ହେଡଲାଇନସ୍:

ଇ.ଏସ୍.ଏଲ୍ ସମସ୍ତ ଯାନ ବିଦ୍ୟୁତଚାଳିତ କରିବା ପାଇଁ ସଂକଳ୍ପ ବଦ୍ଧ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • କାରଗୁଡ଼ିକ ବିଦ୍ୟୁତ ଚାଳିତ କରିବାର ପ୍ରାରମ୍ଭ ହୋଇଛି ।

  •  ଆଗାମୀ ପର୍ଯ୍ୟାୟରେ ବସଗୁଡିକୁ  ବିଦ୍ୟୁତଚାଳିତ ରେ ପରିଣତ କରାଯିବ । 

  • ୨୦୨୫ ମଧ୍ୟରେ ସମସ୍ତ ଯାନ ଗୁୂଡ଼ିକୁ ବିଦ୍ୟୁତ ଚାଳିତ କରାଯିବ

ନୂଆଦିଲ୍ଲୀ: ପରିବେଶର ସୁୂରକ୍ଷା ତଥା ଜାତୀୟ ସ୍ଥାୟିତ୍ୱ ନିମନ୍ତେ ନିଜର ପ୍ରତିବଦ୍ଧତା ତଥା ସମସ୍ତ ଯାନବାହାନ ଗୁଡ଼ିକୁ ୨୦୨୫ ମଧ୍ୟରେ ସମ୍ପୂର୍ଣ୍ଣ ଭାବେ ବିଦ୍ୟୁତଚାଳିତ କରିବାରୀ ଲକ୍ଷ୍ୟ ନେଇ ବେଦାନ୍ତ ଗ୍ରୁପର କମ୍ପାନୀ ତଥା ଏକ ଜାତୀୟ ସ୍ତରର ଇସ୍ପାତ ଉତ୍ପାଦକ  ଇ.ଏସ୍.ଏଲ୍ ଷ୍ଟିଲ୍ ଲିମିଟେଡ୍ ଇ.ସି.ଏଲ୍ ରାଇଡ ଗ୍ରୀନ୍ ଇନିସିଏଟିଭ୍ ଉପଲକ୍ଷେ ବୋକାରୋରେ ନିଜର ସମସ୍ତ କର୍ମଚାରୀ ମାନଙ୍କ ଯାତାୟତ ପାଇଁ ସମସ୍ତ ବାନ ଗୁଡ଼ିକୁ ବିଦ୍ୟୁତଚାଳିତ ବାହନରେ ପରିବର୍ତନ କରିବା ଆରମ୍ଭ କରିଦେଇଛି । କାର୍ବନ ଫୁଟ୍ପ୍ରିଂଟ୍ ଜୀବାଣୁ ଇନ୍ଧନର ଅଭାବ ତଥା ଗ୍ରୀନ୍ ହାଉସ ଗ୍ୟାସ ନିର୍ଗମନକୁ ହ୍ରାସ କରିବା ଏହି ଅଭିଯାନର ଉଦ୍ଦେଶ୍ୟ  ।

ଯେହେତୁ ପେଟ୍ରୋଲ ଡିଜେଲ ଚାଳିତ ବାହନ ତୁଳନାରେ ବିଦ୍ୟୁତଚାଳିତ ଯାନ ପରିବେଶ ପାଇଁ ଅନୁକୁଳ, ଇଏସ୍ଏଲର  ଏହି ପଦକ୍ଷେପ ଦ୍ୱାରା କାର୍ବନ ନିର୍ଗମନରେ ବାର୍ଷିକ ୪୩୦ ଟନ୍ ହ୍ରାସ  ହବ । ଏହା ବ୍ୟତୀତ ଏହି ବାହାନ ଗୁଡ଼ିକରୁ କୋଳାହଳ ମଧ୍ୟ କମ୍ ସୃଷ୍ଟି ହୁଏ, ଯଦ୍ୱାରା ଧ୍ୱନି ପ୍ରଦୁଷଣ ସ୍ତର ମଧ୍ୟ ହ୍ରାସ ହବ ।

