
ଭୁବନେଶ୍ୱର (ଶାସକ ପ୍ରଶାସକ) : କୋଭିଡ ଟୀକାକରଣ ପ୍ରମାଣପତ୍ର ବର୍ତ୍ତମାନ କେଇ ସେକେଣ୍ଡ ମଧ୍ୟରେ ମିଳିପାରିବ ହ୍ବାଟସଆପ୍ ମାଧ୍ୟମରେ | ଏ ବିଷୟରେ ଟୁଇଟ କରି ସୂଚନା ଦିଆଯାଇଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦପ୍ତର ପକ୍ଷରୁ | ବର୍ତ୍ତମାନ ପରିସ୍ଥିତିରେ ଯେତେବେଳେ ଅନେକ କ୍ଷେତ୍ରରେ ପ୍ରବେଶ ପାଇଁ ଆଉ ଆନ୍ତଃରାଜ୍ୟ ଯାତ୍ରାପାଇଁ ଟୀକା ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଛି, କେନ୍ଦ୍ର ସରକାରଙ୍କ ଏ ନିଷ୍ପତ୍ତି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ |









