ହେଡଲାଇନସ୍:

ରାଜ୍ୟ ବିଶ୍ୱବିଦ୍ୟାଳୟ କୁଳପତି ସମ୍ମିଳନୀ: ପିଜି ଶ୍ରେଣୀରେ ନାମଲେଖା ଅକ୍ଟୋବର ୧୫ ତାରିଖରୁ ଆରମ୍ଭ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ସମସ୍ତ ଅଣ୍ଡର ଗ୍ରାଜୁଏଟ୍ ଫାଇନାଲ ସେମିଷ୍ଟର ପରୀକ୍ଷା (ବ୍ୟାକ୍ ପେପରକୁ ଛାଡ଼ି)  ଅଗଷ୍ଟ ୧୯ ତାରିଖ ସୁଦ୍ଧା ଶେଷ ହେବ 

  • ୟୁଜିର ବ୍ୟାକ୍ପେପର ସମେତ ଫାଇନାଲ ସେମିଷ୍ଟର ପରୀକ୍ଷା ଫଳ ସେପ୍ଟେମ୍ବର ୨୭ ତାରିଖ ସୁଦ୍ଧା ପ୍ରକାଶ ପାଇବ 

  • ସମସ୍ତ ପିଜି ଫାଇନାଲ ସେମିଷ୍ଟର ପରୀକ୍ଷା ମସିହା ଅଗଷ୍ଟ ୩୧ ତାରିଖ ସୁଦ୍ଧା ସଂପନ୍ନ ହୋଇ ପିଜି ଫାଇନାଲ ସେମିଷ୍ଟର ପରୀକ୍ଷା ଫଳ ସେପ୍ଟେମ୍ବର ୨୦ ତାରିଖ ସୁଦ୍ଧା ପ୍ରକାଶ ପାଇବ 

  • ୨୦୨୧ ବର୍ଷର ଏକକ ପିଜି ପ୍ରବେଶିକା ପରୀକ୍ଷା ଅଗଷ୍ଟ ୨୩ ତାରିଖରୁ ସେପ୍ଟେମ୍ବର ୧ ତାରିଖ ମଧ୍ୟରେ ହେବ 

ଭୁବନେଶ୍ୱର,(ଶାସକ ପ୍ରଶାସକ) : ସମସ୍ତ ଅଣ୍ଡର ଗ୍ରାଜୁଏଟ୍ ଫାଇନାଲ ସେମିଷ୍ଟାର ପରୀକ୍ଷା (ବ୍ୟାକ୍ ପେପରକୁ ଛାଡ଼ି) ୨୦୨୧ ଅଗଷ୍ଟ ୧୯ ତାରିଖ ସୁଦ୍ଧା ଶେଷ ହେବା ସେହିପରି ୟୁଜିର ବ୍ୟାକ୍ ପେପର ସମେତ ଫାଇନାଲ ସେମିଷ୍ଟାର ପରୀକ୍ଷା ଫଳ ୨୦୨୧, ସେପ୍ଟେମ୍ବର ୨୭ ତାରିଖ ସୁଦ୍ଧା ପ୍ରକାଶ ପାଇବା ସମସ୍ତ ପିଜି ଫାଇନାଲ ସେମିଷ୍ଟାର ପରୀକ୍ଷା ୨୦୨୧ ମସିହା ଅଗଷ୍ଟ ୩୧ ତାରିଖ ସୁଦ୍ଧା ସଂପନ୍ନ ହୋଇ ପିଜି ଫାଇନାଲ ସେମିଷ୍ଟର ପରୀକ୍ଷା ଫଳ ୨୦୨୧ ସେପ୍ଟେମ୍ବର ୨୦ ତାରିଖ ସୁଦ୍ଧା ପ୍ରକାଶ ପାଇବା ଏଥି ସହିତ ୨୦୨୧ ବର୍ଷର ଏକକ ପିଜି ପ୍ରବେଶିକା ପରୀକ୍ଷା ୨୦୨୧ ମସିହା ଅଗଷ୍ଟ ୨୩ ତାରିଖରୁ ସେପ୍ଟେମ୍ବର ୧ ତାରିଖ ମଧ୍ୟରେ ଶେଷ କରାଯିବା ପିଜି ଶ୍ରେଣୀରେ ନାମଲେଖା ୨୦୨୧ ଅକ୍ଟୋବର ୧୫ ତାରିଖରୁ ଆରମ୍ଭ ହେବା ଆଜି ଅନୁଷ୍ଠିତ ରାଜ୍ୟ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ସମ୍ମିଳନୀରେ ଉପରୋକ୍ତ ସୂଚନା ପ୍ରଦାନ କରାଯାଇଛିା 

