ବଡ଼ଚଣା ରୁ ପ୍ରଫୁଲ୍ଲ କୁମାର ସାହୁ : ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଳକରେ ବହୁ ପ୍ରାଚୀନ କ୍ଷେତ୍ର ମାନ କାହିଁ କେତେ କାଳ ଧରି ବଡ଼ଚଣାର ବିଭବ ମଣ୍ଡନ କରିବା ସହ ,ସାରା ବଡଚଣା କୁ ସବୁ ଜାଗାରେ ପରିଚିତ କରିଛି | ଏହି ବଡଚଣା ମାଟିକୁ ବହୁ ଦୂର ଦୁରାନ୍ତରୁ ବହୁ ପର୍ଯ୍ୟଟକ ଦୈନିକ ଆସନ୍ତି | ବଡଚଣା ମାଟିର କୀର୍ତ୍ତି ଗାନ କରୁଥିବା କ୍ଷେତ୍ର ଗୁଡ଼ିକ ହେଲେ, ମାଳିକା ବର୍ଣ୍ଣିତ ସନ୍ଥ ହାଡି ଦାସଙ୍କ ଛତିଆ ବଟ , ଅମରା ବତି , ସନ୍ଥ ଅରକ୍ଷିତ ଦାସଙ୍କ ସାଧନା ପୀଠ ଭାବେ ବହୁପ୍ରାଚୀନ ଓଳାଶୁଣି ଗୁମ୍ଫା ଓ ପ୍ରସିଦ୍ଧ ଶୈବପୀଠ ମହାବିନାୟକ | ଏହି ପୀଠ ଗୁଡ଼ିକ ବଡ଼ଚଣା ର ଶୋଭା ମଣ୍ଡନ କରୁଥିବା ବେଳେ ଏକ ଗଣ ମାଧ୍ୟମରେ ମିଥ୍ୟା ତଥ୍ୟ ପରିବେଷଣ କରାଯାଇ ତାକୁ ନିନ୍ଦିତ କରିବାକୁ ଅପଚେଷ୍ଟା କରାଯାଉଛି ବୋଲି ଅଭିଯୋଗ କରିବା ସହ ବଡ଼ଚଣା ର ବହୁ ବୁଦ୍ଧିଜୀବୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି | ସମ୍ପୃକ୍ତ ପୋର୍ଟାଲ ଯାଜପୁର ବଡ଼ଚଣାର ଓଳାଶୁଣି ଗୁମ୍ଫାକୁ, କଟକ ଜିଲ୍ଲାର ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବୋଲି ପ୍ରସାରଣ କରୁଛି |ଏହାକୁ ଖୋଦ ଓଳାଶୁଣି ଗୁମ୍ଫା ଟ୍ରଷ୍ଟ ମଧ୍ୟ ନିନ୍ଦା କରିବା ସହିତ କୋରାଇ ବ୍ଲକର ବରିଷ୍ଠ ସମାଜ ସେବୀ ଭୁବନମୋହନ ମହାନ୍ତି ମଧ୍ୟ ଦୃଢ଼ ନିନ୍ଦା କରିଛନ୍ତି |








