ହେଡଲାଇନସ୍:

ଭବିଷ୍ୟତର ସୁରକ୍ଷା ନିମନ୍ତେ ସ୍ଵର୍ଣ ପ୍ରାଶନ କାର୍ଯ୍ୟକ୍ରମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟର ପ୍ରଶଂସନୀୟ ପଦକ୍ଷେପ

ବରଗଡ :- ଆଜିର ଶୈଶବ ଆଗାମୀ କାଲିର ଭବିଷ୍ୟତ । ଶିଶୁ ମାନଙ୍କର ସୁରକ୍ଷା ନିମନ୍ତେ ସରକାର ଙ୍କର ଦ୍ୱାରା ଅନେକ ଯୋଜନା ଚାଲୁ ରହିଛି । ଶିଶୁ ମାନଙ୍କର ଶାରୀରିକ ଓ ମାନସିକ ବିକାଶ ନିମନ୍ତେ ସରକାର ଙ୍କର ସହିତ ଅନେକ ସ୍ବେଚ୍ଛାସେବୀ ଅନୁଷ୍ଠାନ , ବ୍ୟକ୍ତି ବିଶେଷ ସବୁବେଳେ ତତ୍ପରତା ସହିତ ନିଜର ଦାଇତ୍ୱ ତୁଲାଉଛନ୍ତି । ଏହି କ୍ରମରେ ଆୟୁର୍ବେଦ ଶିକ୍ଷା ଓ ଚିକିତ୍ସା କ୍ଷେତ୍ରରେ ସର୍ବଭାରତୀୟ ସ୍ଥରରେ ପ୍ରଶଂସିତ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ ଆଜି ଠାରୁ ଜନ୍ମରୁ ଷୋହଳ ବର୍ଷ ବୟସ୍କ ଛୁଆ ମାନଙ୍କୁ ନେଇ ସ୍ଵର୍ଣ ପ୍ରାଶନ କାର୍ଯକ୍ରମ ଆୟୋଜନ କରିଛି । ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ପୁଷ୍ୟା ନକ୍ଷତ୍ର ତିଥିରେ ଛୁଆ ମାନଙ୍କୁ ଏହି ସ୍ଵର୍ଣ ପ୍ରାଶନ ର ଉପଚାର ପ୍ରଦାନ କରାଗଲେ ଛୁଆ ମାନଙ୍କର ଶାରୀରିକ , ମାନସିକ , ବିକାଶ ହେବା ସହିତ ଛୁଆ ମାନଙ୍କର ରୋଗ ପ୍ରତିଷେଧକ କ୍ଷମତା ଓ ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ । ଅନୁଷ୍ଠାନ ର ସମ୍ପାଦକ ଓ ବରିଷ୍ଠ ପ୍ରଶାସକ ଶ୍ରୀ ମନୋଜ କୁମାର ତ୍ରିବେଦୀ ଙ୍କର ପ୍ରତକ୍ଷ ତତ୍ୱବାଧାନ ରେ ଅନୁଷ୍ଠାନ ର ଶିଶୁ ରୋଗ ବିଶେଷଜ୍ଞ ମାନେ ଆଜି ପାଇକମାଲ ଅଂଚଳର ପ୍ରାୟ ପାଞ୍ଚ ଶହ ଶିଶୁଙ୍କୁ ଏହି କାର୍ଯ୍ୟକ୍ରମ ରେ ସାମିଲ କରି ଔଷଧର ଡୋଜ ଦେଇଥିଲେ । ଅନୁଷ୍ଠାନ ଦ୍ୱାରା ଆୟୋଜନ କରାଯାଇଥିବା ଏହି କାର୍ଯ୍ୟକ୍ରମ ରେ ନିଜର ଛୁଆ ମାନଙ୍କୁ ଔଷଧ ଖୁଆଇବା ପାଇଁ ଆଜି ସକାଳୁ ଅନୁଷ୍ଠାନ ପରିସରରେ ବିଭିନ୍ନ ଗ୍ରାମରୁ ଆସୁଥିବା ଲୋକଙ୍କ ପ୍ରବଳ ଗହଳି ଲାଗି ରହିଥିଲା । ବିଭାଗର ମୁଖ୍ୟ ଡା:କାମିନୀ କର ଓ ଡାକ୍ତର ତ୍ରିଲୋଚନ ପଣ୍ଡା ଙ୍କର ଉପସ୍ଥିତ ରେ ଅନୁଷ୍ଠାନ ର ସମସ୍ତ ଡାକ୍ତର ଓ କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମ କୁ ସଫଳ କରିଥିବାରୁ ପ୍ରଶାସକ ଶ୍ରୀ ମନୋଜ କୁମାର ତ୍ରିବେଦୀ ସମସ୍ତ ଙ୍କୁ କୃତଜ୍ଞତା ଜଣାଇଛନ୍ତି । ,

0
0
0
s2sdefault