ଆଜି ଲୋକସେବା ଭବନଠାରେ ଆୟୋଜିତ କୁଳପତିମାନଙ୍କ ସମ୍ମିଳନୀରେ ଯୋଗଦେଇ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ଯେ ରାଜ୍ୟରେ ଏକ ଉତ୍ତମ ଶୈକ୍ଷିକ ବାତାବରଣ ମଧ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ସର୍ବଦା ପ୍ରାଥମିକତା ପ୍ରଦାନ କରୁଛନ୍ତିା ଉଚ୍ଚଶିକ୍ଷାର ଗୁଣାତ୍ମକ ଅଭିବୃଦ୍ଧି ନିମନ୍ତେ ଅନେକଗୁଡ଼ିଏ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛିା ଏହାର ସଫଳ ରୂପାୟନ ନିମନ୍ତେ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କର ଦୃଢ଼ ନେତୃତ୍ୱ ଆବଶ୍ୟକା କୁଳପତିମାନେ କାର୍ଯ୍ୟକ୍ଷେତ୍ରରେ ଉଦାହରଣ ସୃଷ୍ଟି କରି ବିଶ୍ୱବିଦ୍ୟାଳୟଗୁଡ଼ିକୁ ଗୋଟିଏ ଗୋଟିଏ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ପାଇଁ ମନ୍ତ୍ରୀ ଡ. ସାହୁ ପରାମର୍ଶ ଦେଇଛନ୍ତିା

ମନ୍ତ୍ରୀ ଡ. ସାହୁ କହିଲେ ଯେ ବିଶ୍ୱବିଦ୍ୟାଳୟ ପରିସରରେ ଶୃଙ୍ଖଳା ରକ୍ଷା କରି ଶିକ୍ଷାଦାନ ଓ ପରୀକ୍ଷା ପରିଚାଳନା କରିବା କୁଳପତିମାନଙ୍କର ପ୍ରଧାନ କର୍ତ୍ତବ୍ୟା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପ୍ରବର୍ତ୍ତିତ ୫-"ଟି'କୁ କଡ଼ାକଡ଼ି ଭାବରେ କାର୍ଯ୍ୟକାରୀ କରି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସଫଳ ରୂପାୟନ କରିବା ଆବଶ୍ୟକା ବିଶ୍ୱବିଦ୍ୟାଳୟ ମୁଖ୍ୟ ଭାବେ ସମସ୍ତଙ୍କୁ ସାଙ୍ଗରେ ନେଇ ଦଳଗତ ଭାବେ କାର୍ଯ୍ୟ ସଂପାଦନ କରିପାରିଲେ ଏହାର ସୁଦୂରପ୍ରସାରୀ ପ୍ରଭାବ ରହିବା ବର୍ତ୍ତମାନ ଆମ ରାଜ୍ୟ ବା ଦେଶ ଭିତରେ ଉତ୍ତମ ଶିକ୍ଷାନୁଷ୍ଠାନ ବିଷୟରେ ଚିନ୍ତା ନକରି ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନ କଥା ଚିନ୍ତା କରିବାକୁ ପଡ଼ିବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲୋ 

