ବାରିପଦା(ଦିଲ୍ଲୀପ ମହାନ୍ତି)- ଜୁଲାଇ ୨୭ରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବାରିପଦା ରୋଟାରୀ କ୍ଲବ ପରିସରରେ କ୍ଲବ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଉକ୍ତ ଶିବିରରେ ମୋଟ ୭୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିବା ବେଳେ ରୋଟାରୀ କ୍ଲବର ସଦସ୍ୟ ଓ ସେମାନଙ୍କର ପରିବାରର ସଦସ୍ୟ, ସଦସ୍ୟାମାନେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ ଏବଂ ରୋଟାରୀ କ୍ଲବର ସଭାପତି ରାଜକୁମାର ଖଣ୍ଡେଲୱାଲ, ସମ୍ପାଦକ ରାକେଶ ସିଂ, କମିଟିର ଚେୟାରମେନ୍ ମହେନ୍ଦ୍ର କୁମାର ରାୱାତ୍ ପ୍ରମୁଖଙ୍କ ସମେତ କ୍ଲବର ୪୫ ଜଣ ସଦସ୍ୟ , ଇନର ହ୍ୱିଲ କ୍ଲବର ସଦସ୍ୟା ଓ ଅମର ସେଠୀ ସକ୍ରିୟ ଭାବେ ଅଂଶ ଗ୍ରହଣ କରି ସ୍ୱେଚ୍ଛାକୃତ ରକ୍ତଦାନ ଶିବିରକୁ ସଫଳ କରାଇବା ସାଙ୍ଗକୁ ରକ୍ତଦାତାମାନଙ୍କୁ ଉତ୍ସାହିତ କରାଇଥିଲେ । ଶିବିରକୁ ଜିଲ୍ଲା ରେଡ଼କ୍ରସ ରକ୍ତ ଭଣ୍ଡାରର ଡ଼ା ସୌମ୍ୟ ରଞ୍ଜନ ନାୟକ ଏବଂ ଅନ୍ୟ କର୍ମଚାରୀମାନେ ପରିଚାଳନା କରିଥିଲେ ।
ରାଜ୍ୟ
ରୋଟାରୀ କ୍ଲବ ପକ୍ଷରୁ ଆୟୋଜିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ୭୫ ୟୁନିଟ ରକ୍ତ ସଂଗୃହୀତ-
- Hits: 415









