ହେଡଲାଇନସ୍:

କେନ୍ଦ୍ରମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେଇଥିବା ବିଜେପି ସାଂସଦମାନଙ୍କ ଅଜ୍ଞତା ଅତ୍ୟନ୍ତ ହାସ୍ୟାସ୍ପଦ : ବିଜେଡି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର: ଓଡିଶାର ବିଜେପି ସାଂସଦମାନଙ୍କ ଦ୍ୱାରା କେନ୍ଦ୍ରମନ୍ତ୍ରୀ ଶ୍ରୀ ପୀୟୁଷ ଗୋଏଲଙ୍କୁ ଦିଆଯାଇଥିବା ସ୍ମାରକପତ୍ର ସେମାନଙ୍କ ଅଜ୍ଞତାର ଗଭୀରତାକୁ ଦର୍ଶାଉଛି ଯାହା ଅତ୍ୟନ୍ତ ହାସ୍ୟାସ୍ପଦ ଅଟେ ବୋଲି କହିଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର । 

ବିଜେପି ପକ୍ଷରୁ ଦିଆଯାଇଥିବା ସ୍ମାରକପତ୍ର ସଂକ୍ରାନ୍ତରେ ବିଜେଡି ସାଂସଦ ଡକ୍ଟର ପାତ୍ର କହିଛନ୍ତି ଯେ ପିଏମ୍‍ଜିକେଏୱାଇ ଯୋଜନାରେ ୨୦୨୧ ମଇ ଓ ଜୁନ୍‍ ମାସ ପାଇଁ ଓଡିଶାକୁ ୩.୨୪ ଲକ୍ଷ ମେଟ୍ରିକ ଟନ୍‍ ଖାଦ୍ୟଶସ୍ୟ ମଞ୍ଜୁର ହୋଇଥିବାବେଳେ ଏଥିରୁ ୯୯.୮% ଉଠାଣ ହୋଇଛି ଏବଂ ୯୬.୧% ବଣ୍ଟନ ହୋଇଛି । 

୨୦୨୧ ଜୁଲାଇ ଓ ଅଗଷ୍ଟ ପାଇଁ ଓଡିଶାକୁ ୩.୨୪ ଲକ୍ଷ ମେଟ୍ରିକ ଟନ୍‍ ମଞ୍ଜୁର ହୋଇଥିବାବେଳେ ଏଥିରୁ ୯୯.୩% ଉଠାଣ ଏବଂ ଆଜିସୁଦ୍ଧା ୮୪.୯% ବଣ୍ଟନ ହୋଇଛି । ଆସନ୍ତା ୭ଦିନ ମଧ୍ୟରେ ଅବଶିଷ୍ଟ ସାମଗ୍ରୀ ବଣ୍ଟନ କରାଯିବ । 

୨୦୨୧ ଜୁଲାଇ ଓ ଅଗଷ୍ଟ ପାଇଁ ୧୫ଟି ଜିଲ୍ଲା ସକାଶେ ମଞ୍ଜୁର ହୋଇଥିବା ଖାଦ୍ୟଶସ୍ୟରୁ ୯୮% ରୁ ୧୦୦% ଉଠାଣ ସହିତ ଏହାର ବଣ୍ଟନ ଜାରି ରହିଛି । ଏହି ୧୫ ଜିଲ୍ଲାର ତାଲିକା ସାରଣୀ-୧ ପ୍ରଦାନ କରାଗଲା । 

ସାରଣୀ-୨ ରେ ଭାରତ ସରକାରଙ୍କ ଅନ୍ନଭିର୍ତ୍ତନ ପୋର୍ଟାଲ ପ୍ରଦାନ କରାଯାଇଛି ଯେଉଁଥିରେ ଉଲ୍ଲେଖ ଅଛି ଯେ ମିଳିଥିବା ଖାଦ୍ୟଶସ୍ୟରୁ ଓଡିଶା ୯୮.୮% ବଣ୍ଟନ କରିସାରିଛି, ଯାହା କି ଖାଦ୍ୟ ସାମଗ୍ରୀ ବଣ୍ଟନ କ୍ଷେତ୍ରରେ ଦେଶର ଅନ୍ୟ ରାଜ୍ୟ ଭିତରେ ଓଡିଶାର ଶ୍ରେଷ୍ଠତା  ପ୍ରତିପାଦନ କରୁଛି । ବିଜେପି ଶାସିତ ରାଜ୍ୟ ଉତ୍ତରାଖଣ୍ଡ ମାତ୍ର ୫୦.୩% ଖାଦ୍ୟଶସ୍ୟ ବଣ୍ଟନ କରିପାରିଛି । ଅନ୍ୟତମ ବିଜେପି ଶାସିତ ରାଜ୍ୟ ଯଥା ବିହାର, ହରିଆନା ଏବଂ କର୍ଣ୍ଣାଟକ ଏ କ୍ଷେତ୍ରରେ ଓଡିଶା ଠାରୁ ଢେର ପଛରେ ଅଛନ୍ତି । ବିଜେପିର ଆଜିର ଏଭଳି ମନଗଢା ଓ ଭିତ୍ତିହୀନ ବିବୃତ୍ତି ଦେଖି ଓଡିଶାବାସୀ ହସୁଥିବା କହିଛନ୍ତି ଡକ୍ଟର ପାତ୍ର । 

