ହେଡଲାଇନସ୍:

ମରଣଜନ୍ତା ପାଲଟିଛି ଭୁବନେଶ୍ଵରପୁରରୁ ଭାନପୁର ରାସ୍ତା : ମରାମତି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ଦୀପା ବାରିକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଇକମାଲ : ଗ୍ରାମାଞ୍ଚଳରେ ରାସ୍ତା ଗୁଡିକର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ବିଭିନ୍ନ ବିଭାଗ କୁ ନିର୍ଦେଶ ଦେଉଥିବା ସତ୍ତ୍ୱେ ଏବେମଧ୍ୟ ଉପାନ୍ତ ଅଞ୍ଚଳର ରାସ୍ତା ଗୁଡ଼ିକ ଉପରେ କୌଣସି ପ୍ରଶାସନିକ ଅଧିକାରୀ ମାନଙ୍କ ନଜର ପଡୁନଥିବା ଘଟଣା ଦେଖିବାକୁ ମିଳୁଛି.ଏଭଳି ଅନେକ ସମସ୍ୟାକୁ ଲୋକଲୋଚନକୁ ଆଣି ତାହାର ସମାଧାନ କରି ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଛନ୍ତି ପାଇକମାଲ ଅଞ୍ଚଳର ସାମାଜିକ କର୍ମୀ ସୁଶ୍ରୀ ଦୀପା ବାରିକ. ସୂଚନା ଅନୁଯାୟୀ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ  ଭୁବନେଶ୍ଵରପୁର ଗ୍ରାମରୁ ନୂଆପଡ଼ା ଜିଲ୍ଲାକୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତା ଅତ୍ୟନ୍ତ କଦର୍ଯ୍ୟ ହୋଇ ପଡ଼ିଛି। ରାସ୍ତାରେ ଥିବା ଗେଟି ଓ ମେଟାଲ ସବୁ ବାହାରି ପଡ଼ି ଅନେକ ଦୁର୍ଘଟଣା ଘଟାଉଥିବାର ଅନୁମାନ କରାଯାଏ। ଏହି ରାସ୍ତା ଦେଇ ବରଗଡ଼ ଜିଲ୍ଲାରୁ ନୂଆପଡ଼ା ଏବଂ ଖରିଆରରୋଡ଼କୁ ହଜାର ହଜାର ଲୋକ ଯାତାୟାତ କରନ୍ତି। କିନ୍ତୁ ଦୁଃଖ ଏବଂ ବିଡ଼ମ୍ବନାର ବିଷୟ ଏହିକି ଯେ ଦୀର୍ଘବର୍ଷ ହେବ ଏହି ରାସ୍ତା ଉପରେ କୋୖଣସି ପ୍ରାଶାସନିକ ଅଧିକାରୀଙ୍କ ନଜର ପଡ଼ୁନାହିଁ। ଭୁନେଶ୍ଵରପୁରରୁ କିଛିବାଟ ଗଲାପରେ କିଛି ରାସ୍ତା କଂକ୍ରିଟିକରଣ କରାଯାଇଛି, ତାହାପରେ ରାନୀଦରହା ପର୍ଯ୍ୟନ୍ତ ସଂପୂର୍ଣ୍ଣ ଭାବେ କଚ୍ଚା ସଡ଼କ ଅଛି। ଯାହାକି ବର୍ଷା ଋତୁରେ ଅତ୍ୟନ୍ତ କଦର୍ଯ୍ୟ ହୋଇଥାଏ ବୋଲିି ସ୍ଥାନୀୟ ଲୋକେ କହିଛନ୍ତି। ଏହି ରାସ୍ତା ବୋଧହୁଏ ଗ୍ରାମ୍ୟ ଉନ୍ନୟନ ବିଭାଗ, ଜଙ୍ଗଲ ବିଭାଗ କିମ୍ୱା ପୂର୍ତ୍ତ ବିଭାଗ ତରଫରୁ ନିର୍ମାଣ ହେବା କଥା। ତୁରନ୍ତ ଏହି ରାସ୍ତା ମରାମତି ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ପାଇକମାଲ ବ୍ଲକର ସାମାଜିକ କର୍ମୀ ଦୀପା ବାରିକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି. ଏହି ଅନୁରୋଧ ରକ୍ଷା କରି ରାସ୍ତାର ମରାମତି କଲେ ବରଗଡ଼ ଏବଂ ନୂଆପଡ଼ା ଜିଲ୍ଲାର ହଜାର ହଜାର ଲୋକେ ଉପକୃତ ହୁଅନ୍ତେ ବୋଲିି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

0
0
0
s2sdefault