ପ୍ରଶାସନିକ ସ୍ତରରେ ଅଦଳବଦଳ : ବଦଳିଲେ ଢେଙ୍କାନାଳ ଓ ଭଦ୍ରକ ଜିଲ୍ଲାପାଳ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜ୍ଞାନରଞ୍ଜନ ଦାସ ହେଲେ ପଞ୍ଚାୟତିରାଜ ନିର୍ଦ୍ଦେଶକ

ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସ୍ତରରେ ରାଜ୍ୟ ସରକାର ଛୋଟିଆ ଅଦଳବଦଳ କରିଛନ୍ତି | ଭଦ୍ରକ ଜିଲ୍ଲାପାଳ ଥିବା ଜ୍ଞାନରଞ୍ଜନ ଦାସଙ୍କୁ ପଞ୍ଚାୟତିରାଜ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ସେଠାରେ ଥିବା ଶ୍ରୀ ଉମାକାନ୍ତ ତ୍ରିପାଠୀଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି | ଢେଙ୍କାନାଳ ଜିଲ୍ଲାପାଳ ଥିବା ଭୂମେଶ ଚନ୍ଦ୍ର ବେହେରାଙ୍କୁ ଆୟୁଷ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିବା ବେଳେ ମଦ ନିଗମର ପରିଚାଳନା ନିର୍ଦ୍ଦେଶକ ଥିବା ସରୋଜ କୁମାର ସେଠୀଙ୍କୁ ଢେଙ୍କାନାଳ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି | ଆୟୁଷ ନିର୍ଦ୍ଦେଶକ ଥିବା ତ୍ରିଲୋଚନ ମାଝୀଙ୍କୁ ଭଦ୍ରକ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି |

0
0
0
s2sdefault