ସାରଣୀ-୩ରେ ପିଏମ୍‍ଜିକେଏୱାଇ ଯୋଜନାରେ ଭାରତର ୮ଟି ରାଜ୍ୟର ୨୦୨୧ ଜୁଲାଇ ଠାରୁ ଖାଦ୍ୟଶସ୍ୟ ବଣ୍ଟନର ବିସ୍ତୃତ ବିବରଣୀ ଦର୍ଶାଯାଇଛି ଯେଉଁଥିରେ ଓଡିଶା ୨.୭୫ ଲକ୍ଷ ମେଟି୍ରକ ଟନ୍‍ ଖାଦ୍ୟ ଶସ୍ୟ ବଣ୍ଟନ କରିଛି । ବିଜେପି ଶାସିତ ରାଜ୍ୟ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଗୁଜୁରାଟ ଏବଂ ବିହାର ବର୍ତ୍ତମାନ ସୁଦ୍ଧା ଏକ ଲକ୍ଷ ମେଟି୍ରକ ଟନ୍‍ ଖାଦ୍ୟଶସ୍ୟ ବାଣ୍ଟିବାରେ ମଧ୍ୟ ସକ୍ଷମ ହୋଇନାହାନ୍ତି । ଓଡିଶାର ବିଜେପି ସାଂସଦଙ୍କ ଯୁକ୍ତି ଅନୁଯାୟୀ ଏହାର ଅର୍ଥ ହେଉଛି ଯେ ସେହି ବିଜେପି ଶାସିତ ରାଜ୍ୟଗୁଡିକରେ ଥିବା ଖାଦ୍ୟଶସ୍ୟ ଖୋଲାବଜାରକୁ ଚୋରା ଚାଲାଣ ହୋଇଯାଉଛି,  ଯେଉଁଠାରେ ଏହାର ବଣ୍ଟନ କମ୍‍ ରହିଛି ? ଆମେ ଓଡିଶାର ବିଜେପି ସାଂସଦମାନଙ୍କୁ ଏଭଳି ଭିତ୍ତିହୀନ ବିବୃତ୍ତି ନଦେବାକୁ ଏବଂ ମନ୍ତ୍ରାଳୟ କିମ୍ବା ଓଡିଶାବାସୀଙ୍କୁ ବିଭ୍ରାନ୍ତ ନକରିବାକୁ ଅନୁରୋଧ କରୁଛୁ । 

ମନ୍ତ୍ରାଳୟରେ ଥିବା ତଥ୍ୟ (ସାରଣୀ-୧ ରୁ ୩ରେ ରହିଛି) ରେ ଦର୍ଶାଯାଇଛି ଯେ ଖାଦ୍ୟଶସ୍ୟ ବଣ୍ଟନ କ୍ଷେତ୍ରରେ ଓଡିଶା ଦେଶର ସର୍ବୋତ୍ତମ ରାଜ୍ୟ ହୋଇଥିବାବେଳେ ବିଜେପି ଶାସିତ ରାଜ୍ୟଗୁଡିକ ଖରାପ ପ୍ରଦର୍ଶନ କରିଛନ୍ତି । 

ଓଡିଶା ସରକାରଙ୍କ ଭଲ କାର୍ଯ୍ୟକୁ ଖରାପ ବୋଲି ଦେଖାଇବା ପରିବର୍ତ୍ତେ ଯେଉଁ ବିଜେପି ଶାସିତ ରାଜ୍ୟଗୁଡିକରେ ଖାଦ୍ୟଶସ୍ୟ ବଣ୍ଟନ କ୍ଷେତ୍ରରେ ନୈରାଶ୍ୟଜନକ ପ୍ରଦର୍ଶନ କରୁଛନ୍ତି ସେଠାରେ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟ କରିବାକୁ ନିଜ ଦଳକୁ ପରାମର୍ଶ ଦେବାକୁ ବିଜେଡି ସାଂସଦ ଡକ୍ଟର ପାତ୍ର କହିଛନ୍ତି ।

ଆମେ ଆଶା କରୁଛି ଯେ ଏଭଳି ମନଗଢା କାହାଣୀ ଓ ହାସ୍ୟାତ୍ମକ ବିବୃତ୍ତି ଦେବା ବଦଳରେ ଓଡିଶାର ବାକି ପଡିଥିବା ଖାଦ୍ୟ ସବ୍‍ସିଡ୍‍ ଅର୍ଥ ତୁରନ୍ତ ପ୍ରଦାନ କରିବା ସହିତ ବଳକା ୭ଲକ୍ଷ ମେଟ୍ରିକ  ଟନ୍‍ ଚାଉଳକୁ ଏଫ୍‍ସିଆଇ ଜରିଆରେ ଉଠାଣ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ କହିଲେ ଭଲ ହେବ ବୋଲି ଡକ୍ଟର ପାତ୍ର କହିଛନ୍ତି । 

 

0
0
0
s2sdefault