ହେଡଲାଇନସ୍:

ଅତିରିକ୍ତ ଉପଜିଲ୍ଲାପାଳଙ୍କ ଛତୁଆ କେନ୍ଦ୍ର ପରିଦର୍ଶନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅତିରିକ୍ତ ଉପଜିଲ୍ଲାପାଳ ଶେଷଦେବ ମିଶ୍ର ଦିନିକିଆ ମୋହନା ଗ୍ରସ୍ତରେ ଆସି ବ୍ଳକରେ ରହିଥିବା ୩ଟି ଛତୁଆ କେନ୍ଦ୍ର ଚନ୍ଦ୍ରଗିରି , ମୋହନା , ଅଡବାକୁ ପରିଦର୍ଶନ କରିଥିଲେ। ପ୍ରତ୍ୟେକ କେନ୍ଦ୍ରର ସ୍ଵୟଂ ସହାୟିକା ଦଳର ସଭାପତି, ସମ୍ପାଦକ ଓ କର୍ମଚାରୀଙ୍କ ସହିତ ଛତୁଆର ମାନ , ଗୁଣବତ୍ତା , ପରିମାଣ , ଓଜନ , ଛତୁଆ ପ୍ରସ୍ତୁତ ହେଉଥିବା ଗୃହର ପରିଷ୍କାର , ପରିଛନ୍ନତା, ଛତୁଆ ପ୍ରସ୍ତୁତ ପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀର ପରିମାଣ ଓ ଚାର୍ଟ ବୁଲି ଦେଖିବା ସହ ପରୀକ୍ଷା ନିରୀକ୍ଷା କରିଥିଲେ। ସମସ୍ତ କେନ୍ଦ୍ରର ଆବଶ୍ୟକୀୟ ନଥିପତ୍ର ଯାଞ୍ଚ କରିଥିଲେ।

 ଛତୁଆ ବଣ୍ଟନ କରୁଥିବା ଅଙ୍ଗନାବାଡି କେନ୍ଦ୍ରକୁ ଯାଇ କର୍ମୀଙ୍କ ସହ ଛତୁଆ ବିତରଣ ଓ ଶିଶୁମାନଙ୍କ ପାଠପଢ଼ା ସମ୍ପର୍କରେ ଆଲୋଚନା କରିଥିଲେ। ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀ ମିଶ୍ରଙ୍କ ସହ ବିଡିଓ ସାର୍ଥକ ସୌରଭ ମହାପାତ୍ର  , ତହସିଲଦାର ସାରଦା ପ୍ରସନ୍ନ ପଣ୍ଡା , ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସା ଅଧିକାରିଣୀ ଡ. ନମିତା ପଣ୍ଡା , ସିଡିପିଓ ଲଳିତା ମଲ୍ଲିକ , ସୁପରଭାଇଜର ଚ଼ନ୍ଦ୍ରମଣି ଛିଞ୍ଚାଣି ପ୍ରମୁଖ ପରିଦର୍ଶନ ସମୟରେ ଉପସ୍ଥିତ ଥିଲେ।

0
0
0
s2sdefault