କୋଭିଡ୍-୧୯ ମହାମାରୀ ଯୋଗୁ ଶିକ୍ଷା ବ୍ୟବସ୍ଥା ବ୍ୟାପକ ଭାବରେ ପ୍ରଭାବିତ ହୋଇଥିଲେ ମଧ୍ୟ ଗତ ବର୍ଷୟୁଜି ଓ ପିଜିରେ ଶେଷ ବର୍ଷ/ଶେଷ ସେମିଷ୍ଟାର ପରୀକ୍ଷା କରାଯାଇଥିଲା ଏବଂ ଚଳିତ ବର୍ଷ ମଧ୍ୟ ଅନ୍ଲାଇନ୍ ମାଧ୍ୟମରେୟୁଜି ଓ ପିଜି ଶେଷବର୍ଷ/ଶେଷ ସେମିଷ୍ଟାର ପରୀକ୍ଷା ସଫଳତାର ସହ ସଂପନ୍ନ ହେବ ବୋଲି ମନ୍ତ୍ରୀ ଡ. ସାହୁ ଆଶା ପ୍ରକଟ କରିଥିଲୋ ଏଥି ସହିତ କୁଳପତିମାନଙ୍କ ପରାମର୍ଶରେ ୨୦୨୧ ମସିହାର ଏକକ ପିଜି ପ୍ରବେଶିକା ପରୀକ୍ଷା କରାଯିବ ବୋଲି କହିଥିଲୋ 

ଏଥି ସହିତ ପିଏଚ୍ଡ଼ି ପ୍ରୋଗ୍ରାମରେ ଅହେତୁକ ବିଳମ୍ବକୁ ହ୍ରାସ କରିବା ନିମନ୍ତେ ପିଏଚ୍ଡି ରେଜିଷ୍ଟ୍ରେସନ୍, ପରୀକ୍ଷା ଫଳ ପ୍ରକାଶନ ଏବଂ ମୌଖୀକ ପରୀକ୍ଷା ଆଦି କ୍ଷେତ୍ରରେ ସର୍ବାଧିକ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ରହିବା ଆବଶ୍ୟକ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲୋ ଏଥି ନିମନ୍ତେ ୫-"ଟି' କାର୍ଯ୍ୟକ୍ରମ ଆଧାରରେ ସର୍ବୋଚ୍ଚ ସମୟସୀମା ନିର୍ଦ୍ଧାରଣ କରିବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲୋ ଏଥି ସହିତ ବିଶ୍ୱବିଦ୍ୟାଳୟର ପରିଚାଳନାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଇ-ସ୍ପେସ୍/ଇ-ଡେସ୍ପାଚ୍/ଇ-ଅଫିସ୍ ଆଦି ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଓ ଛାତ୍ରଛାତ୍ରୀଙ୍କ ମାଇଗ୍ରେସନ୍, ରେଜିଷ୍ଟ୍ରେସନ୍ ଏବଂ ଅରିଜିନାଲ ସାର୍ଟିଫିକେଟ୍ ଆଦି ପ୍ରଦାନ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ବହୁଳ ପ୍ରୟୋଗ ଉପରେ ମନ୍ତ୍ରୀ ଡ. ସାହୁ ବୈଠକରେ ଗୁରୁତ୍ୱ ପ୍ରଦାନ କରିଥିଲୋ

ବୈଠକରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସ ଏବଂ କୁଳପତିମାନେ ଯୋଗଦେଇୟୁଜି ଓ ପିଜି ଶେଷବର୍ଷ/ଶେଷ ସେମିଷ୍ଟାର ପରୀକ୍ଷା ପରିଚାଳନା ବିଷୟରେ ବିଶଦ ଭାବରେ ଆଲୋଚନା କରିଥିଲୋ 

ବୈଠକରେ ରାଜ୍ୟ ବିଶ୍ୱବିଦ୍ୟାଳୟର କୁଳପତି, ରେଜିଷ୍ଟ୍ରାର, ପରୀକ୍ଷା ନିୟନ୍ତ୍ରକ, ବିତ୍ତ ନିୟନ୍ତ୍ରକଙ୍କ ସମେତ ଉଚ୍ଚଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲୋ 

 

0
0
0
s2sdefault