂଚନାଯୋଗ୍ୟ ଯେ . ଶ୍ରୀ ନାୟକ ଗତ ପ୍ରାୟ ୧୦ ବର୍ଷ ଧରି ରାଜ୍ୟ ସ୍କାଉଟ୍ସ ଉପ ସଭାପତି ଭାବେ ଦାୟିତ୍ବ ନିର୍ବାହ କରି ଆସୁଥିଲେ | ଏହି ଗୁରୁ ଦାୟିତ୍ବ ଦେଇଥିବା ସ୍କାଉଟ୍ସ ପ୍ରତିଷ୍ଠାନର ସମସ୍ତ ସଦସ୍ୟଙ୍କ ନିକଟରେ ଶ୍ରୀ ନାୟକ କୃତଜ୍ଞତା ଜ୍ଞାପନ କରିବ ସହ ନିଜ ଦାୟିତ୍ୱକୁ ନିଷ୍ଠାର ସହ ପାଳନ କରିବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି | ସ୍କୁଲରେ ପଢିବା ଦିନରୁ ଶ୍ରୀ ନାୟକ ସ୍କାଉଟ୍ସ ପ୍ରତି ଆକର୍ଷିତ ଥିଲେ l 1980 ମସିହାରେ ସ୍କୁଲରେ ପଢୁଥିବା ବେଳେ ସ୍କାଉଟରେ ସାମିଲ୍ ହୋଇଥିଲେ । 1982ରେ ପ୍ରେସିଡେଣ୍ଟ ସ୍କାଉଟ ଭାବେ ମନୋନୀତ ହୋଇ ମାଡ୍ରାସଠାରେ ଏକ ସ୍ଵତନ୍ତ୍ର ସମାରୋହରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏମ୍ ଜି ରାମଚନ୍ଦ୍ରନଙ୍କଠାରୁ ପ୍ରେସିଡେଣ୍ଟ ସ୍କାଉଟ୍ସ ଗ୍ରହଣ କରିଥିଲେ l

0
0
0
s2sdefault