ହେଡଲାଇନସ୍:

ଆହତ ଭାନୁ ମାଝୀ ଙ୍କୁ ଆର୍ଥିକ ସହାୟତା ପ୍ରଦାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ଼ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ବରତୁଣ୍ଡା ଗ୍ରାମ ପଞ୍ଚାୟତର ଖପୁରୀଦିହି ଗ୍ରାମର ଭାନୁ ମାଝୀ ଙ୍କର ଏକ ଦୁର୍ଘଟଣାରେ ବାମ ଗୋଡ଼ ଭାଙ୍ଗି ଯାଇଥିଲା । ଅତ୍ୟନ୍ତ ଗରିବ ଶ୍ରେଣୀର ଓ ଘରର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି ହୋଇଥିବାରୁ ସେ ମୂଲ ମଜୁରୀ ଲାଗି ଯାହା ରୋଜଗାର କରନ୍ତି ସେଥିରେ ତାଙ୍କର ପରିବାର ଚାଲୁଥିଲା । ଏହିଭଳି ଅସମୟରେ ତାଙ୍କର ଗୋଡ଼ ଭାଙ୍ଗି ଯିବାରୁ ଚିକିତ୍ସା ପାଇଁ ଅର୍ଥ ସାଜିଥିଲା ବାଧକ । କିନ୍ତୁ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ବିଶ୍ୱନାଥ ବାଗ , ଭାନୁ ଙ୍କର ବାବଦରେ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଓ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଙ୍କୁ ଜଣାଇଥିଲେ । ଭାନୁ ଙ୍କର ବାବଦରେ ଅବଗତ ହେବା ପରେ ମାନ୍ୟବର ମନ୍ତ୍ରୀ ଓ ବିଧାୟକ ପ୍ରଥମେ ଭାନୁ ଙ୍କର ନିକଟକୁ ଆର୍ଥିକ ସହାୟତା ପହଞ୍ଚାଇବା ସହିତ ତାଙ୍କର ଅସ୍ତ୍ରୋପଚାର ଓ ଚିକିତ୍ସା ନିମନ୍ତେ ମନ୍ତ୍ରୀ ଭାନୁଙ୍କୁ ବୁର୍ଲା ପଠାଇଥିଲେ । ବୁର୍ଲାରେ ପ୍ରାୟ ପନ୍ଦର ଦିନ ର ଚିକିତ୍ସା ପରେ ମନ୍ତ୍ରୀ ଭାନୁଙ୍କୁ ଏକ ସ୍ଵତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଘରକୁ ପଠାଇ ଦେଇଥିଲେ । 

     ଆଜି ପଦ୍ମପୁର ର ଯୁବ ବ୍ୟବସାୟୀ ଶ୍ରୀ ଅମର ମୋଦି ଭାନୁ ମାଝୀ ଙ୍କର ଅବସ୍ଥା ବାବଦରେ ଅବଗତ ହେବା ପରେ ପାଞ୍ଚ ହଜାର ଟଙ୍କା ଆର୍ଥିକ ସହାୟତା ପଠେଇ ଥିଲେ । ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ବିଶ୍ୱନାଥ ବାଗ ଓ ଦୁର୍ଯୋଧନ ପୁଟା ଭାନୁ ଙ୍କର ଘରକୁ ଯାଇ ଏହି ସହାୟତା ପ୍ରଦାନ କରିଥିଲେ । ଏହି ଅବସରରେ ଭାନୁ ଏବଂ ତାଙ୍କର ମାଁ ମନ୍ତ୍ରୀ ଓ ବିଧାୟକଙ୍କୁ ତାଙ୍କର ଏହିଭଳି ଅସମୟରେ ତାଙ୍କ ପାଖରେ ଛିଡା ହୋଇ ସବୁ ପ୍ରକାରର  ଚିକିତ୍ସା କରାଇଥିବାରୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହା ସହିତ ଶ୍ରୀ  ମୋଦିଙ୍କୁ ଆର୍ଥିକ ସହଯୋଗ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ।

0
0
0
s2sdefault