ହେଡଲାଇନସ୍:

"ଦି କାର ଫେଷ୍ଟିଭାଲ ଅଫ ଲର୍ଡ଼ ଜଗନ୍ନାଥ" ର ଦ୍ୱିତୀୟ ସଂସ୍କରଣ ଲୋକାର୍ପିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ) : ଶ୍ରୀଜଗନ୍ନାଥ ଚେତନା ସଂପର୍କରେ ଗବେଷଣା ମୂଳକ ପ୍ରବନ୍ଧ ପୁସ୍ତକ "ଦି କାର ଫେଷ୍ଟିଭାଲ ଅଫ ଲର୍ଡ଼ ଜଗନ୍ନାଥ" (The Car Festival of Lord Jagannath).ର ଦ୍ୱିତୀୟ ସଂସ୍କରଣର ଶୁଭ ଲୋକାର୍ପଣ,ଓଡ଼ିଶାର ମହାମହୀମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ଂକ କର କମଳରେ ଅନୁଷ୍ଠିତ ହୋଇଯାଇଛି।ବିଗତ ଦୁଇ ଦଶନ୍ଧି ପୂର୍ବରୁ ସ୍ବର୍ଗତଃ ଶରତଚନ୍ଦ୍ର ମହାପାତ୍ରଂକ ଦ୍ଵାରା ରଚିତ ଏହି ପୁସ୍ତକର ପ୍ରଥମ ସଂସ୍କରଣ ପ୍ରାୟ ଦୁଇ ଦଶନ୍ଧି ପୂର୍ବରୁ ନୂଆ ଦିଲ୍କୀ ଠାରେ ଭାରତର ତତ୍କାଳୀନ ରାଷ୍ଟ୍ରପତି ଶଂକର ଦୟାଲ ଶର୍ମା ଂକ ଦ୍ୱାରା ଉନ୍ମୋଚିତ ହୋଇ ଥିଲା।ଆଜି ପୁଣି ରାଜଭବନ ,ଭୁବନେଶ୍ୱର ଠାରେ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ ଏହି ପୁସ୍ତକ ଟି ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସଂପର୍କରେ ଏକ ଅତ୍ୟନ୍ତ ଉପାଦେୟ ଗ୍ରନ୍ଥ। ଶ୍ରୀ ଜଗନ୍ନାଥ ଚେତନାର ଜଣେ ଅଗ୍ରଣୀ ବିଶେଷଜ୍ଞ ଶ୍ରୀମହାପାତ୍ର ଜଣେ ଉଚ୍ଚପଦସ୍ଥ ସରକାରୀ ଅଧିକାରୀ ଥିଲେ ଓ ଅବସର ଗ୍ରହଣ ପରେ ପୁରୀରେ "ଶ୍ରୀ ଜଗନ୍ନାଥ ଗବେଷଣା କେନ୍ଦ୍ର"ସ୍ଥାପନ କରିଥିଲେ।ସେ ଏହାର ସଂପାଦକ ଭାବେ କାର୍ଯ୍ୟ କରି ଅନେକ ଗୁଡିଏ ଉପାଦେୟ ପୁସ୍ତକ ମଧ୍ୟ ପ୍ରକାଶ କରିଥିଲେ।ଶ୍ରୀଯୁକ୍ତ ମହାପାତ୍ର ଏକଦା ଶ୍ରୀମନ୍ଦିର ର ମୁଖ୍ୟ ପ୍ରଶାସକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।ଏତଦ୍ ବ୍ୟତୀତ ଶ୍ରୀ ଜଗନ୍ନାଥ ମନ୍ଦିର ର ଉନ୍ନତି ସଂପର୍କିତ ପ୍ରଶାସନିକ କମିଟି ର ସ୍ୱତନ୍ତ୍ର ଅଧିକାରୀମଧ୍ୟ ଥିଲେ।ଏହି  ଉପାଦେୟ ପୁସ୍ତକ ଟି ପୂର୍ବରୁ ଓ ଏବେ ଶ୍ରୀ ଜଗନ୍ନାଥ ଗବେଷଣା କେନ୍ଦ୍ର ଦ୍ୱାରା ପ୍ରକାଶିତ।

 

0
0
0
s2sdefault