ହେଡଲାଇନସ୍:

ଗୁରୁ ପୂର୍ଣ୍ଣିମାରେ ଦୁଇ  ପ୍ରସିଦ୍ଧ ଗୁରୁଙ୍କୁ ସମ୍ବର୍ଦ୍ଧିତ କଲେ ବୈଜୟନ୍ତ ପଣ୍ଡା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ବର/ନୂଆଦିଲ୍ଲୀ : ଆଜି ଗୁରୁ ପୂର୍ଣ୍ଣିମା ଅବସରରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ବିଜେପି ପ୍ରଭାରୀ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ୨ ପ୍ରସିଦ୍ଧ ଗୁରୁଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ସେମାନେ ହେଉଛନ୍ତି ନୂଆଦିଲ୍ଲୀସ୍ଥିତ ପ୍ରସିଦ୍ଧ ଧାର୍ମିକ-ସାଂସ୍କୃତିକ ସ୍ଥଳୀ ସ୍ଵାମୀନାରାୟଣ ଅକ୍ଷରଧାମର ପୂଜକ ତଥା ଧାର୍ମିକ ବକ୍ତା ସ୍ୱାମୀ ମୁନିବତ୍ସଳ ଏବଂ ପ୍ରଖ୍ୟାତ ଚିତ୍ରଶିଳ୍ପୀ ରାମେଶ୍ୱର ବ୍ରୁତା। ଶ୍ରୀଯୁକ୍ତ ପଣ୍ଡାଙ୍କ ସହ ଦିଲ୍ଲୀ ବିଜେପି ମହାମନ୍ତ୍ରୀ କୁଲଜିତ ସିଂ ଚହଲି ମଧ୍ୟ ଥିଲେ।

ସ୍ୱାମୀ ମୁନିବତ୍ସଳ ଜଣେ ଓଜସ୍ବୀ ବକ୍ତା ଓ ଏହା ମାଧ୍ୟମରେ ସେ ଦେଶର ବିଭିନ୍ନ ସ୍ଥାନରେ ଅନେକ ମଞ୍ଚରେ ଲୋକଙ୍କୁ ପ୍ରେରଣା ଦେଇଆସୁଛନ୍ତି। ଏଥିପାଇଁ ସେ ବିଭିନ୍ନ ମଞ୍ଚରେ ସମ୍ମାନିତ ମଧ୍ୟ ହୋଇଛନ୍ତି। ସେହିପରି ଚିତ୍ରଶିଳ୍ପୀ ରାମେଶ୍ୱର ବ୍ରୁତା ଭାରତୀୟ ଚିତ୍ରକଳା ଜଗତର ବିଶିଷ୍ଟ ବ୍ୟକ୍ତିତ୍ବ। ତାଙ୍କ ଚିତ୍ରକଳା ରାଷ୍ଟ୍ରପତି ଭବନ, ଜାତୀୟ ଆର୍ଟ ଗ୍ୟାଲେରୀରେ ସ୍ଥାନ ପାଇଛି। ସେହିପରି ସେ ଅନେକ ମଞ୍ଚରେ ସମ୍ମାନିତ ହୋଇ ଅନେକ ଯୁବ ଚିତ୍ରକରଙ୍କ ପାଇଁ ଆଦର୍ଶ ହୋଇଛନ୍ତି। ଶ୍ରୀଯୁକ୍ତ ପଣ୍ଡା ପ୍ରଥମେ ସ୍ୱାମୀ ମୁନିବତ୍ସଳଙ୍କୁ ସାକ୍ଷାତକରି ସମ୍ବର୍ଦ୍ଧିତ କରିଥିଲେ ଓ ତାଙ୍କଠାରୁ ଆଶୀର୍ବାଦ ପ୍ରାପ୍ତ କରିଥିଲେ। ସେ ତାଙ୍କ ସହ ଧାର୍ମିକ ତଥା ଅନ୍ୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଥିଲେ। ଏହାପରେ ଶ୍ରୀଯୁକ୍ତ ପଣ୍ଡା ଶ୍ରୀ ବ୍ରୁତାଙ୍କୁ ସାକ୍ଷାତକରି ସମ୍ବର୍ଦ୍ଧିତ କରିଥିଲେ। ଗୁରୁ ପୂର୍ଣ୍ଣିମା ଅବସରରେ ଏହି ଗୁରୁମାନଙ୍କ ସାନିଧ୍ୟ ପାଇବା ମୋ ପାଇଁ ସୌଭାଗ୍ୟର ବିଷୟ ବୋଲି ଶ୍ରୀଯୁକ୍ତ ପଣ୍ଡା କହିଥିଲେ। ଉଭୟ ସ୍ୱାମୀ ମୁନିବତ୍ସଳ ଏବଂ ଶ୍ରୀ ବ୍ରୁତା ସେମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟ ଦ୍ୱାରା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରେରଣା ସାଜିବା ସହ ଅନେକଙ୍କ ଜୀବନକୁ ବଦଳାଇ ଦେଇଥିବା ସେ କହିଥିଲେ।

 

0
0
0
s2sdefault