ଅଧିକାରୀମାନଙ୍କ ସହ ବୈଠକ ନେଲେ ମଧ୍ୟ ବିଧାୟକ, ଆଶୁ ସମାଧାନ ପାଇଁ ଦେଲେ ନିର୍ଦ୍ଦେଶ
ଭୁବନେଶ୍ୱର : ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ବିଭିନ୍ନ ୱାର୍ଡ ମାନଙ୍କରେ ନର୍ଦମା (sewerage) ନିର୍ମାଣରେ ଅହେତୁକ ବିଳମ୍ବ ଏବଂ ପୁରୁଣା ନର୍ଦମା ଲାଇନ ଜନିତ ଅସୁବିଧା ବିଷୟରେ ଖୋର୍ଦ୍ଧା ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦେଶକ, ୱାଟକୋର ପରିଚାଳନା ନିର୍ଦେଶକ ଓ ପ୍ରୋଜେକ୍ଟ ଡିଭିଜନ -2 ର ସାଧାରଣ ପରିଚାଳକ ପ୍ରମୁଖଙ୍କ ଉପସ୍ଥିତିରେ ଭିଡିଓ କନଫରେନସ ମାଧ୍ୟମରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା | ନର୍ଦମା ଜନିତ ଅସୁବିଧା ଦେଖା ଦେଇଥିବା ଅତ୍ୟନ୍ତ ସମ୍ବେଦନଶିଳ ସ୍ଥାନ ମାନଙ୍କ ବିଷୟରେ ବିଶେଷଭାବେ ଆଲୋକପାତ କରି ସେହି ସମସ୍ୟା ର ଆଶୁ ସମାଧାନ ପାଇଁ ସମୟୋଚିତ ପଦକ୍ଷେପ ନେବା ପାଇଁ ବିଧାୟକ ମହୋଦୟ ମତ ପୋଷଣ କରିଥିଲେ | WATCO ପରିଚାଳନା ନିର୍ଦେଶକ ସମସ୍ୟାର ଗୁରୁତ୍ୱ କୁ ଉପଲବଧି କରି ସମ୍ମାନୀୟ ବିଧାୟକ ଙ୍କ ସହ ସମନ୍ୱୟ ରକ୍ଷା କରି ସମସ୍ତ କାର୍ଯ୍ୟ ଯଥାଶୀଘ୍ର ସୁଚାରୁ ରୂପେ ସମ୍ପାଦନ କରିବାକୁ WATCO ର ସାଧାରଣ ପରିଚାଳକ ଙ୍କୁ ନିର୍ଦ୍ଦେଶ ଦେଇଥିଲେ | କ୍ଷେତ୍ର ପରିଦର୍ଶନ କରି ଯଥାଶୀଘ୍ର ସ୍ଥାନୀୟ ଅଧିବାସୀଙ୍କ ଅସୁବିଧା ଦୂର କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ | ଆଜିର ଏହି ମିଟିଂ ରେ ନର୍ଦମା ଜନିତ ଅସୁବିଧା ବିଷୟରେ ଅଭିଯୋଗ ଆଣିଥିବା ସମ୍ପୃକ୍ତ ପୂର୍ବତନ କର୍ପୋରେଟର ଓ କର୍ମୀ ମାନେ ଅଂଶଗ୍ରହଣ କରି ସେମାନଙ୍କ ର ମତାମତ ଉପସ୍ଥାପନ କରିଥିଲେ |









