ଭଦ୍ରକ,/ ସତ୍ୟଭୂଷଣ ସ୍ୱାମୀ : ରାଜ୍ୟରେ ଏବେ ସାମ୍ବାଦିକ ମାନେ ଅସୁରକ୍ଷିତ ମଣୁଛନ୍ତି । ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ଘଟଣା ଏବେ ନୀତି ଦିନିଆ ହେଲାଣି । ପୁଲିସ ଜୁଲମ ଓ ମାଫିଆ ମାନଙ୍କ ଆକ୍ରମଣରେ ନିଜକୁ ଅସୁରକ୍ଷିତ ମନେ କଲେଣି ସାମ୍ୱାଦିକ ମାନେ, ଏପରି ଘଟଣା ପ୍ରତି ଗଣମାଧ୍ୟମ ସଂସ୍ଥାର ମାଲିକ ଏବଂ ସରକାର ମିଳିତ ଭାବେ ପଦକ୍ଷେପ ନେବା ଆବଶ୍ୟକ ନହେଲେ ଆଗାମୀ ଦିନରେ ଏହାକୁ ନେଇ ବିରାଟ ଆନ୍ଦୋଳନ ମୁଣ୍ଡ ଟେକି ପାରେ । କେନ୍ଦ୍ରାପଡା ଅଞ୍ଚଳରେ ଜଣେ ସାମ୍ବାଦିକକୁ ସାମାନ୍ୟ ମହିଳା ପୁଲିସ କନେଷ୍ଟବଳ ଆସି ଯେପରି ଦୁର୍ବ୍ୟବହାର କଲେ ଓ ରାସ୍ତା ମଝିରେ ଆକ୍ରମଣ କଲେ ତାହା ରାଜ୍ୟରେ ଏବେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି । ଏପରି ଘଟଣାକୁ ଦୃଢ଼ ହସ୍ତରେ ଦମନ କରିବା ପାଇଁ ଏକ ଅଵଶ୍ୟକୀୟ ପଦକ୍ଷେପ ନେବାକୁ ନେଇ ଆଜି ସ୍ଥାନୀୟ ଭାଗବତ କଲ୍ୟାଣ ମଣ୍ଡପ ଠାରେ ଏକ ଜରୁରୀ ବୈଠକରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାସ୍ତରୀୟ ସାମ୍ବାଦିକ ମାନେ ଯୋଗ ଦେଇ ସାମ୍ବାଦିକ ମାନଙ୍କ ସୁରକ୍ଷା ଓ ସମ୍ମାନ ବିଷୟରେ ବିଶେଷ ଆଲୋଚନା କରିଥିଲେ । ଏହି ବୈଠକରେ ବରିଷ୍ଠ ସାମ୍ବାଦିକ ଭଜଗୋବିନ୍ଦ ଜେନା,ପ୍ରମୋଦ ରାୟ, ଶ୍ରୀକାନ୍ତ ତ୍ରିପାଠୀ, ବିଭୁପ୍ରସାଦ ବେହେରା,ଶିବାନନ୍ଦ ଦାସ,ଶୈଳେନ୍ଦ୍ର ପଳାଇ, ଉମାକଲ୍ୟାଣ ମହାପାତ୍ର, ଜ୍ଞାନପ୍ରକାଶ ପାଣି, ସତ୍ୟଭୂଷଣ ସ୍ବାମୀ,ସୁନୀଲ ଦତ୍ତ,ସଞ୍ଜୟ ଦାସ,ସୁବ୍ରତ ପାଲ,ରାଜେଶ ଗୋସ୍ଵାମୀ, ସଂଜୀବ ନାୟକ, ନସିମ ଅଖତର,ସୀତାକାନ୍ତ ପାଢ଼ୀ, ଶେଖ.ଫଇଜାନ, ସୁଭକାନ୍ତ ରାଉତରାୟ ,ଶେଖ. ଫିତ୍ତର,ସୁରଜ ଖାନ,ରାମ ମିଶ୍ର , ରମାକାନ୍ତ ମୁଖୀ,ସୁଜିତ କୁମାର ପାଣି ,ରବାନୀ ୱାର୍ଷି ପ୍ରମୁଖ ଯୋଗଦେଇ ସାମ୍ବାଦିକ ମାନଙ୍କ ପ୍ରତି ହେଉଥିବା ଜୁଲମ ବିଷୟରେ ବିଶେଷ ଆଲୋଚନା କରିବା ସହିତ ଏହି ଘଟଣାରେ ଦୋଷୀ କୁ ତୁରନ୍ତ ଗିରଫ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ ।
ରାଜ୍ୟ
ସାମ୍ବାଦିକ ମାନଙ୍କ ସୁରକ୍ଷା କୁ ନେଇ ଜିଲ୍ଲା ସାମ୍ବାଦିକ ମାନଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ।
- Hits: 361









