ହେଡଲାଇନସ୍:

ପରିବେଶ ସୁରକ୍ଷା ନିମନ୍ତେ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ/ ସରୋଜ କୁମାର ସାହୁ:--ପରିବେଶ ସୁରକ୍ଷା ନିମନ୍ତେ ଜାତୀୟ ଗ୍ରୀନ ଟ୍ରିବୁନାଲର ଆଦେଶ ଅନୁଯାୟୀ ଜିଲ୍ଲା ସ୍ଥରରେ  ଅଧୁନାତନ ଯୋଜନା ପ୍ରସ୍ତୁତ କରିବା ନିମନ୍ତେ ଏକ ବୈଠକ ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତlରେ ସ୍ଥାନୀୟ ଜିଲ୍ଲା ଗ୍ରାମୀୟ ଉନ୍ନୟନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ଆରୋକ୍ଷିଅଧିକ୍ଷକ, ରାୟଗଡ, ଶ୍ରୀ ବିବେକାନନ୍ଦ ଶର୍ମା, ପିଡି, ଡ଼ିଆରଡ଼ିଏ, ରାୟଗଡ ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକ,ଡିଫଓ  ରାୟଗଡ ଶ୍ରୀ ବିଜୟ କୁମାର  ପରିଡା ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର କରଙ୍କ ଉପସ୍ଥିତରେ ପରିବେଶ ସ୍ୱରକ୍ଷା ଓ ପରିଚାଳନା ଉପରେ ଆଲୋଚନା କରିଥିଲେ l ବିଶେଷକରି କଳକାରଖାନାରୁ ନିର୍ଗତ କଠିନ ବର୍ଜ୍ୟ ବସ୍ତୁ ପରିଚାଳନା, ପ୍ଲାଷ୍ଟିକ ବର୍ଜ୍ୟ ବସ୍ତୁ ପରିଚାଳନା,ବାୟୁ ପ୍ରଦୂଷଣ ପରିଚାଳନା, ଜୈବ ବର୍ଜ୍ୟ ବସ୍ତୁ ପରିଚାଳନା, ପ୍ରଦୂଷଣ ପରିଚାଳନା ଉପରେ ଆଲୋଚନା କରିଥିଲେ l  ଶିଳ୍ପ ସଂସ୍ଥାରୁ ନିର୍ଗତ ପ୍ରଦୂଷଣକୁ ପରିଚାଳନା ଉପରେ ମଧ୍ୟ ଆଲୋଚନା କରିଥିଲେ l  ଏହି ବୈଠକରେ ପରିବେଶ ସୁରକ୍ଷା ପ୍ରତି ସମସ୍ତଙ୍କୁ ଯତ୍ନବାନ ହେବାକୁ ନିର୍ଦେଶ ଦେବାସହ ଏଥି ପ୍ରତି ଦୃଷ୍ଟି  ଏକ ଅଧୁନାତନ ଯୋଜନା ପ୍ରସ୍ତୁତି କରିବାକୁ ନିର୍ଦେଶ ଦେଇଥିଲେ l

 ଏହି ବୈଠକରେ ଜଳ ବିଭାଜିକା ମିଶନର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ ମଲ୍ଲିକ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରାୟଗଡ ଶ୍ରୀ ଦୁଃଶାସ ପ୍ରହରାଜ,,ଉଦ୍ୟାନ କୃଷି ଉପନିର୍ଦ୍ଧେଶକ, ରାୟଗଡ ଶ୍ରୀ ପତିତପାବନ ସାମନ୍ତରାୟ , ଜନ ସ୍ଵlସ୍ଥ୍ୟ ନିର୍ବାହୀ ଯନ୍ତ୍ରୀ, ରାୟଗଡ ଶ୍ରୀ ଶରତ କୁମାର ପାଣିଗ୍ରାହୀ,ଜେକେ କାଗଜ କଲର ପରିବେଶ ଅଧିକାରୀ ଶ୍ରୀ ସତ୍ୟଜିତ ମହାନ୍ତି , ଇମ୍ଫା ଥେରୁବାଲିର ପରିବେଶ ଅଧିକାରୀ ଶ୍ରୀ ଦୀନେଶ ମହାନ୍ତି , ପୌର ପରିଷଦର ବିର୍ବାହୀ ଅଧିକାରୀ, ରାୟଗଡ ୟାସାର ବିଲ୍ଲlଳ ଅହମଦ, ଗୁଣପୁର ପୌର ଅଧିକାରୀ ଶ୍ରୀ ଉମା ପ୍ରସାଦ ଦାଶ  ପ୍ରମୁଖ୍ ଉପସ୍ଥିତ ଥିଲେ  l

0
0
0
s2sdefault