ରାଜ୍ୟ କ୍ୟାବିନେଟ ଦ୍ୱାରା ରାଜ୍ୟରେ ୮୯ ଗୋଟି ବହୁମୁଖୀ କ୍ରୀଡା, ବିପର୍ଯ୍ୟୟ ଆଶ୍ରୟସ୍ଥଳ ଓ ଚିକିତ୍ସାଳୟ ଉପହୋଗୀ ଇଣ୍ଡୋର ଷ୍ଟାଡିଅମ ନିର୍ମାଣ ପ୍ରସ୍ତାବକୁ ମଞ୍ଜୁରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର (ଶାସକ ପ୍ରଶାସକ) : ରାଜ୍ୟ କ୍ୟାବିନେଟ ଆଜି "ରାଜ୍ୟ କ୍ରୀଡ଼ା ଭିତ୍ତିଭୂମି ବିକାଶ ପ୍ରକଳ୍ପ" ଯୋଜନାରେ ୮୯ ଗୋଟି “ବହୁମୂଖୀ ଇନ୍‌ଡୋର ଷ୍ଟାଡ଼ିୟମ" ନିର୍ମାଣ ନିମନ୍ତେ ମଞ୍ଜୁରି ପ୍ରଦାନ କରିଛନ୍ତି | ଏ ସମସ୍ତ ପ୍ରକଳ୍ପ  ନିମନ୍ତେ ଟ.୬୯୩.୩୫ କୋଟି ବ୍ୟୟ ବରାଦ କରାଯାଇଅଛି |  ଏହା ୧୮ ମାସ ମଧ୍ୟରେ ସଂପୂର୍ଣ୍ଣ କରାଯିବ | ରାଜ୍ୟର ୩ଟି ମହାନଗର ନିଗମ ଅଂଚଳରେ ୭ଟି ଓ  ୩୦ଟି ମୁନିସିପାଲିଟି ଆଉ   ୫୨ଟି ଏନଏସି ଅଂଚଳରେ ଗୋଟିଏ ଲେଖାଏ  “ବହୁମୂଖୀ ଇନ୍‌ଡୋର ଷ୍ଟାଡ଼ିୟମ" ନିର୍ମିତ ହେବ | ମହାନଗରନିଗମ ଓ ମୁନିସିପାଲିଟି ଅଂଚଳରେ ପ୍ରତ୍ୟେକ “ବହୁମୂଖୀ ଇନ୍‌ଡୋର ଷ୍ଟାଡ଼ିୟମ"  ପାଇଁ ୧୦.୧୫ କୋଟି ଟଙ୍କା ଖର୍ଚ ହେବାକୁ ଥିବା ବେଳେ ଏନଏସି ଅଂଚଳରେ ୬.୪ କୋଟି ଟଙ୍କା ଲେଖାଏ ଖର୍ଚ ହେବ | କ୍ରୀଡ଼ା ସହ ଯୋଗ, ବ୍ୟାୟାମଶାଳା, ପ୍ରାକୃତିକ ବିପର୍ଯ୍ୟୟ ଆଶ୍ରୟସ୍ଥଳୀ ଏବଂ ମହାମାରୀ ବେଳେ ଡାକ୍ତରଖାନା ଭାବେ ଏଗୁଡ଼ିକ ବ୍ୟବହୃତ ହେବ । 

ନୂଆ ଇନଡୋର ଷ୍ଟାଡ଼ିୟମଗୁଡ଼ିକ ବହୁମୁଖୀ ଉପଯୋଗ ନିମନ୍ତେ ବ୍ୟବହୃତ ହେବ । ବ୍ୟାଡମିଣ୍ଟନ, ଟେବୁଲ ଟେନିସ, ଭାର ଉତ୍ତୋଳନ  ଆଦି କ୍ରୀଡ଼ା ସହ ଯୋଗ ଓ ବ୍ୟାୟାମଶାଳାର ତଥା  ସ୍ଥାନୀୟ  ଲୋକପ୍ରିୟ ଇନଡୋର ଖେଳ ନିମନ୍ତେ ମଧ୍ୟ ବ୍ୟବହୃତ କରାଯାଇପାରିବ । ଇନଡୋର ଷ୍ଟାଡ଼ିୟମଗୁଡ଼ିକ ଘଣ୍ଟା ପ୍ରତି ୨୦୦ କିମି ପବନର ବେଗକୁ ସହ୍ୟ କରିପାରୁଥିବା ଭଳି ନିର୍ମାଣ କରାଯିବ । ପ୍ରାକୃତିକ ବିପର୍ଯ୍ୟୟ, ମହାବାତ୍ୟା ଏବଂ ବନ୍ୟା ଆଦି ସମୟରେ ଏଗୁଡ଼ିକ ଆଶ୍ରୟ କେନ୍ଦ୍ର ଭାବେ ବ୍ୟବହୃତ ହୋଇପାରିବ । ମହାମାରୀ ସମୟରେ ଏନଏସି ଅଞ୍ଚଳରେ ଥିବା ଷ୍ଟାଡ଼ିୟମଗୁଡ଼ିକ ୫୦ଟି ଶଯ୍ୟା ବିଶିଷ୍ଟ ଏବଂ ମହାନଗର ନିଗମ ଓ ମୁନିସିପାଲିଟି ଅଂଚଳରେ  ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ରୂପେ ବ୍ୟବହାର କରାଯାଇପାରିବ । 

 

0
0
0
s2sdefault