୩୧ ତାରିଖ ସୁଦ୍ଧା ସଚିବାଳୟ ସେବା ବର୍ଗରେ ନିର୍ବାଚନ ଶେଷକରିବା ପାଇଁ ସରକାରଙ୍କ ନିର୍ଦ୍ଦେଶ
ଭୁନନେଶ୍ୱର : ସଚିବାଳୟ ସେବାସଂଘର ନିର୍ବାଚନ ଆଗାମୀ ଅଗଷ୍ଟ ମାସ ୩୧ ତାରିଖ ସୁଦ୍ଧା ଶେଷକରି ସରକାରଙ୍କୁ ଜଣାଇବାକୁ ରାଜ୍ୟ ଗୃହ ବିଭାଗ ସଂଘର ସାଧାରଣ ସମ୍ପାଦକଙ୍କୁ ନିର୍ଦେଶ ଦେଇଛନ୍ତି । ଏହାକୁ ନେଇ ବର୍ତ୍ତମାନ ସଚିବାଳୟରେ ଆଲୋଚନା ଯୋର ଧରିବା ସାଙ୍ଗକୁ ସାଧାରଣ ସମ୍ପାଦକ କ’ଣ ପଦକ୍ଷେପ ନେଉଛନ୍ତି ତାକୁ ଦେଖିବାକୁ ସମସ୍ତେ ଅପେକ୍ଷା କରିଛନ୍ତି। ସଚିବାଳୟ ସେବାସଂଘରେ ଗତ ୨୦୧୭ ମସିହାରେ ଶେଷ ନିର୍ବାଚନ ହୋଇଥିଲା । ସେଥିରେ ନିର୍ବାଚିତ ହୋଇଥିବା କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ୨୦୧୯ର ଜୁଲାଇ ମାସରେ ଶେଷହେଲା । କିନ୍ତୁ ସଂଘର ସଭାପତି ଓ ସାଧାରଣ ସମ୍ପାଦକଙ୍କ ମଧ୍ୟରେ ଦୁଇବର୍ଷ ଧରି କନ୍ଦଳ ଲାଗି ରହିଥିବାରୁ , ସେମାନଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲେ ମଧ୍ୟ ପରବର୍ତ୍ତୀ ପ୍ରତିନିଧି ନିର୍ବାଚନ ପାଇଁ କୌଣସି ପଦକ୍ଷେପ ନେଲେ ନ।ହିଁ। ସଂଘର ଆଇନ ଓ ପରମ୍ପରା ଭଙ୍ଗ ହେଲା । ନିର୍ବାଚିତ କର୍ମକର୍ତ୍ତା ସଂଘର କାମ କଲେ ନାହିଁକି , ନିର୍ବାଚନ ପାଇଁ ବାଟ କାଢିଲେ ନ।ହିଁ । ସଂଘ କାର୍ଯ୍ୟ।ଳୟ ଫାଟକରେ ସଭାପତି ଓ ତାଙ୍କ ଅନୁଗତମାନେ ତାଲା ପକାଇଦେଲେ । ପରିସର ଭୂତକୋଠିପରି ଦେଖାଗଲା । ଯିଏ ପ୍ରଶ୍ନ କଲା ତାକୁ ଅପମାନିତ କରାଗଲା । ଏହିପରି ସଂଘରେ ଅଚଳ ଅବସ୍ଥା ମଧ୍ୟରେ ଚାରିମାସ ବିତିଗଲା । କେତେକ ଅଣ-କର୍ମକର୍ତ୍ତା ସ୍ଵେଚ୍ଛାକୃତ ଭାବେ ଆଗକୁ ଆସି ସଭାପତି ଓ ସାଧାରଣ ସମ୍ପାଦକଙ୍କ ଉପରେ ଚାପ ପକାଇଲେ । ବହୁ ଲୋକଙ୍କ ଚାପ ଆଗରେ ମୁଣ୍ଡ ନୂଆଇଁ ଶେଷରେ ସଂଘର ସାଧାରଣ ପରିଷଦର ବୈଠକ ଡକାଗଲା ଓ ୨୦୧୯ ବର୍ଷର ଅକ୍ଟୋବର ମାସରେ ନିର୍ବାଚନ ପରିଚାଳନା ସକାଶେ ତିନିଜଣିଆ ନିର୍ବାଚନ ଆୟୋଗ ଗଠନ କରାଗଲା । କିନ୍ତୁ ଫଳ କିଛି ହେଲା ନ।ହିଁ । ନିର୍ବାଚନ ଆୟୋଗକୁ କର୍ମକର୍ତ୍ତା ମାନେ ସହଯୋଗ କଲେ ନ।ହିଁ । ସାଧାରଣ ସମ୍ପାଦକ ସଂଘ ପାଣ୍ଠିରୁ ଆୟୋଗକୁ ଅର୍ଥ ଦେବାକୁ ରାଜିଥିବା ବେଳେ , ସଭାପତିଙ୍କ ଏକାନ୍ତ ଅନୁଗତ ଅର୍ଥ ସଚିବ ଏଥିରେ ରାଜି ହେଲେ ନ।ହିଁ। ନିର୍ବାଚନ ବନ୍ଦ ହୋଇଗଲା । ନିର୍ବାଚନ ଆୟୋଗର ମୁଖ୍ୟ ସଭ୍ୟ ଦୁଇଜଣ ନିରପେକ୍ଷତା ଅବଲମ୍ବନ କରିବା ପରିବର୍ତ୍ତେ , ନିଜ ନିଜ ଗୋଷ୍ଠିର ରାଜନୀତି ଜାଲ ମଧ୍ୟରେ ରହିଲେ । ଶେଷରେ କୋରୋନା ଉପରେ ଦୋଷ ଲଦିଦିଆଗଲା । ଇତିମଧ୍ୟରେ ଆଉ ଦୁଇବର୍ଷ ବିତିଗଲାଣି । କେହି ନିର୍ବାଚନର ନାମ ଧରୁନାହାନ୍ତି । ସଭାପତି ଇତିମଧ୍ୟରେ ଚାକିରିରୁ ଅବସର ନେଇସାରିଲେଣି । କିନ୍ତୁ ପଛରେ ଛାଡିଯାଇଥିବା ଗୋଷ୍ଠି ନିର୍ବାଚନ କରାଇ ନ ଦେବାକୁ ପୂର୍ବ ପରି ମସୁଧା ଚଳାଇଛି । ୨୦୧୫-୧୭ ବର୍ଷରେ ଏହି ଗୋଷ୍ଠି ସଂଘ ଦାୟିତ୍ଵରେ ଥିବାବେଳେ କିଛି କଲେ ନ।ହିଁ । କେବଳ ବେପାରରେ ବ୍ୟସ୍ତ ରହିଲେ । ୨୦୧୭ ରୁ ୨୦୧୯ ଦୁଇ ବର୍ଷରେ କେବଳ ବେପାରକୁ ନେଇ କନ୍ଦଳରେ ଲାଗିଲେ । ଏବେ ପଛରେ ରହି ଗୋଟି ଚଳାଇବାକୁ ସଜବାଜ ହେଉଛନ୍ତି । ଅପର ପକ୍ଷରେ କେତେକ ପୂର୍ବତନ ସଭାପତି , ସଚିବ , କର୍ମକର୍ତ୍ତା ଓ ଅନେକ ସଂଖ୍ୟାରେ ସଚେତନ ସଭ୍ୟ ସଂଘକୁ ଏ’ ସ୍ଥାଣୁ ଅବସ୍ଥାରୁ ଉଦ୍ଧାର କରି , ସଂଘ କାର୍ଯ୍ୟକୁ ଆଗେଇନେବା ପାଇଁ ସମସ୍ତଙ୍କର ସହଯୋଗ ଲୋଡୁଛନ୍ତି । ଆଗକୁ କ’ଣ ହେଉଛି ଦେଖିବାକୁ ବାକି ରହିଲା ।