ହେଡଲାଇନସ୍:

ପୋଲାଭରମ ପ୍ରକଳ୍ପକୁ ପିପୁଲ ଏଗନେଷ୍ଟ ପୋଲାଭରାମ ପ୍ରୋଜେକ୍ଟ  (ପାପ)ର ତୀବ୍ର ବିରୋଧ । 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପ୍ରକଳ୍ପ ବନ୍ଦ ନ ହେଲେ ୪ରାଜ୍ୟର ମିଳିତ ଜନ ଅନୋଦଳନ ଚେତାବନୀ ।

ମାଲକାନଗିରି ମୋଟୁ :-ପୋଲାଭରମ ପ୍ରକଳ୍ପ କୁ ନେଇ ତୀବ୍ର ବିରୋଧ , ପ୍ରକଳ୍ପ ବନ୍ଦ ନ ହେଲେ ଜନ ଅନୋଦଳନ l ମାଲକାନଗିରି ଜିଲ୍ଲା ଏହି ପ୍ରକଳ୍ପ ଯୋଗୁଁ ବହୁଳ ପରିମାଣରେ କ୍ଷତି ଗ୍ରସ୍ତ ହେବା ସହ ମାଲକାନଗିରି ଜିଲ୍ଲାର ଅନେକ ସ୍ଥାନ ମାନଚିତ୍ରରୁ ଲୋପ ପାଇବ ବୋଲି ପୋଲାଭରମ ବିରୋଧି ଜନ ମଞ୍ଚ  ଅଭିଯୋଗ କରିଛନ୍ତି । ୧୯୮୬ ଓ ୨୦୦୬ ମସିହାରେ ପ୍ରବଳ ବର୍ଷାରେ ମାଲକାନଗିରି ଜିଲ୍ଲାରେ ସିମାକୁ ଲାଗିଥିବା ଆନ୍ଧ୍ରପ୍ରଦେଶର ସିଲେରୁ ନଦୀ ଏବଂ ଛତିଶଗଡ ସିମାନ୍ତ ସାବେରୀ ନଦୀ ଯାହାକି ଓଡିଶାର ଶେଷ ସିମାନ୍ତ ମୋଟୁ ଠାରେ ମିଶି ଗୋଦାବରୀ ନଦୀର ସୁଷ୍ଟି ହୋଇଛି । ସେହି ଜଳ ନିଷ୍କାସନ ହୋଇପାରି ନଥିବାରୁ ମାଲକାନଗିରି ଜିଲ୍ଲାରେ ସେହି ସମୟରେ ମାଥିଲି, କୋରୁକୋଣ୍ଡା ,  କାଲିମେଳା  ଏବଂ ପଡିଆ ବ୍ଲକର  ୧୩୦ ଟି ଗ୍ରାମ ଜଳ ମଗ୍ନ ହୋଇଥିଲା ।  ସେତେବେଳେ ପୋଲାଭରମ କାର୍ଯ୍ୟ ଦୁଇ ବର୍ଷ ପୂର୍ବରୁ ଅର୍ଥାତ୍ ୨୦୦୪ରେ ଆରମ୍ଭ ହୋଇଥିଲା । ବର୍ତମାନ ପୋଲାଭରମ କୋପର ଡ୍ୟାମ୍ କାର୍ଯ୍ୟ ସରିଥିବା ବେଳେ ଏହି ଡ୍ୟାମର କ୍ଷମତା କୁ ବୁଦ୍ଧି ଯୋଗୁଁ ମାଲକାନଗିରି ଜିଲ୍ଲାରେ ୪ ଟି ପଞ୍ଚାୟତରେ ଥିବା ୨୦ ଟି ଗ୍ରାମ ଜଳମଗ୍ନ ହେବା ସହ ସମସ୍ତ ଜଙ୍ଗଲ ଜମି ଭିଟାମାଟି ଲୋପ ପାଇବ ବୋଲି  ଅନେକ ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି । ବର୍ତମାନ ପୋଲାଭରମର ମାଟି ବନ୍ଧ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି ଏହି ମାଟି ବନ୍ଧ  ପ୍ରକଳ୍ପ ଶେଷ ହେଲେ ଡ୍ୟାମର ପଛୁଆ ପାଣି ମାଲକାନଗିରି ଜିଲ୍ଲା ବିଭିନ୍ନ ସ୍ଥାନକୁ ବୁଡାଇ ଦେବ ବୋଲି ପୋଲାଭରମ ବିରୋଧୀ ସଙ୍ଗଠନ ଆଶଙ୍କା ପ୍ରକାଶ କରିଛନ୍ତି । ରାଜ୍ୟ ସରକାର ଏଥି ନେଇ ସୁପ୍ରିମ କୋର୍ଟରେ ମାମଲା ରୁଜୁ କରିଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ଆନ୍ତରିକତା ଅଭାବରୁ ଏହି ମାମଲା ଚୁଡାନ୍ତ ସିଦ୍ଧାନ୍ତ ହୋଇ ପାରୁ ନାହିଁ ।ଯଦି ଆନ୍ଧ୍ର ସରକାର ପୋଲାଭରମ ପ୍ରକଳ୍ପ ବନ୍ଦ ନକରେ ତେବେ ୪ ଟି ରାଜ୍ୟବାସୀ ମାନଙ୍କୁ ନେଇ ସର୍ବଭାରତୀୟ ସ୍ତରରେ ଆନ୍ଦୋଳନ କରାଯିବ ବୋଲି ଚେତାବନି ଦିଆଯାଇଛି ।

0
0
0
s2sdefault