ହେଡଲାଇନସ୍:

ଆଭ୍ୟନ୍ତରୀଣ ସୁରକ୍ଷା ସହିତ ପରିବେଶ ସୁରକ୍ଷା :- ସି ଆର ପି ଏଫ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ସି ଆର ପି ଏଫ , ଅର୍ଥାତ କେନ୍ଦ୍ରୀୟ ରିଜର୍ବ ପୋଲିସ ଫୋର୍ସ । ମୁଖ୍ୟତଃ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ଏହି ଫୋର୍ସ ର ବ୍ୟବହାର କରାଯାଇଥାଏ । ନିଜର ଜୀବନକୁ ବାଜି ଲଗାଇ ଏହି ସୁରକ୍ଷା ବଳ ଦେଶ ସେବାରେ ନିଜକୁ ସମର୍ପିତ କରି ଦେଶ ବିଦେଶରେ ନିଜର ସମ୍ମାନ ବଢ଼ାଇବା ସହିତ ନିଜକୁ ବିଶ୍ୱର ସର୍ବ ବୃହତ ଅର୍ଧ ସାମରିକ ବଳ ଭାବରେ ପ୍ରତିଷ୍ଠିତ କରାଇ ପାରିଛି । ବରଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ସିଆରପିଏଫ ମାଓ ଦମନ ପାଇଁ ନିୟୋଜିତ ରହିଛି ।ମାଓ ଦମନ ସହିତ ସିଭିକ ଅଭିଏସନ ପ୍ରୋଗ୍ରାମ ମାଧ୍ୟମରେ ଲୋକଙ୍କୁ ସହଯୋଗ ର ହାତ ବଢ଼ାଇବା ସହିତ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ସହିତ ସୁସମ୍ପର୍କ ବଢାଇବାରେ ଲାଗିଛି ।   ପାଇକମାଲ ବ୍ଲକ ଅନ୍ତର୍ଗତ ବର୍ତ୍ତୃଣ୍ଡା ଗ୍ରାମରେ  ଶ୍ରୀ ସୁରେନ୍ଦ୍ର କୁମାର ଙ୍କର ନେତୃତ୍ୱରେ ସିଆରପିଏଫ ର 189 ବାଟାଲିଅନ ର ଏଫ କମ୍ପାନୀ କାର୍ଯରତ ରହିଛି । ଆଜି ଏହି କମ୍ପାନୀ ର ଜୱାନ ମାନେ ପରିବେଶ ସୁରକ୍ଷା ନିମନ୍ତେ ବର୍ତ୍ତୃଣ୍ଡା କେମ୍ପ ପରିସରରେ ଏକ ବୃକ୍ଷ ରୋପଣ କାର୍ଯକ୍ରମ ର ଆୟୋଜନ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଗତ କିଛି ମାସ ତଳେ ଅଂଚଳର ଗରିବ ଛୁଆ ମାନଙ୍କୁ ମାଗଣାରେ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରି ଏହି କମ୍ପାନୀ ଲୋକଙ୍କ ଠାରୁ ଉଛ ପ୍ରଶଂସିତ ହୋଇ ପାରିଥିଲା । ଆଜି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଲଗା ଯାଇଥିବା ଗଛ ସବୁର କ୍ରମାଗତ ଭାବରେ ଯତ୍ନ ନିଆଯିବ ବୋଲି ଏଫ କମ୍ପାନୀ ର ମୁଖ୍ୟ ଶ୍ରୀ ସୁରେନ୍ଦ୍ର କୁମାର ସୂଚନା ପ୍ରଦାନ କେଇଥିଲେ ।

0
0
0
s2sdefault