ହେଡଲାଇନସ୍:

ଅଜଣା ରୋଗରୁ ଗୋଡ ପଚି ଯାଉଛି ,ତୁରନ୍ତ ଚିକିତ୍ସା ଆବଶ୍ୟକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ବରତୁଣ୍ଡା ଗ୍ରାମ ପଞ୍ଚାୟତ ର ସୁରୁଙ୍ଗିଦାଦାର ଗ୍ରାମର ବନମାଳୀ ଭୋଇ , ବୟସ ପାଖାପାଖି ପଚାଶ ବର୍ଷ । ଗତ କିଛି ସପ୍ତାହ ତଳେ କୋଣସି କାରଣ ବସତ ତାଙ୍କର ଡାହାଣ ଗୋଡ଼ ଖଣ୍ଡିଆ ହୋଇ ଯାଇଥିଲା । ଚିକିତ୍ସା କରିବା ପାଇଁ ସେ ନୂଆପଡା ଜିଲ୍ଲା ଚିକିତ୍ସାଲୟ ରେ ପ୍ରାୟ ପନ୍ଦର ଦିନ ଚିକିତ୍ସିତ ହୋଇ ଗତ ନଅ ତାରିଖ ଦିନ ନୂଆପଡା ଡାକ୍ତରଖାନାରୁ ଫେରିଥିଲେ । ଏହା ପରେ ପୁଣି ତାଙ୍କର ଗୋଡ଼ ଧୀରେ ଧୀରେ ପଚିବାରେ ଲାଗିଲା । ବର୍ତ୍ତମାନ ତାଙ୍କର ଡାହାଣ ଗୋଡ଼ ଆଣ୍ଠୁ ତଳକୁ ସମ୍ପୁର୍ଣ୍ଣ ଭାରେ ପଚି ଯାଇଥିବା ସହିତ ପ୍ରବଳ ଦୁର୍ଗନ୍ଧ ହେଉଛି । ବନମାଳୀ ଙ୍କର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଥିବା କାରଣରୁ ଏକ ଖଟରେ ମସାରି ଟାଙ୍ଗି ନିଜର ଭାଗ୍ୟକୁ ଆଦରି ପଡି ରହିଛନ୍ତି । ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ବିଶ୍ୱନାଥ ବାଗ ଙ୍କର ଉଦ୍ୟମରେ ବୁକୁରାମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ର ର ଦୁଇ ଜଣ କର୍ମଚାରୀ ବନମାଳୀ ଙ୍କର ଘରକୁ ଯାଇ ତାଙ୍କର ଅବସ୍ଥା ଦେଖିଥିଲେ । ତେବେ ବର୍ତ୍ତମାନ ର ପରିସ୍ଥିତି ଦେଖିଲେ ତାଙ୍କୁ ତୁରନ୍ତ ଉନ୍ନତ ମାନର ଚିକିତ୍ସା ର ଆବଶ୍ୟକତା ଥିବା ଜଣା ପଡୁଛି । ତେଣୁ ବନମାଳୀ ଙ୍କର ଜୀବନ ରକ୍ଷା କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ବାଗ ଓ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

0
0
0
s2sdefault