ହେଡଲାଇନସ୍:

ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ କତାରରୁ ଫେରିଲେ ଓଡିଆ ଯୁବକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ବର- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ କତାରରୁ ଫେରିଲେ ଓଡିଆ ଯୁବକ ଶରତ କୁମାର ସେଠୀ| ଶରତଙ୍କୁ ଭାରତ ଫେରାଇ ଆଣିବାପାଇଁ କତାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ଶ୍ରୀଯୁକ୍ତ ପଣ୍ଡା ନିବେଦନ କରିଥିଲେ| ଆଜି ସକାଳେ ଶରତ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲେ|

ସୂଚନାଯୋଗ୍ୟ, ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ଚଣ୍ଡିଆ ଗ୍ରାମର ସ୍ବର୍ଗତ ବାଞ୍ଛାନିଧି ସେଠୀଙ୍କ ପୁଅ ଶରତ କୁମାର ସେଠୀ କତାରର ଦୋହା ଠାରେ ଏକ ଘରୋଇ କମ୍ପାନୀରେ ୩/୪ ମାସ ହେବ କାମ କରୁଥିଲେ| ଗୁରୁତର ରୋଗରେ ପିଡିତ ପତ୍ନୀଙ୍କ ଚିକିତ୍ସା ନିମନ୍ତେ ସ୍ବଦେଶ ଫେରିବାକୁ କମ୍ପାନୀ କତ୍ତୃପକ୍ଷଙ୍କୁ ଶରତ ଜଣାଇଥିଲେ କିନ୍ତୁ କମ୍ପାନୀ କତ୍ତୃପକ୍ଷ ଏଥିରେ ସହଯୋଗ ନକରି ବିଭିନ୍ନ ଆଳ ଦେଖାଇ ସମୟ ଗଡାଇ ଚାଲିଥିଲେ| ଶେଷରେ ଉପାୟଶୂନ୍ୟ ହୋଇ ଶରତଙ୍କ ପତ୍ନୀ ସରିକା ଲତା ସେଠୀ ବିଜେପି ନେତା ମାଧବାନନ୍ଦ ମଲ୍ଲିକଙ୍କ ଜରିଆରେ ଶ୍ରୀଯୁକ୍ତ ପଣ୍ଡାଙ୍କୁ ଜଣାଇବା ସହ ଶୀଘ୍ର ଭାରତ ଫେରାଇ ଆଣିବାକୁ ନିବେଦନ କରିଥିଲେ| ଅନୁରୋଧକ୍ରମେ ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କୁ ଗତ ୧୭ ତାରିଖରେ ଏକ ପତ୍ର ଲେଖି ଶରତଙ୍କୁ ଭାରତ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ନିବେଦନ କରିଥିଲେ| ଦୂତାବାସ ଅଧିକାରୀ କମ୍ପାନୀ କତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବା ପରେ ଗତକାଲି ଶରତ ମୁମ୍ବାଇରେ ପହଞ୍ଚିବା ପରେ ଆଜି ସକାଳେ ଭୂବନେଶ୍ବରରେ ପହଞ୍ଚି ନିଜ ଗ୍ରାମକୁ ଯାଇଛନ୍ତି| କତାରରୁ ଫେରିବା ପରେ ଶରତ ଶ୍ରୀଯୁକ୍ତ ପଣ୍ଡାଙ୍କୁ କୃତଜ୍ଞତା ଜଣାଇଛନ୍ତି|

0
0
0
s2sdefault