ହେଡଲାଇନସ୍:

ବେଦାନ୍ତ କେୟାର ଗୋଷ୍ଠୀ କଲ୍ୟାଣ ନିମନ୍ତେ ୨୦୨୧ ଆର୍ଥିକ ବର୍ଷରେ ୩୩୧ କୋଟି ବ୍ୟୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ/ ମୁମ୍ବାଇ: ଭାରତରେ ଧାତୁ,ଖଣିଜ ପଦାର୍ଥ ଓ ତୈଳ ତଥା ଇନ୍ଧନ ଗ୍ୟାସର ଅଗ୍ରଣୀ ଉତ୍ପାଦକ  ବେଦାନ୍ତ ଗ୍ରୁପ୍ (ସମୂହ) ଗୋଷ୍ଠୀ/ସମୁଦାୟ/ ସମାଜ ପ୍ରତି ନିଜର ପ୍ରଦିବଦ୍ଧତା ଉପରେ କେନ୍ଦ୍ରୀତ ହୋଇ ୨୦୨୧ ବିତୀୟ ବର୍ଷରେ ସାମାଜିକ କଲ୍ୟାଣ ଉନ୍ନୟନ ନିମିତ ୩୩୧ କୋଟି ଟଙ୍କା ବ୍ୟୟ କରିଛି । ବେଦାନ୍ତର ସି.ଏସ୍.ଆର୍. ବ୍ୟୟ ବୈଧାନିକ ଆବଶ୍ୟକତା ଠାରୁ ୨୮ ପ୍ରତିଶତ ୯୩ କୋଟି ଟଙ୍କା ଅଧିକ ।

ବିଗତ ବର୍ଷ ଗୁଡ଼ିକରେ ବେଦାନ୍ତ ଦେଶର ସବୁଠୁ ଅଧିକ ଖାତିପ୍ରାପ୍ତ ଓ ପ୍ରଭାବଶାଳୀ ସିଏସ୍ଆର୍ କାର୍ଯ୍ୟକ୍ରମ ଗୁଡ଼ିକ ସଂଚାଳିତ କରିଛି । ବିତୀୟ ବର୍ଷ ୨୦୨୦ ରେ ଏହି କମ୍ପାନୀ ସିଏସ୍ଆର୍ ପଦକ୍ଷେପ/ କାର୍ଯ୍ୟକ୍ରମ ଗୁଡ଼ିକରେ ୨୯୬ କୋଟି ଟଙ୍କା ବ୍ୟୟ କରିଛି । ଓଦ୍ଭୟସବ ଓଦ୍ଭମ  ଅନୁସାରେ, ବେଦାନ୍ତର ସିଏସ୍ଆର ଖର୍ଚ୍ଚ ଦେଶର ସର୍ବାଧିକ ମଧ୍ୟରେ ରହିଛି ଯାହାକି ଶିକ୍ଷା, ସ୍ୱାସ୍ଥ୍ୟ,  ସୁସ୍ଥାୀ ଜୀବିକା, ନାରୀ ସଶକ୍ତିକରଣ, କ୍ରୀଡ଼ା ଓ ସଂସ୍କୃତି, ପରିବେଶ ଓ ସାମୂଦାୟିକ ବିକାଶ ଇତ୍ୟାଦି ମୁଖ୍ୟ ପ୍ରଭାବ କ୍ଷେତ୍ର ଗୁଡ଼ିକରେ ବ୍ୟୟ କରାଯାଇଛି । ସମୂହ ଗ୍ରୁପ୍ର ଦିଶା ନିର୍ଦ୍ଦେଶ ଅନୁରୂପେ, ସମୂହ ର ପ୍ରତ୍ୟେକ ବ୍ୟବସାୟିକ  ୟୁନିଟ୍ ନିଜର ସିଏସ୍ଆର୍ ଏଜେଣ୍ଡାକୁ କାର୍ଯ୍ୟକାରୀ କରାଇ ନିଜର ଭୂମିକା ସମ୍ପାଦନ କରିଛନ୍ତି । ବେଦାନ୍ତ ନିଜର ବ୍ୟବସାୟକୁ ସାମାଜିକ ଦାୟିତ୍ୱବୋଧ, ନୈତିକ ପରିବେଶ ଅନୁକୂଳ ଭାବେ ସଂଚାଳିତ କରିବାକୁ ପ୍ରତିବଦ୍ଧ ଏବଂ ନିଜ ପରିଚାଳନ କ୍ଷେତ୍ରରେ ତଥା ପାରିପାଶ୍ୱିର୍କ ସମୁଦାୟ କୁଡ଼ିଗର ଜୀବନର ଗୁଣବତାର ଉନ୍ନତି ଦିଗରେ ଆମେ ସର୍ବଦା ତତ୍ପର  ।

ବେଦାନ୍ତର ଚେୟାରମ୍ୟାନ, ଅନିଲ ଅଗ୍ରୱାଲ କହିଛନ୍ତି, “ ବେଦାନ୍ତର ଏକ ସୁସ୍ଥାପିତ ଇତିହାସ ରହିଛି ଓ ଆମେ ନିକଟବର୍ତୀ ସମୁଦାୟ ଗୁଡ଼ିକର ସାମାଜିକ ହିତରେ ପୁନର୍ନିବେଶ କରିବାର ପ୍ରତିବଦ୍ଧତା ରହିଛି । ଆମେ ବିଶ୍ୱାସ କରୁ କି କେନ୍ଦ୍ର ଓ ରାଜ୍ୟ ସରକାର ମାନଙ୍କ ସହଯୋଗ ସହ ଆମର ପ୍ରୟାସ ଜନସାଧାରଣଙ୍କ ସହଯୋଗ ପାଇଁ ସର୍ବଦା ଅଗ୍ରସର ଓ ଅଗ୍ରଣୀ ।”

ଫିଲଡ୍  ହସ୍ପିଟାଲ ଗୁଡ଼ିକର ସ୍ଥାପନା, ରାଜ୍ୟର ଜିଲ୍ଲା ଚିକିତ୍ସାଳୟ ଗୁଡ଼ିକକୁ ଦିଆଯାଇଥିବା ଏକ ମହତ୍ୱପୂର୍ଣ୍ଣ ଓ ପ୍ରାସଙ୍ଗିକ ସାହାଯ୍ୟ ମଧ୍ୟରେ ଅନ୍ୟତମ । ଆମର କର୍ମଚାରୀବୃନ୍ଦ, ପରିବାର, ତଥା ଭାଗିଦାର ମାନଙ୍କ ପାଇଁ ମେଗା ଟୀକାକରଣ ଅଭିଯାନରେ ଆମର ପ୍ରୟାସ ସମୁଦାୟ ଗୁଡ଼ିକର ସୁରକ୍ଷା ସୁନିଶ୍ଚିତ କରିଛି ।”

ନିକଟ ଅତୀତରେ ବେଦାନ୍ତର ଅନୀଲ ଫାଉଣ୍ଡେସନର ଉଦ୍ୟମରେ ସୁସ୍ଥ ଗ୍ରାମ ଅଭିଯାନର ଘୋଷଣା କରାହେଲା ଯାହା ଦ୍ୱାରା ୧୨ଟି ରାଜ୍ୟର ୨୪ଟି ଜିଲ୍ଲାରେ ସମୁଦାୟ ଗୁଡ଼ିକୁ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ପାଇଁ ଆଗାମୀ ପାଂଚ ବର୍ଷରେ ୫୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବାର ଯୋଜନା ରହିଛି ।

ମହିଳା ଓ ଶିଶୁ ମାନଙ୍କ ପାଇଁ ବେଦାନ୍ତର ପ୍ରମୁଖ ପଦକ୍ଷେପ,ନନ୍ଦ ଘର, ୧୧ଟି ରାଜ୍ୟରେ ୨୪୦୦ଟି ନନ୍ଦଘର ନିର୍ମାଣ ସହ ଅଙ୍ଗନୱାଡ଼ି ବ୍ୟବସ୍ଥା ପାଇଁ ମାର୍ଗଦର୍ଶକ ସାଜି ଏକ ନୂତନ ମାଇଲ ଖୁଂଟ ଅତିକ୍ରମ କରିଛି । ଏହି ପଦକ୍ଷେପର ଉଦେ୍ଧଶ୍ୟ ୭ କୋଟି ଶିଶୁ ଓ ୨ କୋଟି ମିହଳାଙ୍କ ଜୀବନକୁ ଲାଭାନ୍ୱିତ କରିବ ।

 

0
0
0
s2sdefault