ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଅଞ୍ଚଳରେ ଦିନକୁ ଦିନ ବଢିବାରେ ଲାଗିଛି ନିଶା ବେପାରୀଙ୍କ ଦୌରାତ୍ମ । ଯାହା ଦ୍ୱାରା ଯୁବ ପିଢ଼ି ପଥଭ୍ରଷ୍ଟ ହେବା ସହ ବିଭିନ୍ନ ପ୍ରକାର ବିଶୄଙ୍ଖଳା କାର୍ଯ୍ୟ କରିବା ପାଇଁ ପଛାଉ ନାହାଁନ୍ତି । ଆଜି ପଦ୍ମପୁର ଥାନା ଅନ୍ତର୍ଗତ ବୁଧାପାଲି ଗ୍ରାମରେ ନିଶା ଔଷଧ ବିକ୍ରି ହେଉଥିବା ଖବର ପାଇ ପଦ୍ମପୁର ପୋଲିସ ଓ ପଦ୍ମପୁର ଅବକାରୀ ବିଭାଗର ପକ୍ଷରୁ ଏକ ମିଲିତ ଚଢାଉ କରାଯାଇଥିଲା । ଏହି ଚଢାଉରେ ବୁଧାପାଲି ଗ୍ରାମର ନନ୍ଦକିଶୋର ବାରିକ, ରାକେଶ ବାରିକ ଓ ସତ୍ୟନାରାୟଣ ବାରିକଙ୍କୁ ନିଶା ଔଷଧ ବିକ୍ରି ଅଭିଯୋଗରେ ଗିରଫ କରିବା ସହ ସେମାନଙ୍କ ଠାରୁ ୪୦ ଲିଟର ଅପମିଶ୍ରିତ କଫ ସିରଫ ଓ ନିଶା ଟାବଲେଟ ଜବତ କରାଯାଇଛି ଏବଂ ପଦ୍ମପୁର ଥାନା କେଶ ନମ୍ବର ୧୫୬/୨୧ ଆଧାରରେ ତିନିଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପଦ୍ମପୁର ଥାନାଅଧିକାରୀ ସୂଚନା ଦେଇଛନ୍ତି ।
ରାଜ୍ୟ
୪୦ ଲିଟର ଅପମିଶ୍ରିତ ଏସକଫ ସିରଫ ସହ ତିନି ଗିରଫ ।
- Hits: 1337