ଅଫିସ ଆଗରେ ପରିବା ବିକୁଛନ୍ତି ଛୋଟ ଛୋଟ ପିଲା
ବଡଚଣାରୁ ପ୍ରଫୁଲ୍ଲ କୁମାର ସାହୁ /ବ୍ୟାସନଗରରୁ ବିଶ୍ୱଜିତ ମାଝୀ: ରାଜ୍ୟ ସରକାର ଶ୍ରମିକ ମାନଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଥବାବେଳେ, ଶ୍ରମିକ ଟି ତାହାର କେତେ ଫାଇଦା ପାଉଛି ଏହି ଚିତ୍ରଟି ପ୍ରମାଣିତ କରୁଛି | ଖୋଦ ରାଜ୍ୟ ସରକାର ଶିଶୁ ଶ୍ରମିକ ଆଇନି ଆଣି, ଶିଶୁ ଶ୍ରମିକ ମାନଙ୍କୁ ଥଇଥାନ କରିବା ପାଇଁ ବ୍ୟବସ୍ଥା କରୁଥିବା ବେଳେ, ଏବେ ଶ୍ରମ ଅଫିସ ଆଗରେ ପରିବା ବିକୁଛନ୍ତି ଛୋଟ ଛୋଟ ପିଲା | ଏଥି ପ୍ରତି କାହାର ନିଘା ନାହିଁ, ତେବେ ସାଧାରଣ ତ ବୁଦ୍ଧିଜୀବି ମାନେ ଘୋର ନିନ୍ଦା କରୁଛନ୍ତି | ଶ୍ରମ ଅଫିସ ଆଗରେ ପରିବା ବିକୁଥିବା ଏହି କୁନି ପିଲା କାହିଁକି ପାରିବ ବିକୁଛି ତାହା କାହାର ଚିନ୍ତା କରିବାର ନାହିଁ | ସତେଯେମିତିକାହା ନଜରରେ ପଡୁ ନାହାନ୍ତି | ନା ଶ୍ରମବିଭାଗର ବଡ଼ ବଡ଼ ଅଧିକାରୀ ମାନେ କାଠ ଚଷମା ପିନ୍ଧି ଯା ଆସ କରୁଛନ୍ତି | ତାହାଲେ ସାଧାରଣ ରେ ପ୍ରଶ୍ନ ଉଠିଛି ସରକାର କରିଥିବା ଯୋଜନ କାହା ସ୍ୱାର୍ଥରେ ବୋଲି ସାଧାରଣରେ ଆଲୋଚନା ହେଉଛି, ଏ ଦିଗରେ ତୁରନ୍ତ ଯତ୍ନବାନ ହୋଇ ପରିବା ବିକୁଥିବା ବା ଅନ୍ୟ କ୍ଷେତ୍ରରେ ନିୟୋଜିତ ଥିବା ଅନ୍ୟକୁନି କୁନି ପିଲା ମାନଙ୍କୁ ଥଇଥାନ କରିବା ପାଇଁ ସାଧାରଣ ରେ ଦାବି ହେଉଛି |