 ବିଦ୍ୟୁତଚାଳିତ ବାହାନ ଗୁଡ଼ିକ ଅଧିକ ସୁରକ୍ଷିତ ମଧ୍ୟ ଅଟେ ଯେହେତୁ ଏଗୁଡ଼ିକରେ କୌଣସି ସୃଜନଶୀଳ ପଦାର୍ଥ ବ୍ୟବହାର ହୋଇନଥାଏ । ଏହି ଯାନଗୁଡ଼ିକୁ ଏପରି ଭାବେ ଡିଜାଇନ କରା ଯାଇଥାଏ ଯେ ଏଥିରେ ଦୁର୍ଘଟଣା ଘଟିବାର ଆଶଙ୍କା ମଧ୍ୟ ବହୁତ ମାତ୍ରା ରେ କମିଯାଏ ।

ଏହି ପରିପ୍ରେକ୍ଷୀରେ, ଇଏସ୍ଏଲ୍ ଷ୍ଟିଲ୍ ଲିମିଟେଡr ସି.ଇ.ଓ. ଏନ୍ଏଲ୍ ଭଟେ କହିଛନ୍ତି, “ ଇଏସ୍ଏଲ୍ ହେଉଛି ବେଦାନ୍ତ ଗ୍ରୁପର ପ୍ରଥମ କମ୍ପାନୀ ଯାହା କି ନିଜ କର୍ମଚାରୀ ମାନଙ୍କ ପାଇଁ ପ୍ଲାଂଟ ପରିସରରେ ବିଦ୍ୟୁତ  ଚାଳିତ ବାହାନ ବ୍ୟବସ୍ଥା କରିଛି । ମୁଁ ଅତ୍ୟନ୍ତ ଖୁସି ଯେ ଆମେ ବିଦ୍ୟୁତଚାଳିତ ବାହାନକୁ ପୂର୍ଣ୍ଣ ମାତ୍ରାରେ ଆପଣେଇବାର ଲକ୍ଷ୍ୟପଥରେ ଅଗେଇଚାଲିଛୁ, ଯାହାକି ଭାରତର ମଧ୍ୟ ଭବିଷ୍ୟତ ଅଟେ । ନିଜ କାରଗୁଡ଼ିକୁ ଇଲେକ୍ଟ୍ରିକ ଯାନରେ ପରିଣତ କରି  ଭାରତର ପ୍ରମୁଖ ପରିବେଶ ସଚେତନ ଷ୍ଟିଲ ଉତ୍ପାଦକ  ଭାବେ ଅଗ୍ରସର ହେବାର ଆମର ଲକ୍ଷ୍ୟର ନିକଟବର୍ତୀ ଏବଂ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଆମେ କଠିନ ପରିଶ୍ରମ କରୁଛୁ ।”

ଭାରତର ସ୍ଥାୟୀ ଭବିଷ୍ୟତର ନିର୍ମାଣ ପାଇଁ କମ୍ପାନୀ ବିଭିନ୍ନ ଇଲେକ୍ଟ୍ରିକ୍ ଓ ହାଇବ୍ରିଡ୍ ବାହାନ ସମାଧାନ ଉପରେ କାର୍ଯ୍ୟରତ । ଏହି ବର୍ଷ ଗଣତନ୍ତ୍ର ଦିବସରେ ଇ.ଏସ୍.ଏଲ୍ ଏଇ ରାଇଡ୍ସ ଗ୍ରୀନ୍ ଅଭିଯାନ ପରିପ୍ରେକ୍ଷୀରେ ଇଲେକ୍ଟ୍ରିକ୍ ବାହାନ ସବସ୍କ୍ରିପସନ  ପ୍ଲାଟଫର୍ମ ସହ ମିଳିତ ଉଦ୍ୟୃମରେ ୪୦ ଟି ଇ-ସାଇକେଲ ଓ ୪୦ଟି ଇ-ସ୍କୁଟର ଲଂଚ୍ କରିଥିଲା

 

0
0
0
s2sdefault