ପୁରୀ/ ଅନିମେଶ ପଟ୍ଟନାୟକ : ଚଳିତବର୍ଷ ସରିଛି ମହାପ୍ରଭୁଙ୍କ ବଡଦାଣ୍ଡ ଲିଳା । ବିନା ଭକ୍ତରେ ସରିଛି ଗୁଣ୍ଡିଚା, ବାହୁଡା ଓ ସୁନାବେଶ । ଚଳିତବର୍ଷ ସୁନାବେଶ ଶେଷ ଆଡକୁ ଦେଖାଦେଇଥିଲା ନୁଆ ବିବାଦ । ମହାପ୍ରଭୁଙ୍କୁ ଭଙ୍ଗା କିରିଟୀ ପିନ୍ଧାଯାଇଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଜଗନ୍ନାଥ ସେନା ସିଧାସଳଖ ଟାର୍ଗେଟ କରିଛି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କୁ ।
ସେନା ଆବାହକ କହିଛନ୍ତି, ଭଙ୍ଗା କିରିଟୀ ପିନ୍ଧାଇବା ଘଟଣା ୪କୋଟି ଓଡିଆ, ସମଗ୍ର ଜଗନ୍ନାଥ ଭକ୍ତଙ୍କୁ ଆଘାତ ଦେଇଛି । ତେଣୁ ଏହାର ତର୍ଜ୍ଜମା କରିବା ଆବଶ୍ୟକ । ମହଣ ମହଣ ସୁନାରେ ସଜେଇ ହଉଥିବା ଠାକୁରଙ୍କର ସୁନାର ତଦାରଖ କରିପାରିନାହାନ୍ତି ମୁଖ୍ୟ ପ୍ରଶାସକ । ତେଣୁ ତାଙ୍କର ବହିସ୍କାର ଦାବି କରିଛନ୍ତି ସେନା ମୁଖ୍ୟ ପ୍ରିୟଦର୍ଶନ ପଟ୍ଟନାୟକ।
ମହାପ୍ରଭୁଙ୍କ ଘୋଷଯାତ୍ରାରେ ମୁଖ୍ୟ ପ୍ରଶାସକ ଗଞ୍ଜି ବାନିୟାନ କରି ବହୁ ଖଣି ମାଫିଆ, ଓ ଅନେକ ମୁଷ୍ଟିମେୟଙ୍କୁ ପୁରୀ ପ୍ରବେଶ କରାଇ ରଥଯାତ୍ରାରେ ସାମିଲ କରାଇଛନ୍ତି । ନିଜର ପତିଆରା ପାଇଁ ୨୦୦ ପାକେଟ ଖଜା ପୁଡିଆ କରି ଭୁବନେଶ୍ବରରେ ବାଣ୍ଟିଛନ୍ତି ବୋଲି ସିଧାସଳଖ ଅଭିଯୋଗ ଆଣିଛନ୍ତି ପ୍ରିୟଦର୍ଶନ ।
ଆହୁରି ମଧ୍ୟ, ମାନ୍ୟବର ସୁପ୍ରିମକୋର୍ଟ ମହାପ୍ରଭୁଙ୍କ ରଥଯାତ୍ରାର ବିନା ଭକ୍ତରେ ୫୦୦ ସେବାୟତଙ୍କୁ ନେଇ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଗଞ୍ଜି ତିଆରି କରି ବାଣ୍ଟିବାକୁ କହିନଥିଲେ । ତାହେଲେ ମୁଖ୍ୟ ପ୍ରଶାସକ ଏତେ ଗୁଡ଼ାଏ ଗଞ୍ଜି ତିଆରି କରି କାହିଁକି ବାଣ୍ଟିଥିଲେ । ଯାହାକୁ ବ୍ୟବହାର କରି ଅନେକ ପୁରୀ ବାହାର ଲୋକ ରଥଯାତ୍ରାରେ ସାମିଲ ହୋଇଥିଲେ । ତେଣୁ ଏହାର ତଦନ୍ତ ହେବା ଦରକାର ବୋଲି କହିଛନ୍ତି ଜଗନ୍ନାଥ ସେନା ମୁଖ୍ୟ |
ପ୍ରିୟଦର୍ଶନ କହିଛନ୍ତି " ସେବକ ଖଟିଲେ ପୋଲିସ ଖଟିଲେ ଭକତ ପାଇଲେ ସଜା । ମାତ୍ର ଭକତ ଟଂକାରେ ଚୋର ମାଫିଆଙ୍କୁ ବାଣ୍ଟିଣ ଗେଞ୍ଜି ଓ ଖଜା, ହେ ମୁଖ୍ୟ ପ୍ରଶାସକ ତେମେ ହିଁ ନଉଛ ମଜା ହାଁ ତେମେ ହିଁ ନଉଛ ମଜା ।
ସଜିଲେ ଗୁରୁ ମଜିଲେ ରଜା ଖାଲି ଭକତ ପାଇଲା ସଜା ହାଁ ଖାଲି ଭକତ ପାଇଲା ସଜା । ହେଲେ ରଥ ଯାତରାରେ ବିଚରା କାଳିଆ ନନାର ସୁନାବେସହରେ ତା କିରିଟୁ ହଜିଲା ଗଜା କିନ୍ତୁ କରୋନା ନାଁରେ ଭକୁଆ ବନିଲେ ରାଇଜ ଯାକର ସାଢେ ଚାରିକୋଟି ପ୍ରଜା ହାଁ ସାଢେ ଚାରି କୋଟି ପ୍ରଜା"








